You are currently viewing ANS NEWS SUPERFAST2@10

ANS NEWS SUPERFAST2@10

  • Post category:ଓଡିଶା
  • Reading time:1 mins read

୧. ପୁଣି ଛତିଶଗଡରେ ଭୂକମ୍ପ ଝଟକା । ଆଜି ଭୋର ୫ଟା ୨୮ରେ ଭୂକମ୍ପ ଅନୁଭୁତ ହୋଇଥିବା ସୂଚନା ମିଳିଛି । ଭୂକମ୍ପର ଝଟକା ୪.୮ ରହିଥିଲା ।
୨. ମସ୍କୋରୁ ଦିଲ୍ଲୀ ଆସିଥିବା ବିମାନରେ ବୋମା । ଏ ନେଇ ସୁରକ୍ଷା ସଂସ୍ଥାକୁ ସୂଚନା ମିଳିବା ରେ ତ୍ୱରିତ ପଦକ୍ଷପ । ଏହି ବିମାନଟି ଭୋର ୩.୨୦ ରେ ଲ୍ୟାଣ୍ଡ କରିଥିଲା ।
୩. ଆମେରିକାରେ ଗୁଳିମାଡ । ଏଥର ଉତ୍ତର କାରୋଲିନା ସହରରେ ଗୁଳି ବିନିମୟ ହେତୁ ଲୋକଙ୍କ ମଧ୍ୟରେ ଆତଙ୍କ ଦେଖା ଦେଇଛି । ଏଥିରେ ପୋଲିସ ଅଧିକାରୀଙ୍କ ସମେତ ୫ ଜଣଙ୍କର ମୃତ୍ୟୁ ହୋଇଛି ।
୩. ରାଜ୍ୟରେ ଗତ ୨୪ ଘଣ୍ଟାରେ ୮୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୪୯ ଜଣ ସଂରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୩୫ ଜଣ ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ ହୋଇଛନ୍ତି ।
୪. ପୁରୀରେ ୫ଟି ସଚିବ । ଆଜି ସକାଳେ ୫ଟି ସଚିବ ଭି.କେ ପାଣ୍ଡିଆନ ପୁରୀ ଗସ୍ତରେ ଆସି ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ ।
୫. କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଅଞ୍ଚଳରେ ଗତ କାଲି ରାତି ୧୧.୩୫ରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଥିଲା । ଏଥି ଯୋଗୁଁ ଲୋକମାନେ ଘର ଛାଡି ବାହାରକୁ ପଳାଇ ଆସିଥିଲେ ।
୬. ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡରେ ଥମୁନି ହାତୀ ଉପଦ୍ରବ । କେନ୍ଦୁଝର ଜିଲ୍ଲା ବୈତରଣୀ ନଦୀ ପାର ହୋଇ କରଞ୍ଜିଆ ରେଞ୍ଜକୁ ଆସିଛନ୍ତି ୨୪ ହାତୀପଲ । ଏହି ହାତୀ ପଲ ଏବେ ଘୋଷଦା ଜଙ୍ଗଲରେ ଅଛନ୍ତି ।
୭. ଗ୍ୟାସ ସିଲିଣ୍ଡର ଫାଟି ଭାଇଭଉଣୀ ଗୁରୁତର । ଏଭଳି ଅଭାବନୀୟ ଘଟଣା ଘଟିଚି ବାଲେଶ୍ୱର ଜିଲ୍ଲା ସଦର ବ୍ଲକ କୁଆଁରପୁରରେ । ଆହତ ୨ ଜଣଙ୍କୁ ବାଲେଶ୍ୱର ଫକୀରମୋହନ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
୮. ନିଜକୁ ନାଭାଲ ଅଫିସର ଓ ଡାକ୍ତର ପରିଚୟ ଦେଇ ଲୁଟୁଥିଲେ ଦମ୍ପତି । କାବୁ କଲେ ଲୋକେ । ଏହି ଘଟଣା ଘଟିଛି ସମ୍ବଲପୁର ସହରରେ ।
୯. ପୁଣି ହାତୀ ମୃତ୍ୟୁ । ଢେଙ୍କାନାଳ ଜିଲ୍ଲା ଭୁବନ ରେଞ୍ଜ ଜିରାଳ ଫରେଷ୍ଟ ସେକ୍ସନର କଇଁଥଗୋଡା ନିକଟ ଚାଷ ଜମିରୁ ଦନ୍ତାର ମୃତ ଦେହ ଠାବ କରାଯାଇଛି । ବିଦ୍ୟୁତ୍ ଆଘାତରେ ହାତୀର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି ।
୧୦. ୧୮ ତାରିଖରେ ଘୂର୍ଣ୍ଣିବଳୟ ସମ୍ଭାବନା । ଉତ୍ତର ଆଣ୍ଡାମାନ ସାଗର ଓ ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣି ବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ରହିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।