ANS NEWS [email protected]

୧. ଜମ୍ମୁ-କାଶ୍ମୀର ଜେଲ୍ ଡିଜିଙ୍କୁ ଗଳାକାଟି ହତ୍ୟା କରାଯାଇଛି । ତଣ୍ଟିକୁ ଏକ ଧାରୁଆ ଅସ୍ତ୍ରରେ କାଟି ହତ୍ୟା କରିଛନ୍ତି ଦୁର୍ବୃତ୍ତ । ହେମନ୍ତ ଲୋହିଆଙ୍କୁ ତାଙ୍କ ଜମ୍ମୁ ଉପକଣ୍ଠ ଉଦୟିୱାଲା ସ୍ଥିତ ଘରେ ଗଳାକାଟି ହତ୍ୟା କରାଯାଇଛି । ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ ରହିଛି ଆଘାତ ଚିହ୍ନ ।
୨. ଆଇଏଏସ୍ ଅଫିସର ଟିନା ଡାବିଙ୍କ ପୂର୍ବତନ ସ୍ୱାମୀ ତଥା ଶ୍ରୀନଗର ମ୍ୟୁନିସିପାଲଟି କର୍ପୋରେସନ୍ର କମିଶନର ଆଇଏଏସ୍ ଅତହର ଆମିର ଖାନ୍ ଦ୍ୱିତୀୟ ଥର ପାଇଁ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ସେ ଜମ୍ମୁ-କାଶ୍ମୀରର ଡାକ୍ତର ମହରିନ କାଜୀଙ୍କୁ ବିବାହ କରିଛନ୍ତି।
୩. ଶାରଦୀୟ ଦୁର୍ଗାନବମୀରେ ଦୁବାଇରେ ରହୁଥିବା ହିନ୍ଦୁ ସମ୍ପ୍ରଦାୟଙ୍କୁ ମିଳିଛି ବଡ ଉପହାର। ଦୁବାଇର ଜବେଲ ଅଲ୍ଲୀ ଅଞ୍ଚଳରେ ଦଶହରାର ଗୋଟେ ଦିନ ପୂର୍ବରୁ ହିନ୍ଦୁ ମନ୍ଦିର ଉଦ୍ଘାଟିତ ହୋଇଛି। ଏହାକୁ ନିର୍ମାଣ କରିବା ପାଇଁ ୩ ବର୍ଷ ଲାଗିଥିଲା। ଏହାର ପ୍ରାର୍ଥନା କକ୍ଷରେ ୧୬ ଦେବାଦେବୀଙ୍କ ମୂର୍ତ୍ତି ରହିଛି।
୪. ଆଜି ମଣ୍ଡପରେ ଚାଲିଛି ମହାମାୟାଙ୍କ ମହାନବମୀ ପୂଜା । ଘଣ୍ଟ, ଘଣ୍ଟି, ଶଙ୍ଖଧ୍ୱନି ଓ ବ୍ରାହ୍ମଣଙ୍କ ମନ୍ତ୍ରପାଠରେ କମ୍ପୁଛି ମଣ୍ଡପ । ଆଜି ମହାନବମୀରେ କନ୍ୟା ପୂଜନ ପରମ୍ପରା ରହିଛି। ଚାରିଆଡ଼େ ପାର୍ବଣର ମହକ ।
୫. ରାଉରକେଲାରେ ଦୁର୍ଗା ପୂଜା ପେଣ୍ଡାଲ ଗୁଡ଼ିକରେ ହକି ଫିଭର । ବିଭିନ୍ନ ପେଣ୍ଡାଲ ଗୁଡ଼ିକରେ ଆଗାମୀ ୨୦୨୩ ହକି ବିଶ୍ୱକପ୍‌ର ସେଟ୍ଅପ୍ । ହକି ବିଶ୍ୱକପ୍‌କୁ ନେଇ ଇସ୍ପାତ ସହରରେ ଉତ୍ସାହର ମାହୋଲ ।
୬. ଆଜି ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ହେବ ଶେଷକୃତ୍ୟ। ଶୋଭାଯାତ୍ରାରେ ସହର ପରିକ୍ରମା କରିବା ପରେ ପଦ୍ମପୁର ରାଜଘାଟରେ ହେବ ଅନ୍ତିମ ସଂସ୍କାର। ଗତକାଲି ତାଙ୍କ ପାର୍ଥିବ ଶରୀର ପଦ୍ମପୁରରେ ପହଞ୍ଚିବା ପରେ ହଜାର ହଜାର ଲୋକ ଶେଷ ଦର୍ଶନ କରିଥିଲେ।
୭. ରାଜ୍ୟରେ ଗତ ୨୪ ଘଣ୍ଟାରେ ଓଡ଼ିଶାରେ ୯୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୫୪ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୩୭ ଜଣ ପଜିଟିଭ ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ ହୋଇଛନ୍ତି। ସଂକ୍ରମିତଙ୍କ ମଧ୍ୟରେ ୮ ଜଣ ୧୮ ବର୍ଷରୁ କମ୍ ବୟସର ଶିଶୁ- କିଶୋର ଥିବା ଜଣାଯାଇଛି।
୮. ଜୋରଜବରଦସ୍ତି ବଟି ଆଦାୟକୁ ବିରୋଧ କରି ଆଜି ଭଦ୍ରକ ଜିଲ୍ଲାରେ ବସ ଚଳାଚଳ ବନ୍ଦ ରହିଛି । ତେବେ ଏହି ବସ ସିଣ୍ଡିକେଟର ଡାକରାରେ ବନ୍ଦ ରହିଛି । ମଝି ରାସ୍ତାରେ ବସକୁ ଅଟାକଇ ବଟି ଆଦାୟ କରିବା ଓ ଡ୍ରାଇଭର , କଣ୍ଡକ୍ଟରକୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ଏହି ବନ୍ଦ ଡାକରା ଦିଆ ଯାଇଛି ।
୯. ପୁରୀ ଗସ୍ତରେ ଆସି ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସିଂହଦ୍ୱାର ନିକଟରେ ପହଞ୍ଚିବା ପରେ ତାଙ୍କୁ ଦଳୀୟ କର୍ମୀ ଓ ସେବାୟତ ସ୍ୱାଗତ କରିଥିଲେ । ପାଖାପାଖି ଅଧଘଣ୍ଟା ଶ୍ରୀମନ୍ଦିର ଭିତରେ ବିତାଇଥିଲେ କେନ୍ଦ୍ରମନ୍ତ୍ରୀ ।
୧୦. ବଙ୍ଗୋରସାଗରରେ ସକ୍ରିୟ ରହିଛି ଲଘୁଚାପ । ଲଘୁଚାପ କ୍ଷେତ୍ର ପ୍ରଭାବରେ ଉପକୂଳ ସମେତ ପାର୍ଶ୍ୱବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଲଗାଣ ବର୍ଷା ଚାଲିଛି । ଭୁବନଶ୍ୱର ଓ କଟକ ସହରରେ ଗତକାଲି ରାତିରୁ ଲାଗି ରହିଛି ତୀବ୍ର ବର୍ଷା । ଟୁଇନ୍ ସିଟିରେ ଘଣ୍ଟାପ୍ରତି ୨ରୁ ୩ ସେଣ୍ଟିମିଟର ବର୍ଷା ହେଉଛି ।

Leave A Reply

Your email address will not be published.