ANS SUPERFAST 2@10

୧. ଆଜି ରାଜ୍ୟରୁ ୮୭ କରୋନା ପଜିଟିଭ ଚିହ୍ନଟ ।
୨. ଆଜି ହେଉଛି ବିଶ୍ୱ କର୍କଟ ଦିବସ । ମାରାତ୍ମକ ରୋଗ ପାଇଁ ସତର୍କତା ଓ ସଚେତନତା ବୃଦ୍ଧି କରିବା ପାଇଁ ପ୍ରତିବର୍ଷ ଫେବୃଆରୀ ୪ରେ ବିଶ୍ୱ କର୍କଟ ଦିବସ ପାଳନ କରାଯାଉଛି ।
୩. ରାଜଧାନୀରେ ନିର୍ମାଣ ହେବ ବିଶ୍ବସ୍ତରୀୟ କ୍ୟାନସର ହସ୍ପିଟାଲ । ଏନେଇ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଚଳିତମାସରେ ହସ୍ପିଟାଲ ନିର୍ମାଣ ନେଇ ରୂପରେଖ ପ୍ରସ୍ତୁତ ହେବ ବୋଲି ସୂଚନା ରହିଛି ।
୪. ରାଜ୍ୟରେ ରେଳ ପ୍ରକଳ୍ପ ପାଇଁ କେନ୍ଦ୍ର ସରକାର ୫, ୫୨୮ କୋଟି ଟଙ୍କାର ବ୍ୟୟ ବରାଦ କରିଛନ୍ତି। ଏନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ପୀୟୂଷ ଗୋୟଲ ।

୫. ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଗୁଡିକ ସରସ୍ୱତୀ ପୂଜା ପରେ ଖୋଲିବା ପାଇଁ ରାଜ୍ୟ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି ।
୬. ବଢ଼ିଲା ଏଲପିଜି ସିଲିଣ୍ଡର ଦର । ସିଲିଣ୍ଡର ପିଛା ୨୫ଟଙ୍କା ବୃଦ୍ଧି, ଚିନ୍ତାରେ ଉପଭୋକ୍ତା ।
୭. କଟକ ମଙ୍ଗୁଳିରୁ ୧୦୫ କେଜି ଗଞ୍ଜେଇ ଓ କାର୍ ଜବତ । ୨ ଜଣଙ୍କୁ ଗିରଫ କଲା ଅବକାରୀ ଫ୍ଲାଇଂ ସ୍କ୍ବାଡ ।
୮. ଭୁବନେଶ୍ବର ଅନ୍ଧାରୁଆର ମହିଳାଙ୍କ ମୃତଦେହ ଉଦ୍ଧାର ହତ୍ୟା ସନ୍ଦେହ, ପୋଲିସ ତଦନ୍ତ ଜାରି ।
୯. ବ୍ରାହ୍ମଣବାଡ଼ ବେହେରା ସାହିର ଜଣେ ବ୍ୟକ୍ତିଙ୍କ ବାଡ଼ିରୁ ଉଦ୍ଧାର ହୋଇଛି କଟା ପାପୁଲି । ଏନେଇ ପୋଲିସର ତଦନ୍ତ ଜାରି ।
୧୦. ରାଜ୍ୟରେ ଶୀତର ଲହରୀ: ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୯ଟି ସହରର ପାରଦ ୧୦ ଡିଗ୍ରୀ ତଳେ ରହିଛି । ଜି.ଉଦୟଗିରିଠାରେ ସର୍ବନିମ୍ନ ତାପମାତ୍ରା ୩ ଡିଗ୍ରୀ ରେକର୍ଡ ।

Leave A Reply

Your email address will not be published.