You are currently viewing ANS SUPERFAST 2@10

ANS SUPERFAST 2@10

୧. ରାଜ୍ୟରେ କମିବାରେ ଲାଗିଛି କରୋନା ସଂକ୍ରମଣ । ମୃତ୍ୟୁ ସଂଖ୍ୟା ୧୩୦୦ ଟିପିଛି ।
୨. ବାଧ୍ୟତାମୂଳକ ଅବସର ନେବେ ଅପାରଗ ସରକାରୀ ବାବୁ । ଏଭଳି ନିଷ୍ପତ୍ତି ନେଇଛନ୍ତି ରାଜ୍ୟସରକାର ।
୩. ଦୀପାବଳୀ ପରେ ଖୋଲିପାରେ ଶିକ୍ଷାନୁଷ୍ଠାନ । ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ନିଷ୍ପତ୍ତି ନେଇନାହାଁନ୍ତି ରାଜ୍ୟ ସରକାର ।
୪. ହବିଷ୍ୟାଳୀଙ୍କ ପାଇଁ କଟକଣା, ପୁରୀ ନଆସିବାକୁ ଅନୁରୋଧ ।
୫. ଚଳିତ ବର୍ଷ ହେବନି ପ୍ରସିଦ୍ଧ ବାଲିଯାତ୍ରା । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏପରି ପଦକ୍ଷେପ ନେଲେ କଟକ ପ୍ରଶାସନ ।
୬. ଅକ୍ଟୋବର ୩୦ରୁ ନଭେମ୍ବର ୧ ପର୍ଯ୍ୟନ୍ତ ସରକାରୀ ଛୁଟି ଥିଲେ ମଧ୍ୟ ବନ୍ଦ ରହିବନି ଆରଟିଓ । ଅପରାହ୍ନ ୩ଟାରୁ ୫ଟା ପର୍ଯ୍ୟନ୍ତ ଖୋଲା ରହିବ କାର୍ଯ୍ୟାଳୟ ।
୭. ଶିଶୁକନ୍ୟା ବିକ୍ରୀ କରି ଘର ତିଆରି କଲେ ମହିଳା । ସରକାର ଗରିବଙ୍କ ପାଇଁ ବିଭିନ୍ନ ଯୋଜନା କରୁଥିବା ବେଳେ, ସମ୍ବଲପୁର ଜିଲ୍ଲାରେ ଘଟିଛି ଅମାନବୀୟ ଘଟଣା ।
୮. ଚଳିତ ପ୍ରଜନନ ଋତୁରେ ଓଲିଭ୍ ରିଡ଼େଲ କଇଁଛର ସଂରକ୍ଷଣ ନିମନ୍ତେ ବ୍ୟାପକ ପ୍ରଶାସନିକ ପ୍ରସ୍ତୁତି । ନଭେମ୍ବର ୧ରୁ ମେ ୩୧ ପର୍ଯ୍ୟନ୍ତ ମାଛଧରା ନିଷେଧ ।
୯. ବ୍ରହ୍ମପୁର ପୋଲିସକୁ ମିଳିଛି ସଫଳତା; ଧରାପଡ଼ିଲେ ଆଇପିଏଲ୍ ବେଟିଂ ଗ୍ୟାଙ୍ଗ । ସେମାନଙ୍କଠାରୁ ୩୩ଲକ୍ଷ ୬୧ହଜାର ଟଙ୍କା ଜବତ ।
୧୦. ରାଜ୍ୟରେ ଅନୁଭୂତ ହେଲାଣି ଶୀତ । ୧୫ଡିଗ୍ରୀ ତଳେ ୪ଟି ସହରର ତାପମାତ୍ରା ।

ଅନ୍ୟମାନଙ୍କୁ ଜଣାନ୍ତୁ।