You are currently viewing ANS NEWS SUPERFAST2@10

ANS NEWS SUPERFAST2@10

  • Post category:ଓଡିଶା
  • Reading time:1 mins read

୧. ଆଜି ଭାରତୀୟ ବାୟୁସେନା ଦିବସ । ଏୟାରଫୋସକୁ ପୂରିବ ୯୦ ବର୍ଷ । ପ୍ରତି ବର୍ଷ ଅକ୍ଟୋବର ୮ ତାରିଖକୁ ଏୟାରଫୋର୍ସ ଡେ ଭାବରେ ପାଳନ କରାଯାଉଛି । ଭାରତ ଓ ପାକିସ୍ତାନ ବିଭାଜନ ପୂର୍ବରୁ ଭାରତୀୟ ବାୟୁସେନାର ସ୍ଥାପନ ହୋଇସାରିଥିଲା ।
୨. ମହାରାଷ୍ଟ୍ର ନାସିକରେ ସଡକ ଦୁର୍ଘଟଣା ଫଳରେ ବସରେ ଅଗ୍ନିକାଣ୍ଡ ଘଟିଛି । ନାସିକ- ଔରଙ୍ଗାବାଦ ମାର୍ଗରେ ନନ୍ଦୁରନାକା ନାମକ ଏକ ସ୍ଥାନରେ ଏହି ଦୁର୍ଘଟଣା ଘଟିଛି । ବର୍ତ୍ତମାନ ଏହିଘଟଣାରେ ମୃତ୍ୟୁ ସଂଖ୍ୟା ୧୧ରେ ପହଞ୍ଚିଛି ।
୩. କ୍ରିମିଆ ଓ ରୁଷିଆକୁ ସଂଯୋଗ କରୁଥିବା ବ୍ରିଜ୍‌ରେ ବିସ୍ପୋରଣ । ଆଜି ସକାଳେ କେର୍ଚ ବ୍ରିଜରେ ଶକ୍ତିଶାଳୀ ବିସ୍ପୋରଣ ହୋଇଥିଲା । ଏବେ ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାକୁ ଲାଗିଛି । ବିସ୍ପୋରଣ ପରେ ଘଟଣା ସ୍ଥଳରେ ପ୍ରବଳ ଧୂଆଁ ଦେଖିବାକୁ ମିଳିଥିଲା ।
୪. ଘର ଭିତରେ ମା’କୁ ପିଟିପିଟି ହତ୍ୟା । ମା’ର ମୃତ ଦେହକୁ ଜବତ କରିଛି ପୋଲିସ । ଗଞ୍ଜାମ ଜିଲ୍ଲା ତାରାସିଙ୍ଗି ଥାନା ଅନ୍ତର୍ଗତ ଗଜାପଦର ଗାଁରେ ଏହି ଘଟଣା ଘଟିଛି । ମୃତ ମହିଳା ଜଣଙ୍କ ହେଲେ ତ୍ରିବେଣୀ ନାୟକ ।
୫. ବାପା ବସ ହକର, ପୁଅ ଓଏଏସ । ୨୭୯ ର‍୍ୟାଙ୍କ ରଖି କୃତକାର୍ଯ୍ୟ ହୋଇଛନ୍ତି ଅନୁଗୁଳ ଜିଲ୍ଲାର ଭିନ୍ନକ୍ଷମ ଛାତ୍ର ସତ୍ୟବ୍ରତ ମହାପାତ୍ର । ତାଙ୍କ ବାପା ଅନୁଗୁଳ ବସଷ୍ଟାଣ୍ଡର ସୁପରଭାଇଜର ତଥା ହକର ।
୬. ଯାଜପୁର ସୁକିନ୍ଦା ଥାନାରେ ଅଭାବନୀୟ ଘଟଣା । ସ୍ୱାମୀକୁ ହତ୍ୟା କରିଛି ସ୍ତ୍ରୀ । ଏହି ଘଟଣାରେ ସ୍ତ୍ରୀ ଫେରାର ଥିବା ବେଳେ ପୋଲିସ ଏହି ଘଟଣାର ତଦନ୍ତ କରୁଛି । ସୁକିନ୍ଦା ଥାନା ଅନ୍ତର୍ଗତ ମଙ୍ଗଳପୁର ଦେଇ ଯାଇଥିବା ରେଙ୍ଗାଲି କେନାଲ ନିକଟରୁ କ୍ଷତାକ୍ତ ଅବସ୍ଥାରେ ମିଳିଥିଲା ମୃତ ଦେହ ।
୭. ଖୋଳିବ ଭୁବନେଶ୍ୱରରୁ ଗିରଫ ହୋଇଥିବା ଲେଡି ବ୍ଲାକମେଲଙ୍କ ଗୁମର । ଗିରଫ ଅର୍ଚ୍ଚନାକୁ ରିମାଣ୍ଡରେ ଆଣି ତଥ୍ୟ ବାହାର କରିବ ଖଣ୍ଡଗିରିଥାନା ପୋଲିସ ।
୮. ଓପିଏସସି ପରୀକ୍ଷାରେ ସପ୍ତମ ସ୍ଥାନ ଅଧିକାର କରିଛନ୍ତି କନ୍ଧମାଳ ଜିଲ୍ଲା ଫୁଲବାଣୀର ଶୁଭଶ୍ରୀ ରଥ । ସେ ଏବେ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଅର୍ବାନ ଡାଟା ମ୍ୟାନେଜର ଭାବେ କାର୍ଯ୍ୟ କରୁଛନ୍ତି ।
୯. ବାରିପଦା ସହର ଉପକଣ୍ଠ ଶାଳବଣି ନିକଟରେ ଆଜି ସକାଳେ ସଡକ ଦୁର୍ଘଟଣା ଘଟିଛି । ପୋଲିସ ଜିପ ଓ ଘୁଷୁରୀ ବୋଝେଇ ଟ୍ରକ ମୁହାଁ ମୁହିଁ ଧକ୍କା ହେବାଫଳରେ ଦୁଇ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରଯାଇଛି ।
୧୦. କୁମାର ପୂର୍ଣ୍ଣିମାରେ ଭିଜିବ ଉପକୂଳ ଓଡିଶା । ଦକ୍ଷିଣ ବଙ୍ଗୋପସାଗର ମଧ୍ୟଭାଗରେ ସୃଷ୍ଟି ଘୂର୍ଣ୍ଣିବଳୟ ପ୍ରଭାବରେ ଏବେ ରାଜ୍ୟରେ କିଛି ସ୍ଥାନରେ ବର୍ଷା ହେବାରେ ଲାଗିଛି । ଏହି ଘୂର୍ଣ୍ଣି ବଳୟ ଅଧିକ ସକ୍ରିୟ ହେବ ।

ଅନ୍ୟମାନଙ୍କୁ ଜଣାନ୍ତୁ।