ANS NEWS [email protected]
୧. କୋଲକାତାରେ ଦୁର୍ଗାପୂଜା ମୂର୍ତ୍ତି ବିସର୍ଜନ ବେଳେ ଅଘଟଣ । ଜଲପାଇଗୁଡି ମାଲ ନଦୀରେ ମୂର୍ତ୍ତି ବିସର୍ଜନ ବେଳେ ବୁଡି ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦ରୁ ଅଧିକ ଭାସି ଯାଇଥିବା ସୂଚନା ମିଳିଛି । ହଠାତ୍ ବନ୍ୟାଜଳ ମାଡି ଆସିଥିବାରୁ ଅଘଟଣ ଘଟିଛି ।
୨. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ ସହିତ ଟେଲିଫୋନ ଯୋଗେ କଥା ହୋଇ ଶାନ୍ତିର ବାର୍ତ୍ତା ଦେଇଛନ୍ତି । ମୋଦି କହିଛନ୍ତି ସାମରିକ ଯୁଦ୍ଧ ସମାଧାନର ବାଟ ନୁହେଁ । ଆଣବିକ ପ୍ରତିଷ୍ଠାନ ଉପରେ ବିପଦ ବିନାଶ ଉପୁଜାଇପାରେ । ରୁଷ ରାଷ୍ଟ୍ରପତି ପୁତିନଙ୍କ ଆଣବିକ ଧମକ ମଧ୍ୟରେ ଏହି ବୟାନକୁ ଗୁରୁତ୍ୱ ଦିଆଯାଉଛି ।
୩. ମେକ୍ସିକୋରେ ଗୁଳିକାଣ୍ଡ ୧୮ ମୃତ । ଆମେରିକାର ମେକ୍ସିକୋ ସିଟି ହଲରେ ଗୁଳିକାଣ୍ଡ । ମେୟରଙ୍କ ସମେତ ୧୮ ଲୋକଙ୍କ ମୃତ୍ୟୁ । ମେକ୍ସିକୋର ସିଟି ହଲରେ ଆଖିବୁଜା ଗୁଳିମାଡ ।
୪. କେରଳର ପଲକ୍କଡ ଜିଲ୍ଲାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏଥିରେ ୯ ଜଣ ଲୋକଙ୍କ ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣ ପଲକ୍କଡ ଜିଲ୍ଲାର ୱଡକ୍କନଚେରି ଅଞ୍ଚଳରେ ହୋଇଥିବା ସୂଚନା ମିଳିଛି ।
୫. ଆମେରିକାର କାଲିଫର୍ଣ୍ଣିଆରୁ ଅପହରଣ ହୋଇଥିବା ଶିଖ ପରିବାରର ୪ ଜଣ ସଦସ୍ୟଙ୍କୁ ହତ୍ୟା କରାଯାଇଛି । ସେମାନଙ୍କୁ ଅପହରଣ କରି ହତ୍ୟା କରିବା ପରେ ଏକ ବଗିଚାରେ ଫିଙ୍ଗା ଯାଇଛି । ମୃତକଙ୍କ ମଧ୍ୟରେ ୮ ମାସର ଶିଶୁ ରହିଛନ୍ତି । ତେବେ ୪୮ ବର୍ଷୀୟ ଯୁବକ ଏହି ପରିବାର ସଦସ୍ୟଙ୍କୁ ଅପହରଣ କରିଥିବା ଅଭିଯୋଗ ହୋଇଛି ।
୬. ସମ୍ବଲପୁର କୁଚିଣ୍ଡା ତିଲେଇମାଲ ପତ୍ରା ଜଙ୍ଗଲରୁ ୨ଟି ହାତୀର ମୃତ ଦେହ ଠାବ । ବଡରମା ରେଞ୍ଜ ଭୂତେଲ ସେକ୍ସନ ତିଲେଇମାଲ ନିକଟରେ ଗୋଟିଏ ଦନ୍ତା ଓ ଗୋଟଇଏ ମାଇ ହାତୀ ପଡିଥିବା ଦେଖିବାକୁ ମିଳିଛି ।
୭. ମୋବାଇଲରେ ନେଟୱର୍କ ଆସୁନଥିବାରୁ ପାହାଡ ଉପରକୁ ଯାଇଥିଲେ ୩ ଛାତ୍ର । ସେହି ସମୟରେ ମାରିଲା ବିଜୁଳି । ଏହା ପରେ ପାହାଡ ଉପରେ ଥିବା ଛାତ୍ରମାନେ ଚେତାଶୂନ ହୋଇଥିଲେ । ଏହା ପରେ ୩ ଜଣଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏହି ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ ଅନ୍ତର୍ଗତ ପସରା ଗ୍ରାମ ପଞ୍ଚାୟତର ମୁଣ୍ଡା ଗାଁରେ ।
୮. ବୋଲେରୋକୁ ଧକ୍କା ଦେଲା ବାଇକ୍ । ସ୍ୱାମୀ ମୃତ, ସ୍ତ୍ରୀ ଓ ଶିଶୁ ଗୁରୁତ୍ୱର । ରାୟଗଡା ଜିଲ୍ଲା ଗୁମା ଘାଟି ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଛି ।
୯. ଓଲଟିଲା ଯାତ୍ରୀ ବାହୀ ବସ । ଜଣେ ମୃତ ୧୦ରୁ ଅଧିକ ଆହତ । ବ୍ରହ୍ମପୁରରୁ ଦଶପଲ୍ଲା ଆସୁଥିବା ଘରୋଇ ବସ ଦୁର୍ଘଟଣା ଗ୍ରସ୍ତ ହୋଇଛି । କାଲେଶ୍ୱରୀ ଗୋଡିବିଡା ଠାରେ ଦୁର୍ଘଟଣା ଘଟିଛି ।
୧୦. ଉପକୂଳରେ ବର୍ଷା । ମେଘୁଆ ପାଗ ସହ କିଛି ଅଞ୍ଚଳରେ ହାଲୁକା ବର୍ଷା । ଏଥି ପାଇଁ ୩ଟି ଜିଲ୍ଲା ପୁରୀ, ଗଞ୍ଜାମ ଓ ଗଜପତିକୁ ୟେଲୋ ସତର୍କତା ଦିଆଯାଇଛି । ପଶ୍ଚିମ କେନ୍ଦ୍ରିୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଦୁର୍ବଳ ହୋଇଛି ।