You are currently viewing ANS SUPERFAST 2@10

ANS SUPERFAST 2@10

୧. ଆଜି ରାଜ୍ୟରେ ୬୨ କରୋନା ପଜିଟିଭ ଚିହ୍ନଟ ।
୨. ପିପିଲି ଓ ଡେଲାଙ୍ଗବାସୀଙ୍କୁ ଭିସି ମାଧ୍ୟମରେ ସମ୍ବୋଧନ କଲେ ମୁଖ୍ୟମନ୍ତ୍ରୀ । ୭୦ କୋଟିର ପ୍ରକଳ୍ପ ଘୋଷଣା ।
୩. ପ୍ରଥମରୁ ଅଷ୍ଟମ ଯାଏଁ ସ୍କୁଲ ଖୋଲିବନି । ସ୍କୁଲ ଖୋଲିବା ନେଇ ଏପର୍ଯ୍ୟନ୍ତ ନିଷ୍ପତ୍ତି ହୋଇନାହିଁ । ଏନେଇ ସୂଚନା ନେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।
୪. ସାଇବର ଠକେଇଠାରୁ ଦୂରେଇ ରହିବା ପାଇଁ ଟ୍ବିଟ୍ କରି ଓଡ଼ିଶା ପୋଲିସ ପକ୍ଷରୁ ସତର୍କ ସୂଚନା ଜାରି । କେଓ୍ବାଇସି ଅପଡେଟ ପାଇଁ କୌଣସି ଅଜଣା ନମ୍ବରକୁ କଲ୍ ନ କରିବା ପାଇଁ ପରାମର୍ଶ ।
୫. କଟକ ଜଗତସିଂହପୁରଠାରେ ନକଲି ସିମେଣ୍ଟ କାରଖାନା ଫ୍ରାକ୍ଟ୍ରି ଠାବ । ବିପୁଳ ପରିମାଣରେ ନକଲି ସିମେଣ୍ଟ ଜବତ କଲା ଜଗତପୁର ପୋଲିସ ।
୬. ଝାରସୁଗୁଡ଼ା କନକତୋରା ନିକଟରେ ଏନଏଚ-୪୯ରେ ଚାଷୀଙ୍କ ରାସ୍ତାରୋକ । ଧାନବସ୍ତା ରଖି ଅବରୋଧ କଲେ ୬ଟି ପଞ୍ଚାୟତର ୨୫୦୦ ଚାଷୀ ।
୭. ଭୁବନେଶ୍ବର ଚନ୍ଦ୍ରଶେଖରପୁର ଥାନା ନୀଳାଦ୍ରି ବିହାରରେ ସୁନା ଚେନ୍ ଲୁଟ୍ । ଫୁଲ ତୋଳିବା ବେଳେ ଚେନ୍ ଲୁଟିନେଲେ ଦୁର୍ବୁତ୍ତ ।
୮. ମାଲକାନଗିରିରେ ପେଟ୍ରୋଲ ଦର ୧୦୦ଟଙ୍କା । ସାଧାରଣ ପେଟ୍ରୋଲ ୯୬.୩୧ ଟଙ୍କା, ପ୍ରିମିଅମ ୯୯.୪୬ ଟଙ୍କା ।
୯. କୋରାପୁଟ ଜିଲ୍ଲାର ଲମତାପୁଟରୁ ୬ କ୍ୱିଣ୍ଟାଲ ଗଞ୍ଜେଇ ଜବତ । ଗଞ୍ଜେଇର ଆନୁମାନିକ ମୂଲ୍ୟ ୧୮ ଲକ୍ଷ । ଡ୍ରାଇଭର ଗିରଫ ।
୧୦. ସାରା ରାଜ୍ୟରେ ବଢୁଛି ତାପମାତ୍ରା ।ବର୍ତ୍ତମାନ ଭୁବନେଶ୍ବରରେ ସର୍ବୋଚ୍ଚ ତାପମାତ୍ରା ୩୬.୫ ଡିଗ୍ରୀ ସେଲସିଅସ । ୧୧ ଡିଗ୍ରୀ ସହ ଫୁଲବାଣୀ ରାଜ୍ୟର ଶୀତଳ ସହର ।

ଅନ୍ୟମାନଙ୍କୁ ଜଣାନ୍ତୁ।