ANS SUPERFAST [email protected]

୧. ଆଜି ରାଜ୍ୟରେ ୧୫୪୦ କରୋନା ପଜିଟିଭ ଚିହ୍ନଟ ଏବଂ ୧୨ ମୃତ ।
୨. ରାଜ୍ୟରେ ମନ୍ଦିର ଖୋଲିବା ଦାବିରେ ଆଜି ସକାଳେ ୯ ମିନିଟ ପାଇଁ ଘଣ୍ଟା ପିଟି ପ୍ରତିବାଦ କରିଛନ୍ତି ସେବାୟତ ।
୩. ସୁବର୍ଣ୍ଣପୁର ଉଲୁଣ୍ଡା ଅଞ୍ଚଳରେ ସାପ କାମୁଡାରେ ମୃତ ଦୁଇ ଭଉଣୀ । ଶୋଇଥିବା ବେଳେ ସାପ କାମୁଡିଥିବା ସୂଚନା ।
୪. ଅନୁଗୁଳ ପଥରଗଡରେ ବିଷାକ୍ତ ମଦ ପିଇ ୪ ଶ୍ରମିକଙ୍କ ମୃତ୍ୟୁ । ମାମଲାରେ ୩ଜଣଙ୍କୁ ଗିରଫ କରି ତଦନ୍ତ ଆରମ୍ଭ କରିଛି ପୋଲିସ ।

୫. ଆଠଗଡରେ ହାତୀ ଆତଙ୍କ ! ଜାତୀୟ ରାଜପଥରେ ଚଳାଚଳ ପରେ ଲୋକେ ଆତଙ୍କିତ । ହାତୀ ଘଉଡାଇ ନାକେଦ୍ଦମ ହେଲାଣି ବନ ବିଭାଗ ।
୬. ମୟୁରଭଞ୍ଜ କପ୍ତୀପଦା ଥାନା ବେଲଡିହା ଗାଁରେ ବୃଦ୍ଧାଙ୍କ ମୃତ ଦେହ ଉଦ୍ଧାର, ହତ୍ୟା ସନ୍ଦେହ ପୋଲିସ ଆରମ୍ଭ କରିଛି ତଦନ୍ତ ।

୭. ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ଥାନା ଅଞ୍ଚଳର ଜଣେ ମହିଳାଙ୍କ ପେଟରୁ ବାହାରିଲା ୫୭କେଜିର ଟ୍ୟୁମର । ମହିଳା ଜଣକ ସୁସ୍ଥ ଥିବା ସୂଚନା ।
୮. ଡଙ୍ଗା ବୁଡିବାର ୩ ଦିନ ପରେ ମିଳିଲା ଦୁଇ ଯୁବକଙ୍କ ମୃତ ଦେହ । ଡଙ୍ଗାରେ ବସି ନଦୀ ପାର ହୋଇ ଯାଉଥିଲେ ଦଶହରା ଦେଖିବାକୁ ।

୯. ନବରଙ୍ଗପୁର ଉମରକୋଟ ବିଧାୟକ ଦା’ ଧରି ବିଲରେ କାଟିଲେ ଧାନ ସାଙ୍ଗରେ ଥିଲେ ତାଙ୍କ ଧର୍ମ ପତ୍ନୀ ।
୧୦. ସମଗ୍ର ରାଜ୍ୟରୁ ବିଦାୟ ନେଇଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ, ଆଞ୍ଚଳିକ ପାଣିପାଗ ବିଭାଗ
ପକ୍ଷରୁ ସୂଚନା ।

Leave A Reply

Your email address will not be published.