ANS NEWS [email protected]
୧. ୟୁକ୍ରେନରେ ସାରା ଆକାଶରୁ ଖସୁଛି ମିସାଇଲ । ଯୁଆଡ଼େ ଚାହିଁଲେ ହୁହୁ ହୋଇ ଜଳୁଛି ନିଆଁ । କେବଳ ପୂର୍ବ କି ଦକ୍ଷିଣ ନୁହେଁ । ପଶ୍ଚିମ ଓ ଉତ୍ତର ୟୁକ୍ରେନ୍ରେ ବି ଧ୍ୱଂସର ଲୀଳା ଚାଲିଛି । କାଲିଠାରୁ ରୁଷ୍ ସେନାର ମିସାଇଲ ଆକ୍ରମଣରେ ଥରୁଛି ୟୁକ୍ରେନ୍। ଚାରିଆଡ଼େ ବିସ୍ଫୋରଣର ଶବ୍ଦ। ପୁଣି ଥରେ ଦେଶ ପାଲଟିଛି ମୃତ୍ୟୁର ଉପତ୍ୟାକା ।
୨. କର୍ଣ୍ଣାଟକରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି ଯେଉଁଠାରେ ୧୬ ଜଣ ଦଲିତଙ୍କୁ ଅନେକ ଦିନ ଜେଲରେ ରହିବା ପରେ ନିର୍ଯାତନା ଦିଆଯାଉଥିଲା। ଏହି ମାମଲା କର୍ଣ୍ଣାଟକର ଚିକକାମାଲୁରୁ ଜିଲ୍ଲାର । ଅଭିଯୋଗ ହୋଇଛି ଯେ ହଇରାଣ ହେଉଥିବା ମହିଳାଙ୍କ ମଧ୍ୟରେ ଜଣେ ଗର୍ଭବତୀ ମହିଳା ମଧ୍ୟ ଥିଲେ। ମାଡ ମରାମରି ହେତୁ ମହିଳାଙ୍କର ଗର୍ଭପାତ ହୋଇଛି ।
୩. ନାସାକୁ ବଡ ସଫଳତା । ପୃଥିବୀକୁ ବଞ୍ଚାଇବା ପାଇଁ ନାସାର ଡାର୍ଟ ମିଶନ୍ ଉଦ୍ଦେଶ୍ୟ ସଫଳ ହୋଇଛି । ମହାକାଶରେ ଗ୍ରହାଣୁକୁ ସ୍ପେସ୍କ୍ରାଫ୍ଟ ଧକ୍କା ଦେବା ପରେ ବଦଳିଗଲା ଡିମୋରଫୋସର କକ୍ଷପଥ । ଅଲଗା ଦିଗରେ ଗତି କରୁଛି ଆଷ୍ଟ୍ରଏଡ୍ । ଗତମାସରେ ଆଷ୍ଟରଏଡ୍ ସହ ପିଟି ହୋଇଥିଲା ନାସାର ସ୍ପେସକ୍ରାଫ୍ଟ । ଏହାପରେ ଆଷ୍ଟରଏଡ୍କୁ ତାର ପ୍ରାକୃତିକ କକ୍ଷପଥରୁ ଠେଲି ବାହାର କରିବାରେ ସଫଳ ହୋଇଛି । ଏନେଇ ବିଧିବଦ୍ଧ ଭାବରେ ନାସା ପକ୍ଷରୁ ଘୋଷଣା କରାଯାଇଛି ।
୪. ଭାରତ ଯୋଡ଼ୋ ଯାତ୍ରାରେ ବାହାରିଛି କଂଗ୍ରେସ। ଆଉ ଏହି ଯାତ୍ରା ସମୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଛୋଟ ପିଲା ସହିତ କରିଛନ୍ତି ପୁସ୍ଅପ୍ ଚ୍ୟାଲେଞ୍ଜ। କର୍ଣ୍ଣାଟକରେ ଭାରତ ଯୋଡ଼ୋ ଯାତ୍ରା ସମୟରେ ଜଣେ ଛୋଟ ପିଲାସହିତ ଏହି ଚ୍ୟାଲେଞ୍ଜ କରିଛନ୍ତି। ଯାହାର ଭିଡିଓ ଭାଇରଲ ହେବାରେ ଲାଗିଛି ।
୫. ଗଜପତି ଜିଲ୍ଲା ଅଡବା ଥାନା ଅଞ୍ଚଳରେ ବସ୍ ଦୁର୍ଘଟଣା। ଆଜି ବିଳମ୍ୱିତ ରାତିରେ ଏକ ସରକାରୀ ବସ୍ ଅଡବା ଥାନା ନଳାଘାଟ ଗ୍ରାମ ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡକୁ ଖସି ପଡ଼ିଛି। ତେବେ ଏହି ଦୁର୍ଘଟଣାରେ କେହି ଆହତ ହୋଇନଥିବା ବେଳେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ୩୮ଯାତ୍ରୀ। ବସ୍ ଟି ମାଲକାନଗିରି ଜିଲ୍ଲା ମୋଟୁ ରୁ ଭୁବନେଶ୍ୱର ଆସୁଥିଲା ।
୬. ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୦୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୬୧ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୪୨ ଜଣ ପଜିଟିଭ ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ ହୋଇଛନ୍ତି। ସଂକ୍ରମିତଙ୍କ ମଧ୍ୟରେ ୧୦ ଜଣ ୧୮ ବର୍ଷରୁ କମ୍ ବୟସର ଶିଶୁ- କିଶୋର ଥିବା ଜଣାଯାଇଛି।
୭. ୧୦ଫୁଟ ଲମ୍ବର ଅଜଗର ସାପ ଉଦ୍ଧାର। ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଦର୍ପଣ ପଂଚାୟତ କୋଲସାହି ଅଂଚଳରୁ ଅଜଗର ସାପଟି ଉଦ୍ଧାର ହୋଇଛି। ନିକଟସ୍ଥ ଜଙ୍ଗଲରୁ ଏହି ଅଜଗର ସାପଟି ଗାଁ ଅଭିମୁଖେ ଚାଲି ଆସିଥିବା ବେଳେ ଅଜଗର ସାପଟିକୁ ଦେଖି ସ୍ଥାନୀୟ ଲୋକେ ଭୟଭୀତ ହୋଇ ପଡ଼ିଥିଲେ।
୮. ଅଗ୍ନିକାଣ୍ଡ ପରେ ଅଚଳ ହୋଇପଡିଛି ଓଟି । ବ୍ରହ୍ମପୁର ଏମକେସିଜି ମେଡିକାଲ ସୁପର ସ୍ପେସାଲିଟି ବିଲଡିଂରେ ଥିବା ୟୁରୋଲୋଜି ବିଭାଗ ଓଟି ଅଲୋଡା ହୋଇପଡିଛି । ଗତ ଅଗଷ୍ଟ ୨୬ ତାରିଖରେ ଅଗ୍ନିକାଣ୍ଡ ହୋଇଥିଲେ ବି ଏପର୍ଯ୍ୟନ୍ତ ମରାମତି ହୋଇପାରିନାହିଁ ।
୯. ବଢୁଛି ଧାମନଗର ଉପନିର୍ବାଚନ ତାତି । ବିଜେପି ପ୍ରାର୍ଥୀ ଦେଇଥିବାବେଳେ ଏବେ ଅପେକ୍ଷା କିଏ ହେବେ ବିଜେଡି ପ୍ରାର୍ଥୀ। ଆଜି ପ୍ରାର୍ଥୀ ଘୋଷଣା କରିପାରେ ଦଳ। ପୁରୁଣା ନୁହେଁ ନୂଆ ମୁହଁ ଉପରେ ଦଳ ଭରସା କରିପାରେ । ଆପାତତଃ ବିଜେଡିର ରଣନୀତିରୁ ଏହାର ଆଭାସ ମିଳିଛି। ସେପଟେ ପଦଯାତ୍ରାକୁ ଜୋରଦାର କରିଛି ଦଳ।
୧୦. ବାତ୍ୟା ଗୁଜବ ଠାରୁ ଦୂରେଇ ରୁହନ୍ତୁ । ସମ୍ଭାବ୍ୟ ବାତ୍ୟା ନେଇ ପାଣିପାଗ ବିଭାଗ ପକ୍ଷରୁ କୌଣସି ସୂଚନା କିମ୍ବା ପୂର୍ବାନୁମାନ ଜାରି ହୋଇନି । ଏନେଇ ସୂଚନା ଦେଇଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର । କୌଣସି ପାଣିପାଗ ଘଟଣା ସମ୍ବନ୍ଧରେ ୭ ଦିନ ଆଗରୁ ଆକଳନ କରିବା ବିଜ୍ଞାନ ସମ୍ମତ ନୁହେଁ ।