You are currently viewing ANS SUPERFAST 2@10

ANS SUPERFAST 2@10

୧. ଆଜି ରାଜ୍ୟରୁ ୫୭ କରୋନା ପଜିଟିଭ ଚିହ୍ନଟ ।
୨. ଲିଙ୍ଗରାଜ ମନ୍ଦିରଠୁ ୨୦୦ ମିଟର ଯାଏ ଭକ୍ତଙ୍କ ପାଇଁ ରହିବ ସ୍ବତନ୍ତ୍ର ବାରିକେଡ । ୧୨ ବର୍ଷରୁ କମ୍ ଓ ୬୦ ବର୍ଷରୁ ଅଧିକ ବୟସ୍କଙ୍କୁ ମନ୍ଦିର ମନା । ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ବର ଅତିରିକ୍ତ ଜିଲ୍ଲାପାଳ ପ୍ରଫୁଲ୍ଲ ସ୍ବାଇଁ ।
୩. ବିଧାନସଭା ପ୍ରବେଶ ପାଇଁ ବିଧାୟକମାନଙ୍କର କୋଭିଡ ଟେଷ୍ଟକୁ ବାଧ୍ୟତାମୂଳକ କରାଯାଇଛି । ସବୁ ବିଧାୟକଙ୍କର ହେବ ଆଣ୍ଟିଜେନ ଟେଷ୍ଟ । ଏନେଇ ସୂଚନା ଦେଇଛନ୍ତି ବାଚସ୍ପତି ଡକ୍ଟର ସୂର୍ଯ୍ୟନାରାୟଣ ପାତ୍ର ।
୪. ଆଜିଠାରୁ ନୂଆ ପୋଲିସ କମିଶନର ଭାବେ ଦାୟିତ୍ୱ ନେବେ ସୌମେନ୍ଦ୍ର ପ୍ରିୟଦର୍ଶୀ । ଅପରାହ୍ନ ୩.୩୦ରେ ଦାୟିତ୍ୱ ଗ୍ରହଣ କରିବେ ।

୫. ୨୦୨୧ ଜେଇଇ ମେନ ପରୀକ୍ଷାରେ ଗୌତମ ଦାସ ଓଡିଶାରୁ ଟପ୍ପର । ଗୌତମ ପରୀକ୍ଷାରେ ୯୯.୯୯ ସ୍କୋର କରିଛନ୍ତି ।
୬. ଶିମିଳିପାଳ ସମେତ ରାଜ୍ୟର ବିଭିନ୍ନ ଜଙ୍ଗଲରେ ଅଗ୍ନିକାଣ୍ଡ ଘଟଣା । ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ କଲା ଭାରତୀୟ ବିକାଶ ପରିଷଦ ।
୭. ଭୁବନେଶ୍ବର ମହାନଗର ନିଗମର ହୋଲ୍ଡିଂ ଟିକସକୁ ବିରୋଧ । ମାଷ୍ଟର କ୍ୟାଣ୍ଟିନ୍ ଛକରେ ଟାୟାର ଜାଳି ଯୁବ କଂଗ୍ରେସର ରାସ୍ତାରୋକ ।

୮. ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ସୁନ୍ଦରଗଡ ଜିଲ୍ଲା ବଡଗାଁ ବ୍ଲକ ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । ଏକକାଳୀନ ୩ ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ କରିଥିବା ସୂଚନା ।
୯. ମେଧା ଛାତ୍ର ବୃତ୍ତି ଆଣିବାକୁ ଯାଇ ଫେରୁଥିବାବେଳେ ଗଣଦୁଷ୍କର୍ମର ଶିକାର ହୋଇଛନ୍ତି ଛାତ୍ରୀ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ସୁକିନ୍ଦା କାଳିଆପାଣି ଅଞ୍ଚଳରେ ।
୧୦. ଢେଙ୍କାନାଳ ଜିଲ୍ଲାର ରାସୋଳ ଥାନା ଅନ୍ତର୍ଗତ ତେଲିଭୂଇଁ ନିକଟରେ ବସ୍- ବାଇକ୍ ଧକ୍କା, ବାଇକ୍ ଆରୋହୀ ମୃତ ।

ଅନ୍ୟମାନଙ୍କୁ ଜଣାନ୍ତୁ।