ANS NEWS [email protected]

୧. ସୁପ୍ରିମକୋର୍ଟରେ ବହୁ ଚର୍ଚ୍ଚିତ ହିଜାବ ପରିଧାନ ମାମଲା । କଲେଜ କ୍ୟାମ୍ପସରେ ହିଜାବ ପରିଧାନ ନେଇ ସୁପ୍ରିମ କୋର୍ଟ ଖଣ୍ଡପୀଠଙ୍କ ଦ୍ୱିମତ । କଲେଜ କ୍ୟାମ୍ପସରେ ହିଜାବ ପରିଧାନ ବାରଣ କରିଛନ୍ତି କର୍ଣ୍ଣାଟକ ସରକାର । ଦୁଇ ପ୍ରକାର ମତ ରଖିଛନ୍ତି ୨ ଜଣ ବିଚାରପତି ।
୨. ଚଳନ୍ତା ବସରେ ନିଆଁ । ମହାରାଷ୍ଟ୍ର ପୁନେ ଅମ୍ବେଗାଓଁ ଅଞ୍ଚଳରେ ଏକ ଚଳନ୍ତା ବସରେ ନିଆଁ ଲାଗିଛି । ବସ୍‌ରେ ୨୭ ଜଣ ଯାତ୍ରୀ ଥିଲେ ।
୩. ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ୭୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୪୬ ଜଣ ସଙ୍ଗରୋଧ କେନ୍ଦ୍ରରୁ ୩୧ ଜଣ ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ ହୋଇଛନ୍ତି ।
୪. ନିଶା ବେପାରୀଙ୍କ ବିରୋଧରେ ଓଡିଶା ପୋଲିର ଜିରୋ ଟଲରାନ୍ସ । ନଷ୍ଟ ହେଲା ଗଚ୍ଛିତ ହୋଇଥିବା ନିଶା ଦ୍ରବ୍ୟ । ନଷ୍ଟ ହେବା ବେଳେ ଉପସ୍ଥିତ ଥିଲେ ଓଡିଶା ପୋଲିସ ଓ ଏସଟିଏଫ ର ବରିଷ୍ଠ ଅଧିକାରୀମାନେ । ଏନେଇ ଗଞ୍ଜାମ ଜିଲ୍ଲା ପାଟପୁର ଥାନାରେ ମାମଲା ରୁଜୁ ହୋଇଛି ।
୫. ୬୦ ନମ୍ବର ଜାତୀୟ ରାଜପଥରେ ଓଲଟିଲା ଦୁଇଟି ତୀର୍ଥଯାତ୍ରୀ ବସ । ୨୨ ଯାତ୍ରୀ ଆହତ । ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥ ହଳଦୀପଦା ନିକଟରେ ଓଲଟିଲା ବସ ।
୬. ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ପୋଲିସକୁ ବଡ ସଫଳତା। ଭଞ୍ଜନଗର ଥାନା ଅଞ୍ଚଳର ଭିନ୍ନ ଭିନ୍ନ ସ୍ଥାନରେ ଚାଲିଥିବା ଜୁଆଖେଳ ଉପରେ ଚଢ଼ାଉ କରାଯାଇଥିଲା। ୩୮ଜଣ ଜୁଆଡ଼ିକୁ ଗିରଫ କରିଛି ପୋଲିସ।
୭. ସାମ୍ନାକୁ ଆସିଲା ଅର୍ଚ୍ଚନା ନାଗଙ୍କ ଟ୍ବିଟ୍। ଟ୍ବିଟରେ ଓଡିଶା ପୋଲିସକୁ ଗାଳି କରୁଥିଲେ। ପୋଲିସର କାର୍ଯ୍ୟ ଦକ୍ଷତା ନେଇ ପ୍ରଶ୍ନ ଉଠାଉଥିଲେ। ଏପଟେ ଧିରେ ଧିରେ ଖୋଲୁଛି ଲେଡି ବ୍ଲାକମେଲର୍ ଅର୍ଚ୍ଚନା ନାଗଙ୍କ ମାୟାଜାଲର ଗୁମର । ଦିନ ଗଡୁଛି, ତାଲିକା ଲମ୍ବୁଛି। ପ୍ରତିଦିନ ସାମ୍ନାକୁ ଆସୁଛି ନୂଆ ନୂଆ ରହସ୍ୟ ।
୮. କେନାଲରେ ଭାସିଯାଇ ୧ ମୃତ, ୨ ନିଖୋଜ । କଟକ ଜଗତପୁର ଅଞ୍ଚଳର ପଟ୍ଟାମୁଣ୍ଡାଇ କେନାଲରେ ଭାସିଯାଇ ଜଣଙ୍କ ମୃତ୍ୟୁ ହୋଇଛି। ମୃତ ଯୁବକ ତ୍ରିଲୋଚନ ମହଲା।
୯. ବାଲେଶ୍ବର ଜିଲ୍ଲା ନୀଳଗିରିସ୍ଥିତ କୁଲଡିହା ଅଭୟାରଣ୍ୟର ଖୁମକୁଟ ଅଞ୍ଚଳରେ ଦନ୍ତା ହାତୀର ଉପଦ୍ରବ। ଘଉଡ଼ାଇବାକୁ ଯାଇଥିବା ୬ଜଣ ବନକର୍ମଚାରୀ ଆହତ।
୧୦. ଫେରିଯିବ ମୌସୁମୀ। ପୂର୍ବ-ଭାରତର କିଛି ଅଞ୍ଚଳରୁ ଫେରିଯାଇପାରେ ମୌସୁମୀ। ଆସନ୍ତା ୪ରୁ ୫ ଦିନ ମଧ୍ୟରେ ମୌସୁମୀ ଅପସାରଣ ପାଇଁ ପାଗ ଅନୁକୂଳ ରହିଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

Leave A Reply

Your email address will not be published.