ANS NEWS [email protected]

୧. ଥମୁନି ହିଜାବ ବିରୋଧି ବିକ୍ଷୋଭ । ଇରାନରେ ଦିନକୁ ଦିନ ଏହା ଉଗ୍ର ହେବାରେ ଲାଗିଛି । ଏହାରି ମଧ୍ୟରେ ଇରାନ ଏଭିନ ଜେଲରେ ଅଗ୍ନକାଣ୍ଡ ହୋଇଛି । ଏଥିରେ ୪ ଜଣ କଏଦୀଙ୍କ ମୃତ୍ୟୁ ହୋଇଥିବା ବେଳେ ୬୦ରୁ ଅଧିକ ଆହତ ହୋଇଛନ୍ତି ।
୨. କିଏ ହେବ କଂଗ୍ରେସର ନୂଆ ବସ । ଆଜି କଂଗ୍ରେସ ଅଧକ୍ଷ ପାଇଁ ଚାଲିଛି ନିର୍ବାଚନ । ମଲ୍ଲିକାଜୁର୍ନ ଖଡଗେ ଏବଂ ଶଶି ଥରରୁଙ୍କ ମଧ୍ୟରେ ହେବ ସିଧାସଳଖ ଲଢେଇ । ସକାଳ ୧୦ ଟାରୁ ୪ଟା ମଧ୍ୟରେ ହେବ ଭୋଟ ।
୩. ଅନ୍ଧ୍ର ପ୍ରଦେଶର ଏଲୁରୁ ଜିଲ୍ଲାରେ ଶନିବାର ୧୮ ବୁଲା କୁକୁରଙ୍କୁ ବିଷ ଦେଇ ମାରି ଦିଆଯାଇଛି । ଅନ୍ଧ୍ର ପ୍ରଦେଶ ପୋଲିସ ପଶୁ କ୍ରୁରତା ନିବାରଣ ଅଧିନିୟମ ଅଧିନରେ କେ ବୀରବାବୁ ନାମକ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି ।
୪. ବୌଦ୍ଧ ଜିଲ୍ଲା ମନମୁଣ୍ଡା ବନାଞ୍ଚଳରେ ପୁଣି ୫ ହେକ୍ଟର ଗଞ୍ଜେଇ ଚାଷ ନଷ୍ଟ କରିଛି ବନ ବିଭାଗ । ବୌଦ୍ଧ ବନଖଣ୍ଡରୁ ଗଞ୍ଜେଇ ଚାଷକୁ ସମୂଳେ ନାଶ କରିବା ପାଇଁ ବନ ଖଣ୍ଡ ଅଧିକାରୀ ଦେବ ପ୍ରିୟ କମ୍ପ ନିଷ୍ପତ୍ତି କ୍ରମେ ଏହି ଅଭିଯାନ ପାଇଁ କଡା ନିର୍ଦ୍ଦେଶ ହେବା ସହ କର୍ମଚାରୀଙ୍କୁ ନିୟୋଜିତ କରିଛନ୍ତି ।
୫. ପ୍ରେମିକର ଉନ୍ମତକାଣ୍ଡ । ପ୍ରେମିକା ଘର ଉପରକୁ ଫିଙ୍ଗିଲା ୪ଟି ବୋମା । ଏଭଳି ଘଟଣା ଦେଖବାକୁ ମିଳିଛି କଟକ ଜିଲ୍ଲା ନରସିଂହପୁର ବ୍ଲକ ଅନ୍ତର୍ଗତ ଚକ୍ରଗଡ ଗ୍ରାମର ମୁଣ୍ଡିଆ ସାହିରେ ।
୬. କନ୍ଧମାଳ ଜିଲ୍ଲା ରାଇକିଆ ହନୁମାନ ମନ୍ଦିର ଗତ ଗୁରୁବାର ବିଳମ୍ବିତ ରାତିରେ ମନ୍ଦିର ତାଲା ଭାଙ୍ଗି ହୁମାନଙ୍କ ମୁକୁଟ ସହ ବିଭିନ୍ନ ସାମଗ୍ରୀ ଚୋରି ହୋଇଛି । ମନ୍ଦିର ପୁଜାରୀ ସକାଳେ ଏହି ଘଟଣା ଦେଖି ଥାନାରେ ଏତଲା ଦେଇଥିଲେ ।
୭. କଟକରେ ତାଲିବାନ ଶାସନ ନଗ୍ନ ନମୂନା । ଉଧାର ଟଙ୍କା ନ ଫେରାଇବାରୁ ଯୁବକଙ୍କୁ ୨ କିଲୋମିଟର ଘୋଷାଡିଲେ ୨ ଯୁବକ । କଟକ ଚଣ୍ଡିଛକ ଅଞ୍ଚଳରେ ଘଟିଛି ଏଭଳି ଘଟଣା ।
୮. ଅର୍ଚ୍ଚନା ନାଗଙ୍କ ଜାମିନ ଆବେଦନ ଖାରଜ । ଜାମିନ ଆବେଦନ ଖାରଜ କଲେ ଭୁବନେଶ୍ୱର ଏସଡିଜେଏମ କୋର୍ଟ । ଗତ ଶୁକ୍ରବାର ଜାମିନ ଆବେଦନ କରିଥିଲେ ଅର୍ଚ୍ଚନା ।
୯. ବେଆଇନ ବାଣ ଗୋଦାମ ଉପରେ ଚଢାଉ । ଲକ୍ଷାଧିକ ଟଙ୍କାର ବାଣ ଜବତ । ଗତକାଲି ରାତିରେ କରଞ୍ଜିଆ ପୋଲିସ ସୁତ୍ରରୁ ଖବର ପାଇ କରଞ୍ଜିଆ ଏନଏସିରେ ଏକ ମାମଲା ରୁଜୁ ହୋଇଛି ।
୧୦. ଦକ୍ଷିଣ ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଘୂର୍ଣ୍ଣିବଳୟ ବାୟୁମଣ୍ଡଳରେ ୩.୧ କିମି ଯାଏ ବ୍ୟାପିଛି । ଏହାର ପ୍ରଭାବରେ ଦକ୍ଷିଣ ପୂର୍ବ ଏବଂ କେନ୍ଦ୍ରୀୟ ବଙ୍ଗୋପ ସାଗରରେ ଆସନ୍ତା ୨୦ ରେ ଲଘୁଚାପ ସୃଷ୍ଟି ହେବ ।

Leave A Reply

Your email address will not be published.