ANS SUPERFAST 2@10

୧. ଆଜି ରାଜ୍ୟରେ ୯୨ କରୋନା ପଜିଟିଭ ଚିହ୍ନଟ ।
୨. ଚଳିତବର୍ଷ ହେବନି ମହାପ୍ରଭୁଙ୍କ ନାଗାର୍ଜୁନ ବେଶ । ସ୍ପଷ୍ଟ କଲା ଶ୍ରୀମନ୍ଦିର ନୀତି ପ୍ରଶାସକ ।
୩. ଆଜିଠୁ ଭୁବନେଶ୍ବରରେ ଆରମ୍ଭ ହେଲା ସାମୁହିକ ବାତଜ୍ବର ନିବାରକ ଔଷଧ ବଣ୍ଟନ କାର୍ଯ୍ୟକ୍ରମ । ଆରମ୍ଭ କରିଛନ୍ତି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ।
୪. କଟକ ସନ୍ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟଣାରେ ହସ୍ପିଟାଲକୁ ସାମୟିକ ଭାବେ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ ।
୫. ଯାଜପୁର ପୋଲିସକୁ ମିଳିଲା ଝରାଫୁଲଙ୍କ ଭିସେରା ରିପୋର୍ଟ । ଖୁବଶୀଘ୍ର ଖୋଲିବ ଝରାଫୁଲ ମୃତ୍ୟୁ ରହସ୍ୟ । ଭିସେରା ରିପୋର୍ଟକୁ ନେଇ ତର୍ଜମା କରୁଛି ଯାଜପୁର ପୋଲିସ ।
୬. ଭଦ୍ରକ ରାଣୀତାଲ ଅଞ୍ଚଳରୁ ୫୦୦ ଗ୍ରାମ୍ ବ୍ରାଉନସୁଗାର ଓ ମାରଣାସ୍ତ୍ର ଜବତ, ୬ ଅଟକ ।
୭. ରାଉରକେଲାରେ ଦୁର୍ବୃତ୍ତଙ୍କ ଆକ୍ରମଣରେ ହୋଟେଲ ବ୍ୟବସାୟୀ ମୃତ । ଚିକିତ୍ସାଧୀନ ଅବସ୍ଥାରେ ବ୍ୟବସାୟୀଙ୍କ ମୃତ୍ୟୁ ଘଟିଛି । ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ ସନ୍ଦେହ ।
୮. ପୁରୀ ତାଳବଣିଆ ଥାନା ଏଏସଆଇ ଲକ୍ଷ୍ମଣ ଶୋରେନ ନିଲମ୍ବିତ । କର୍ତ୍ତବ୍ୟରେ ଅବହେଳା ପାଇଁ ତାଙ୍କୁ ନିଲମ୍ବନ କଲେ ଏସପି ।
୯. ଭଦ୍ରକ ଡାହାଣିଗଡ଼ିଆ ଛକରେ ଥିବା ଗ୍ୟାରେଜରେ ଅଗ୍ନିକାଣ୍ଡ, ଜଳିଗଲା ୪ଟି ବସ୍ ଓ ଗୋଟିଏ କାର୍ ।
୧୦. କଳାହାଣ୍ଡି ଜିଲ୍ଲା କର୍ଲାପାଟ ଅଭୟାରଣ୍ୟରେ ଏକ ମାଈ ହାତୀର ମୃତ ଶବ ଉଦ୍ଧାର କରିଛି ବନ ବିଭାଗ , ତଦନ୍ତ ଜାରି ।

Leave A Reply

Your email address will not be published.