ANS NEWS [email protected]
୧. ନିପାତ ହେଲେ ଦୁଇ ଆତଙ୍କବାଦୀ । ଜମ୍ମୁ-କାଶ୍ମୀରର ଅନନ୍ତନାଗ ଜିଲ୍ଲାରେ ସୋମବାର ଭୋରୁ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏଥିରେ ୨ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି ।
୨. ଉତ୍ତରପ୍ରଦେଶରେ ବନ୍ୟା ପରିସ୍ଥିତି ସୃଷ୍ଟି । ଲଗାଣ ବର୍ଷା ଯେଗୁଁ ଏଠାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏହି ବନ୍ୟାରେ ୩୪ ଜଣଙ୍କର ପ୍ରାଣ ହାନୀ ହୋଇଥିବା ସୂଚନା ମିଳିଛି । ରାଜଧାନୀ ଲକ୍ଷ୍ନୌ ସମେତ ୪୫ ଜିଲ୍ଲାକୁ ପ୍ରବଳ ବର୍ଷା ଆଲର୍ଟ କରାଯାଇଛି ।
୩. ବିବାହ ପ୍ରତିଶୃତି ଦେଇ ସମ୍ପର୍କ ରଖିବା ଦୁଷ୍କର୍ମ ନୁହେଁ । ଏନେଇ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି କେରଳ ହାଇକୋର୍ଟ । ଦୁଷ୍କର୍ମ ଅଭିଯୋଗ ମାମଲାରେ କେରଳ ହାଇକୋର୍ଟ କହିଛନ୍ତି ଯଦି ପୁରୁଷ ଜଣଙ୍କ ବିବାହିତ ବୋଲି ଜାଣିବା ପରେ ଯୁବତୀ ତାଙ୍କ ସହ ସମ୍ପର୍କରେ ରହୁଛନ୍ତି ତେବେ ଏଥିରେ କୌଣସି ଭୁଲ ।ନହିଁ ।
୪. ବର୍ଷାରେ ବେହାଲ ଉତ୍ତରପ୍ରଦେଶ । ରାଜ୍ୟରେ ପ୍ରବଳ ବର୍ଷା କାରଣରୁ ଏବେ ପର୍ଯ୍ୟନ୍ତ ୯ ଜଣଙ୍କ ଜୀବନ ଯାଇଛି । ଗୋରଖପୁରରେ ଡଙ୍ଗା ବୁଡି ୨ ଜଣଙ୍କ ମୃତ୍ୟୁ ହୋଇଛି ।
୫. ପରଲୋକରେ ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ମୁଲାୟମ ସିଂହ ଯାଦବ । ୮୨ ବର୍ଷ ବୟସରେ ଗୁରୁଗ୍ରାମର ମେଦାନ୍ତା ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।
୬. ଆସୁଛି ଶୀତ । କରଞ୍ଜିଆରେ ଶୀତ ଅନୁଭୂତ । କରଞ୍ଜିଆ ଉପଖଣ୍ଡରେ ସକାଳୁ ସକାଳୁ କୁହୁଡି ଦେଖାଦେଲାଣି । ଘନ କୁହୁଡି ଯୋଗୁଁ ଜନଜୀବ ଅସ୍ତବ୍ୟସ୍ତ ହୋଇଛି ।
୭. ଭିଜିଲାନ୍ସ ଜାଲରେ ଜନସ୍ୱାସ୍ଥ୍ୟ ବିଭାଗ ସହକାରୀ ଯନ୍ତ୍ରୀ । ଭୁବନେଶ୍ୱର ଜନସ୍ୱାସ୍ଥ୍ୟ ବିଭାଗ ସହକାରୀ ଯନ୍ତ୍ରୀ ମାନସ ରଞ୍ଜନ ସାମଲଙ୍କ ଘରେ ଚାଲିଛି ଚଢାଉ ।
୮. ସୁନ୍ଦରଗଡ ଜିଲ୍ଲା ନୂଆ ଗାଁ ବ୍ଲକରେ ବଜ୍ରପାତରେ ଦୁଇଜଣ ବାଳକଙ୍କ ମୃତ୍ୟୁ ହୋଇଥିବା ବେଳେ ୨୯ ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତ୍ୱର ଅଛି ।
୯. ରାସ୍ତା ଉପରେ ଅଳିଆ ପକାଇଲେ ଗଣିବେ ଫାଇନ୍ । ପଚା ପରିବା କିମ୍ବା ଅନ୍ୟାନ୍ୟ ବର୍ଯ୍ୟବସ୍ତୁ ରାସ୍ତାକୁ ଫିଙ୍ଗିଲେ ଗଣିବେ ୫ ହଜାର ଟଙ୍କା । ପରିବା ବ୍ୟବସାୟଙ୍କୁ ବିଏମସି କମିଶନଙ୍କର କଡା ଚେତାବନୀ ।
୧୦. ଆଜିଠାରୁ ଆରମ୍ଭ ହୋଇଛି କାର୍ତ୍ତିକ ମାସ । ଏଥି ପାଇଁ ଚଳଚଞ୍ଚଳ ଶ୍ରୀ କ୍ଷେତ୍ର । ପୁରୀରେ ହବିଷିଆଳିଙ୍କ ଭିଡ । ଶ୍ରୀକ୍ଷେତ୍ରରେ ମାସେ ଧରି ହବିଷିଆଳି ମାନେ କାର୍ତ୍ତିକ ବ୍ରତ ପାଳନ କରିବେ ।