ANS NEWS [email protected]
୧. ଚାଇନା ଯାଉଥିବା ଏକ ଇରାନ ବିମାନ ଭିତରେ ବୋମା ଥିବା ସୂଚନା ମିଳିବା ପରେ ଭାରତୀୟ ବାୟୁସେନା ଆଲର୍ଟ ହୋଇଛି। ରାଜସ୍ଥାନର ଜୋଧପୁର ଆକାଶରେ ଯାତ୍ରା କରୁଥିବା ଏହି ବିମାନକୁ ପିଛା କରିଛି ଭାରତୀୟ ବାୟୁ ସେନା। ଭାରତୀୟ ବାୟୁସେନାର ଦୁଇ ଯୁଦ୍ଧ ବିମାନ ଏହି ଇରାନ ଜାହାଜଜୁ ରୋକିବାକୁ ପିଛା କରିଛନ୍ତି।
୨. ଲଞ୍ଚ ହୋଇଛି ୫ଏ, ଯାହାକି ନେଟୱାର୍କ ଦୁନିଆର ଏକ ବଡ଼ ବିପ୍ଳବ। ଏହା ଓଞ କ୍ଷେତ୍ରକୁ ଆଗକୁ ନେବା ସହିତ ଅନେକ ସାହାଯ୍ୟ କରିବ। କେନ୍ଦ୍ର ଯୋଗାଯୋଗ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ରବିବାର କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଶା କରୁଛନ୍ତି ଯେ ଭାରତ ୬ଏ ସଂଯୋଗରେ ବିଶ୍ୱକୁ ଆଗେଇ ନେବ।
୩. ଉତ୍ତରପ୍ରଦେଶ ସ୍ଥିତ ଭଦୋହିରେ ଦୁର୍ଗାପୂଜା ମଣ୍ଡପରେ ନିଆଁ ଲାଗିବା ଯୋଗୁଁ ୬୪ ଜଣ ଲୋକ ପୋଡି ହୋଇଯାଇଛନ୍ତି। ଏମାନଙ୍କ ମଧ୍ୟରୁ ୫ ଜଣ ମୃତ୍ୟୁବରଣ କରିଥିବା ବେଳେ ଅନ୍ୟମାନେ ଗୁରୁତର ରହିଛନ୍ତି। ଯେଉଁମାନେ ଗୁରୁତର ରହିଛନ୍ତି, ସେମାନଙ୍କୁ ବାରଣାସୀ ଏବଂ ପ୍ରୟାଗରାଜର ହସପିଟାଲକୁ ସ୍ଥାନାନ୍ତର କରାଯାଇଛି।
୪. ମଣ୍ଡପରେ ଧୁମ୍ଧାମ୍ରେ ଚାଲିଛି ମହାମାୟାଙ୍କ ମହାଷ୍ଟମୀ ପୂଜା। ଘଣ୍ଟ, ଘଣ୍ଟି ଓ ଶଙ୍ଖଧ୍ୱିନରେ ପ୍ରକମ୍ପିତ ହେଉଛି ପରିବେଶ। ବ୍ରାହ୍ଣଣଙ୍କ ମନ୍ତ୍ରଉଚ୍ଚାରଣରେ କମ୍ପୁଛି ମଣ୍ଡପ। ସୁନା, ରୂପା ମେଢରେ ଶୋଭା ପାଉଛନ୍ତି ମାଆ।
୫. ବିଜେଡି ବିଧାୟକ ବିଜୟ ରଂଜନ ସିଂହ ବରିହାଙ୍କ ପରଲୋକ ହୋଇଯାଇଛି। ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୬୫ ବର୍ଷ ହୋଇଥିଲା।
୬. ଧାମନଗର ଉପନିର୍ବାଚନ ପାଇଁ ବାହାରିଲା ବିଜ୍ଞପ୍ତି । ନଭେମ୍ବର ୩ ତାରିଖରେ ଧାମନଗର ଉପନିର୍ବାଚନ । ଏନେଇ ଅକ୍ଟୋବର ୭ ତାରିଖରେ ବିଜ୍ଞପ୍ତି ଜାରି ହେବ । ନାମାଙ୍କନ ଦାଖଲର ଶେଷ ତାରିଖ ଅକ୍ଟୋବର ୧୪ । ୧୭ ସୁଦ୍ଧା ପ୍ରାର୍ଥିପତ୍ର ପ୍ରତ୍ୟାହାର କରିପାରିବେ ।
୭. କୋରାପୁଟ ଜିଲ୍ଲା ଜୟପୁରର ଅକ୍ଷୟ ମହାନ୍ତି ଭାବେ ପରିଚିତ ବରିଷ୍ଠ କଣ୍ଠଶିଳ୍ପୀ ମୁରଲୀ ମହାପାତ୍ର ପରଲୋକ ଘଟିଛି। ମୁରଲୀଙ୍କର ହୃଦଘାତରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।
୮. କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ୱରୀଙ୍କର ଆଜି ପ୍ରସିଦ୍ଧ ଛତର ଯାତ୍ରା। ଭବାନୀପାଟଣା ଜେନାଖାଲରୁ ଛତର ଉଠିବା ପରେ ସହରର ମୁଖ୍ୟ ରାସ୍ତାରେ ଶହଶହ କୁକଡ଼ା, ବୋଦା ଓ ଛେଳି ବଳି ପଡ଼ିଥିଲା। ଏତେ ସଂଖ୍ୟାରେ ପଶୁବଳି ଯୋଗୁ ରକ୍ତରଂଜିତ ହୋଇଥିଲା ଭବାନୀପାଟଣାର ମୁଖ୍ୟ ରାସ୍ତା।
୯. ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ସିଂହ ବରିହାଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟ୍ଵିଟ୍ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଲୋକଙ୍କ କଲ୍ୟାଣ ପାଇଁ ଜନପ୍ରତିନିଧି ଭାବେ ସେ କରିଯାଇଥିବା କାର୍ଯ୍ୟ ସର୍ବଦା ସ୍ମରଣୀୟ ରହିବ ।
୧୦. ବଙ୍ଗୋପସାଗରରେ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ । ଏହାର ପ୍ରଭାବରେ ରାଜ୍ୟରେ ଜାରି ରହିଛି ବର୍ଷା । ଆଜିଠୁ ବର୍ଷାର ବିସ୍ତୃତ ବଢିବ । ପ୍ରବଳ ବର୍ଷା ନେଇ ଆଜି ପାଇଁ ୧୭ ଜିଲ୍ଲାକୁ ପାଣିପାଗ ବିଭାଗ ୱେଲୋ ୱାର୍ଣ୍ଣିଂ ଦେଇଛି ।