ANS SUPERFAST 2@10

୧. ଆଜି ରାଜ୍ୟରୁ ୮୧ କରୋନା ପଜିଟିଭ ଚିହ୍ନଟ ।
୨. କୋଭିଡ କଟକଣାରେ କପିଳାସରେ ହେବ ଜାଗର ଯାତ୍ରା । ଜିଲ୍ଲାର ଭକ୍ତ କୋଭିଡ ନେଗେଟିଭ ରିପୋର୍ଟ ଦେଖାଇ କରିବେ ଦର୍ଶନ । ଦୋକାନ ବଜାର ବସିବା ନେଇ ଅନୁମତି ।

୩. ସମ୍ବଲପୁର ହୁମା ବକ୍ର ମନ୍ଦିରରେ ହେବନି ଶିବରାତ୍ରି ମେଳା । କରୋନା ଯୋଗୁଁ ଚଳିତ ବର୍ଷ ଶିବରାତ୍ରି ମେଳା ହେବ ନାହିଁ । ପ୍ରଶାସନ ଓ ଯାତ୍ରା କମିଟିର ବୈଠକରେ ନିଷ୍ପତ୍ତି ।
୪. ଅନୁଗୁଳ ବଅଁରପାଳ ଅଞ୍ଚଳରେ ଫୁଟିଲା ୩ ରାଉଣ୍ଡ ଗୁଳି । ୨ଜଣଙ୍କୁ ଗିରଫ କଲା ପୋଲିସ, ଜଣେ ଫେରାର ।
୫. ଆନନ୍ଦପୁର ସାତକୋଶିଆ ଘାଟିରେ ଓଲଟିଲା ବସ । ଦୁର୍ଘଟଣାରେ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବାବେଳେ ୬ ଜଣଙ୍କ ଅବସ୍ଥା ଗୁରୁତର ।

୬. ଦେବଗଡ଼ ତାବଡା ମଣ୍ଡିରେ ଧାନ ବିକ୍ରି ବନ୍ଦ ପ୍ରତିବାଦରେ ରାସ୍ତାରୋକ । ଏନଏଚ-୫୩ ରେଙ୍ଗାଲବେଡାଠାରେ ରାସ୍ତା ଅବରୋଧ କଲେ ଚାଷୀ ।
୭. ବହୁଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲା । ଆଜିଠୁ ୨ ଦିନିଆ ରିମାଣ୍ଡରେ ଯିବ ଅଭିଯୁକ୍ତ ବିବନ ବିଶ୍ବାଳ ।ଏନେଇ ଝାରପଡ଼ା ଜେଲ୍ରେ ପହଞ୍ଚିଲା ସିବିଆଇ ଟିମ୍ ।

୮. ବାଲେଶ୍ବର ଏନଏଚ-୧୬ ବାମପଦା ନିକଟରେ ବାଇକ୍ ଆରୋହୀ ଦମ୍ପତିଙ୍କୁ ଧକ୍କା ଦେଲା ସିମେଣ୍ଟ ବୋଝେଇ ଟ୍ରକ୍ , ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର ।
୯. ହାତୀ ଆକ୍ରମଣରେ ଜଣେ ବୃଦ୍ଧ ମୃତ । ଏଭଳି ଏକ ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲାର ଉଲୁଣ୍ଡା ବ୍ଲକରେ ।
୧୦. ପୁରୀ ସମୁଦ୍ରରେ ସ୍ନାନ ବେଳେ ୨ ମହିଳା ପର‌୍ୟ୍ୟଟକ ଆହତ । ଆହତ ପର୍ଯ୍ୟଟକ ପୁରୀ ମେଡିକାଲରେ ଭର୍ତ୍ତି ।

Leave A Reply

Your email address will not be published.