ANS SUPERFAST 2@10

୧. ଆଜି ରାଜ୍ୟରୁ ୯୭ କରୋନା ଆକ୍ରାନ୍ତ ଚିହ୍ନଟ ।
୨. ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବନକଲାଗି ନୀତି, ୪ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ।
୩. ଆସନ୍ତା ମାର୍ଚ୍ଚ ମାସ ୫ ତାରିଖରେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୫ତମ ଜୟନ୍ତୀ ଅବସରରେ ବିଜେଡି ପକ୍ଷରୁ ରାଜ୍ୟବ୍ୟାପି ସାଇକେଲ ଶୋଭାଯାତ୍ରା ।
୪. ପୁଣି ବଦଳିଲା ସ୍କୁଲ ସମୟ । ନବମ ଓ ଏକାଦଶ ପିଲାଙ୍କ ପାଇଁ ସକାଳ ୭ଟାରୁ ୯ ଟା ଏବଂ ଦଶମ ଓ ଦ୍ୱାଦଶ ପିଲାଙ୍କ ପାଇଁ ସକାଳ ୮ରୁ ୧୨ଟା ପର୍ଯ୍ୟନ୍ତ ପାଠପଢ଼ା । ଏନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗର ସୂଚନା ।
୫. ଥଟ୍ଟାମଜାରୁ ୨ ଛାତ୍ରଙ୍କ ମଧ୍ୟରେ ଗଣ୍ଡଗୋଳ । ଜଣେ ଛାତ୍ରର ଛୁରାମାଡରେ ଅନ୍ୟ ଜଣେ ଛାତ୍ର ଗୁରୁତର ଆହତ । ଏଭଳି ଏକ ଘଟଣା ଘଟିଛି ଗଞ୍ଜାମ ଥାନା ଗାଙ୍ଗପୁର ବଡବୋରସିଙ୍ଗ ଗାଁ ନୋଡାଲ ସ୍କୁଲରେ ।
୬. ଭୁବନେଶ୍ୱରରେ ହେବାକୁ ଥିବା ରେଲୱେ ପରୀକ୍ଷାରେ ପ୍ରାର୍ଥୀ କ୍ୱାରେଣ୍ଟାଇନରେ ରହିବେ ନାହିଁ । ଏନେଇ ଓଡ଼ିଶା ସରକାରଙ୍କ ପକ୍ଷରୁ ଏନେଇ ନିର୍ଦ୍ଦେଶନାମା ଜାରି କରାଯାଇଛି। ମାର୍ଚ୍ଚ ୩ରୁ ମାର୍ଚ୍ଚ ୩୧ ମଧ୍ୟରେ ହେବ ପରୀକ୍ଷା ।
୭. ଗତ ୩ ବର୍ଷ ମଧ୍ୟରେ ସମ୍ବଲପୁର ସଦର ଫରେଷ୍ଟ ରେଞ୍ଜ ଅଞ୍ଚଳରେ ଆଖି ବୁଜିଥିଲେ ୬ଟି ହାତୀ । ଏନେଇ କର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ ନିଲମ୍ବିତ ହୋଇଛନ୍ତି ସମ୍ବଲପୁର ସଦର ଫରେଷ୍ଟ ରେଞ୍ଜର ଗୌରୀଶଙ୍କର ଦାସ।
୮. ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ଟ୍ରକ ଧକ୍କାରେ ବାଇକ ୩ ବାଇକ୍ ଆରୋହୀ ମୃତ । ଏଭଳି ଏକ ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ବରେଇପାଲି ଅଞ୍ଚଳରେ ।
୯. ନିଶାସକ୍ତ ପୁଅର ଆକ୍ରମଣରେ ବାପା ମୃତ ଏବଂ ମାଆ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସଦର ଥାନା ବାଲିଆ ଗାଁରେ ।
୧୦. ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକର ଶିକ୍ଷକ ସନ୍ତୋଷ ସାହୁଙ୍କ ଘରେ ଭିଜିଲାନ୍ସ କରିଛି ଚଢାଉ ।

Leave A Reply

Your email address will not be published.