You are currently viewing ANS NEWS SUPERFAST2@10

ANS NEWS SUPERFAST2@10

  • Post category:ଓଡିଶା
  • Reading time:1 mins read

୧. ଜଷ୍ଟିସ ଧନଞ୍ଜୟ ଯଶୱନ୍ତ ଚନ୍ଦ୍ରଚୁଡ ସୁପ୍ରିମ କୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି ଭାବରେ ମିଳିଲା ନିଯୁକ୍ତି । ତାଙ୍କୁ ନିଯୁକ୍ତି ଦେଇଛନ୍ତି ରାଷ୍ଟ୍ରପତି ଦୌପଦୀ ମୁର୍ମୁ । ଦେଶର ୫୦ ତମ ପ୍ରଧାନ ବିଚାରପତି ଭାବରେ ଆସନ୍ତା ନଭେମ୍ବର ୯ରେ ସପଥ ନେବେ ।
୨. ବଢିଲା ମହଙ୍ଗା ଭତ୍ତା । କେନ୍ଦ୍ର ସରକାର ସେପ୍ଟେମ୍ବର ଶେଷ ସପ୍ତାହରେ ସରକାରୀ କର୍ମଚାରୀର ମହଙ୍ଗା ଭତ୍ତା ବୃଦ୍ଧି କରିଥିବା ଘୋଷଣା କରିଥିଲେ । ଏହା ୪ ପ୍ରତିଶତ ବଢି ୩୪ରୁ ୩୮ ପ୍ରତିଶତ ହୋଇଥିଲା ।
୩. ଉତ୍ତରାଖଣ୍ଡ ସ୍ଥିତ କେଦାରନାଥ ଧାମରୁ ମାତ୍ର ୨ କିମି ଦୂରରେ ହେଲିକପ୍ଟର ଦୁର୍ଘଟଣା ଗ୍ରସ୍ତ ହୋଇଛି । ଏଥିରେ ୬ ଜଣ ଶ୍ରଦ୍ଧାଳୁଙ୍କ ଜୀବନ ଯାଇଛି । ଏହି ହେଲିକପ୍ଟରଟି କେଦାରନାଥ ଧାମରୁ ଫେରୁଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି ।
୪. ୟୁକ୍ରେନ ସୀମା ନିକଟସ୍ଥ ଦକ୍ଷିଣ ରୁଷୀୟ ସହର ‘ୟେସ୍କ’ରେ ଏକ ବିଲ୍ଡିଙ୍ଗ ସହ ଧକ୍କା ହୋଇଛି ରୁଷର ସୁପରସୋନିକ ଲଡେଇ ବିମାନ । ଏହି ଦୁର୍ଘଟଣାରେ ୩ ପିଲାଙ୍କ ସମେତ ପାଖାପାଖି ୧୩ ଜଣ ଲୋକଙ୍କ ମୃତ୍ୟୁ ହୋଇଛି ।
୫. ରାଜଧାନୀରେ ଚାଞ୍ଚଲ୍ୟ । ଭୁବନେଶ୍ୱରସ୍ଥିତ ହୋଟେଲ ମେ ଫେୟାର ଛକ ନିକଟ ଏକ ଗଛରୁ ମୃତଦେହ ଉଦ୍ଧାର ହୋଇଛି। ନିକଟରେ ଥିବା ପାଚେରୀ ଉପରେ ଚପଲ, ପ୍ୟାଣ୍ଟ ସାର୍ଟ, ଗାମୁଛା ଓ ସାଲ୍ ଥୁଆ ହୋଇଛି। ତେବେ ଯୁବକ ଜଣକ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି।
୬. ୧୨ ଫୁଟ ର ଅଜଗର ଉଦ୍ଧାର। କେନ୍ଦୁଝର ଜିଲ୍ଲା ୨୨୦ ନମ୍ବର ଜାତୀୟ ର ହଳଦୀବଟା ଫାୟାର ଷ୍ଟେସନ ନିକଟରୁ ବନ ବିଭାଗ ଏକ ୧୨ ଫୁଟର ଅଜଗର ଉଦ୍ଧାର କରିଛି। ସାପଟି ରାସ୍ତା କଡ଼ରେ ଥିବା ବେଳେ ସ୍ଥାନୀୟ ଲୋକେ ଦେଖି ସାହାରପଡା ବନ ବିଭାଗକୁ ଖବର ଦେଇଥିଲେ ।
୭. କେନ୍ଦୁଝର ଜିଲ୍ଲା ଦୈତାରି ଥାନା ଅନ୍ତର୍ଗତ ରେମାଳ ଡ୍ୟାମରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ଯୁବକ ଜଣକ ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ଅନ୍ତର୍ଗତ ଦଲକି ଗ୍ରାମର କୃପାସିନ୍ଧୁ ମହାନ୍ତ ବୋଲି ସୂଚନା ମିଳିଛି।
୮. ପ୍ରେମୀ ଯୁଗଳଙ୍କ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ। ପୁରୀ ଚକ୍ରତୀର୍ଥ ରୋଡ ସ୍ଥିତ ଏକ ହୋଟେଲରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା। ତେବେ ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯିବାପରେ ପ୍ରଥମ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ତେବେ ସେଠାରେ ଅବସ୍ଥା ଗୁରୁତର ହେବାରୁ କଟକ ସ୍ଥାନାନ୍ତର କରାଯାଇଛି।
୯. ଚଳିତ ବର୍ଷ ଧନୁଯାତ୍ରାରେ ଚୟନ ହେବେ କଂସ ମହାରାଜ। ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବ ପାଇଁ କଂସ ଭୂମିକା ସହ ଅନ୍ୟାନ୍ୟ କଳାକାରଙ୍କ ହେବ ଚୟନ। ଆସନ୍ତା ଡିସେମ୍ବର ୨୭ରୁ ଜାନୁଆରୀ ୬ ତାରିଖ ପର୍ଯ୍ୟନ୍ତ ହେବ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବ।
୧୦. ହାତୀ ମୃତ୍ୟୁ ଘଟଣାରେ ବନବିଭାଗ ଦ୍ୱାରା ୩ଜଣ ଗିରଫ। ସମ୍ବଲପୁର ଜିଲ୍ଲା ବାମରା ବନ୍ୟପ୍ରାଣୀ ବନଖଣ୍ଡ ଅନ୍ତର୍ଗତ ବଡରମା ରେଞ୍ଜ ଭୁତେଲ ସେକ୍ସନ ସର୍ଡା ପଞ୍ଚାୟତ ତିଲେଇମାଲ ଗାଁ ଚୁଲିଆକାନି ପତ୍ରା ଜଙ୍ଗଲରେ ଏହି ଅଘଟଣ ଘଟିଥିଲା।

ଅନ୍ୟମାନଙ୍କୁ ଜଣାନ୍ତୁ।