ANS SUPERFAST 2@10

୧. ଆଜି ରାଜ୍ୟରୁ ୮୯ କରୋନା ପଜିଟିଭ ଚିହ୍ନଟ ।
୨. ଆଜିଠାରୁ ୩ ଦିନ ପର୍ଯ୍ୟନ୍ତ ପାଳିତ ହେବ ପ୍ରସିଦ୍ଧ ଯୋରନ୍ଦା ମାଘମେଳା । କୋଭିଡ ସଂକ୍ରମଣ କାରଣରୁ ବିନା ଭକ୍ତ ଏବଂ ସାଧୁସନ୍ଥରେ ନିରାଡମ୍ବରଭାବେ ପାଳିତ ହେବ ମେଳା ।
୩. ମାର୍ଚ୍ଚ
୧ରୁ ସାରା ଦେଶରେ ଆରମ୍ଭ ହେବ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ । ଏହି ପର୍ଯ୍ୟାୟରେ ୬୦ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କ ବ୍ୟକ୍ତିଙ୍କୁ ଦିଆଯିବ କରୋନା ଟିକା ।
୪. କଟକ ନଖରା ପେଟ୍ରୋଲ ପମ୍ପ ନିକଟ ଏକ ଅଳିଆ ଗଦାରେ ଅଗ୍ନିକାଣ୍ଡ, ଅଗ୍ନିଶମ ବାହିନୀ ଦ୍ବାରା ନିଆଁ ଆୟତ୍ତ ।
୫. ମାଲକାନଗିରି ଚିତ୍ରକୋଣ୍ଡାରେ ୮ କ୍ବିଣ୍ଟାଲ ଗଞ୍ଜେଇ ଜବତ, ୧ ଗିରଫ ।

୬. କେନ୍ଦୁଝର କାଞ୍ଜିପାଣି କୁସୁମ ଘାଟିରେ ଓଲଟିଲା ବରଯାତ୍ରୀ ବସ୍ । ଜଣେ ମୃତ, ୧୦ରୁ ଅଧିକ ଆହତ ।
୭. କନ୍ଧମାଳ ତୁମୁଡ଼ିବନ୍ଧ ବ୍ଲକ ସିର୍ଲା ପଞ୍ଚାୟତରେ ହାତୀ ଆକ୍ରମଣ, ୧ ମୃତ ।
୮. ବଲାଙ୍ଗିର ସଇଁତଳା ବଡ଼ମାଲ ଗୋଳାବାରୁଦ କାରଖାନାରେ ନିଜ ବନ୍ଧୁକରୁ ଗୁଳିକରି କାର୍ଯ୍ୟରତ ସୁରକ୍ଷା କର୍ମୀଙ୍କ ଆତ୍ମହତ୍ୟା ।

୯. ନୟାଗଡ଼ ନୂଆଗାଁ ବ୍ଲକର ଧାଡ଼ିପଥର ଓ ରଙ୍ଗେଇମୁଣ୍ଡିଆ ଜଙ୍ଗଲରେ ୪ ଦିନ ହେଲା ଜଳୁଛି ନିଆଁ, ବହୁ ମୂଲ୍ୟବାନ ଗଛ ଓ ବନ୍ୟଜୀବ ସମ୍ପଦ ନଷ୍ଟ ।
୧୦. ରାଜ୍ୟରେ ତାପମାତ୍ରା ବୃଦ୍ଧି; ଏନେଇ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖି ସତର୍କ କରାଇଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର । ଜଳାଭାବ ସମ୍ଭାବନା ଥିବା ସ୍ଥାନ ଚିହ୍ନଟ କରିବାକୁ ନିର୍ଦ୍ଦେଶ ।

Leave A Reply

Your email address will not be published.