ANS NEWS [email protected]
୧. ଖେରସନ ଓ ଲୁହାନସ୍କରେ ଆଗକୁ ବଢୁଛି ୟୁକ୍ରେନ ସେନା । ୨୪ ଘଣ୍ଟାରେ ଖେରସନ୍ର ୩ ଜନବସତି ଓ ଲୁହାନସ୍କର ୬ ଜନବସତିକୁ ମୁକ୍ତ କରିଛି । ରୁଷ ସେନା କବଳରୁ ଗୋଟିଏ ପରେ ଗୋଟିଏ ଜନବସତି ଦଖଲମୁକ୍ତ କରି ଆଗକୁ ବଢୁଛି କିଭ ବ୍ରିଗେଡ ।
୨. ଉତ୍ତରାଖଣ୍ଡର ଉତ୍ତର କାଶୀରେ ଭୟଙ୍କର ହିମସ୍ଖଳନରେ ଫସି ରହିଛନ୍ତି୨୯ ଜଣ ପର୍ବତାରୋହୀ । ଏପର୍ଯ୍ୟନ୍ତ ୯ ଜଣଙ୍କ ମୃତ ଦେହ ଉଦ୍ଧାର । ଉଦ୍ଧାର କାର୍ଯ୍ୟକୁ ଆହୁରି ଜୋରଦାର କରାଯାଇଛି । ଜମ୍ମୁ କାଶ୍ମୀର ଗୁଲମାର୍ଗରେ ଏକ୍ସପର୍ଟ ଟିମ ଉଦ୍ଧାରକାରୀ ଦଳ ସହ ସାମିଲ ହୋଇଛନ୍ତି ।
୩. ସୁପ୍ରିମକୋର୍ଟଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । କୋର୍ଟଙ୍କ କହିବା ଅନୁସାରେ ସ୍ୱାମୀ ତା’ର ସ୍ତ୍ରୀକୁ ଛାଡପତ୍ର ଦେଇଥିଲେ ତା’ର ଭରଣ ପୋଷଣ କରିବାକୁ ପଡିବ । ଭରଣ ପୋଷଣ ପାଇଁ ସ୍ୱାମୀକୁ ଶାରିରୀକ ପରିଶ୍ରମ କରିବାକୁ ପଡିଲେ ମଧ୍ୟ ସେ କରିବାକୁ ବାଧ୍ୟ ।
୪. ଥାଇଲ୍ୟାଣ୍ଡରେ ମୃତ୍ୟୁ ସଂଖ୍ୟା ୩୭କୁ ବୃଦ୍ଧି । ଥାଇଲ୍ୟାଣ୍ଡରେ ଏକ ଚାଇଲ୍ଡ କେୟାର ସେଣ୍ଟର ରେ ଗୁଳିକାଣ ହୋଇଥିଲା । ଏଥିରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାକୁ ଲଗିଛି । ମୃତକଙ୍କ ମଧ୍ୟରେ ୨୨ ଜଣ ଶିଶୁ ଥିବା ସୂଚନା ମିଳିଛି ।
୫. ବେଆଇନ ମଦ ବିକ୍ରିକୁ ଟାର୍ଗେଟ କରିଛି ବୌଦ୍ଧ ଜିଲ୍ଲା ମନମୁଣ୍ଡା ପୋଲିସ । ବିଭିନ୍ନ ସ୍ଥାନରେ ଚଢାଉ କରି ୧୨୩ ଲିଟର ବିଦେଶୀ ମଦ ଏବଂ ୧୧ ଲିଟର ଦେଶୀ ମଦ ଜବତ କରିଛନ୍ତି ।
୬. କମିଶନରେଟ ପୋଲିସ ହାତରେ ମାଷ୍ଟର ମାଇଣ୍ଡ ଯୁବତୀ । ଗତକାଲି ବିଳମ୍ବିତ ରାତିରେ ଅର୍ଚ୍ଚନା ନାୟକଙ୍କୁ ଗିରଫ କଲା ପୋଲିସ । ବ୍ଲାକମେଲ କରି ଲଟୁଥିଲେ ଲକ୍ଷ ଲକ୍ଷ ଟଙ୍କା ।
୭. ଧାମନଗର ଉପ ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଏହା ସହ ଆଜିଠାରୁ ୧୪ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ଦାଖଲ ପ୍ରକ୍ରିୟା ଚାଳିବ । ୧୫ ତାରିଖ ରେ ଯାଞ୍ଚ ପରେ ୧୭ ତାରିଖରେ ପ୍ରତ୍ୟାହାର କରିପାରିବେ ।
୮. ଘର ଭାଙ୍ଗିଲେ ହାତୀ, ମାଡ ଖାଇଲେ ବନ କର୍ମଚାରୀ । ହାତୀ ଉପଦ୍ରବରେ ଅତିଷ୍ଟ ହୋଇ ବନ କର୍ମଚାରୀଙ୍କୁ ପିଟିଛନ୍ତି ଗ୍ରାମବାସୀ । ଏହି ଘଟଣା ଦେଖବାକୁ ମିଳିଛି ସୁନ୍ଦରଗଡ ଜିଲ୍ଲାର ବଣାଇରେ ।
୯. ନଭେମ୍ବରରେ ଭୁବନେଶ୍ୱର ସତ୍ୟନଗର ବିଏମସି ଟାୱାରରେ ଖୋଲିବ ଡେଲଏଟର ଡେଭଲପମେଣ୍ଟ ସେଣ୍ଟର । ଏ ନେଇ ଇନ୍ଷ୍ଟାଗ୍ରାମରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀଙ୍କ ସଚିବ ଭି.କେ ପାଣ୍ଡିଆନ । ଦେଶର ବଡ ବଡ ମେଟ୍ରୋ ସିଟିରେଏହାର ଅଫିସ ରହିଛି ।
୧୦. ଉପକୂଳ ଓଡିଶାର ଅଧିକାଂଶ ସ୍ଥାନରେ ବର୍ଷା ଲାଗି ରହିଛି । ଗୋଟିଏ ଘୂର୍ଣ୍ଣିବଳୟ ସକ୍ରିୟ ରହିଥିବା ବେଳେ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି ।ଏହି ଘୂର୍ଣ୍ଣିବଳୟ ସହ ଏକ ଟ୍ରଫ୍ ଲାଇନ ମଧ୍ୟ ଆନ୍ଧ୍ର ପ୍ରଦେଶ ଠାରୁ କେନ୍ଦ୍ରୀୟ ଉତ୍ତର ପ୍ରଦେଶ ପର୍ଯ୍ୟନ୍ତ ବ୍ୟାପିଛି। ଏହା ସହ ରାଜ୍ୟରେ ସକ୍ରିୟ ରହିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ।