ANS SUPERFAST 2@10

୧. ଆଜି ରାଜ୍ୟରୁ ୮୨ କରୋନା ପଜିଟିଭ ଚିହ୍ନଟ ।
୨. ଶ୍ରୀମନ୍ଦିରରେ ଏନଏସଜି ଟିମ । ଶ୍ରୀମନ୍ଦିର ପରିସରରେ ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ କରିବ ଏହି ଟିମ ।
୩. ମଣ୍ଡି ଅବ୍ୟବସ୍ଥା ଏବଂ ସୁବାଷ ପାଣୀଗ୍ରାହୀଙ୍କ କ୍ଷମା ମାଗିବାନେଇ ଗୃହରେ ହଟ୍ଟଗୋଳ, ଗୃହ ୪ଟା ଯାଏଁ ମୁଲତବୀ ।
୪. ଆସନ୍ତା ଶିକ୍ଷାବର୍ଷ ଆରମ୍ଭରୁ ପ୍ରଥମ ୨/୩ ମାସ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କର ହେବ ରିମେଡିଆଲ କ୍ଲାସ ।ଛାତ୍ରଛାତ୍ରୀଙ୍କ ଦକ୍ଷତା ବୃଦ୍ଧି ପାଇଁ ସ୍କୁଲ ଓ ଗଣଶିକ୍ଷା ବିଭାଗର ନିଷ୍ପତ୍ତି ।
୫. ଆଜିଠୁ ଶ୍ରୀମନ୍ଦିର ସେବାୟତଙ୍କୁ ଦିଆଯାଉଛି କୋଭିଡ-୧୯ ଟିକା । ଦିନ ୧୦ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ହେବ ଟିକାକରଣ ।
୬. ଏପ୍ରିଲ ପହିଲାରୁ ବଦଳିବ ସବୁ ନିୟମ । ଆୟକର ଦାତାମାନେ ୩୧ ମାର୍ଚ୍ଚ ପୂର୍ବରୁ କର ସମ୍ପର୍କିତ ସମସ୍ତ କାର୍ଯ୍ୟ ଶେଷ କରିବା ଉଚିତ ।
୭. ଚନ୍ଦ୍ରଶେଖରପୁର ଓମଫେଡ ନିକଟରେ ଫାଟିଲା ଟ୍ରାନ୍ସଫର୍ମର, ୪ ଗୁରୁତର । ଗୁରୁତରଙ୍କୁ ଡାକ୍ତରଖାନାରେ ଭର୍ତ୍ତି ।
୮. ପାଣିପାଇଁ ହେଉଛି ଲଟେରୀ ବ୍ୟବସ୍ଥା । ୨୦ ମିନିଟ ଆସୁଛି ଟ୍ୟାପରେ ପାଣି । ଜଳସଙ୍କଟରେ ୫୦ ପରିବାର । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଛତ୍ରପୁର ଷ୍ଟେସନ ରୋଡ ସାହିରେ ।
୯. ସୁବର୍ଣ୍ଣପୁର ବାଘଲପୁର ଗାଁ ନିକଟରୁ ବନ୍ଧୁକ ଦେଖାଇ ୨୧ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ । ଏଟିଏମରେ ଟଙ୍କା ଭର୍ତ୍ତି ପାଇଁ ଯିବା ବେଳେ ଲୁଟିନେଲେ ଦୁର୍ବୃତ୍ତ ।
୧୦. ନନ୍ଦନକାନନରୁ ରାଜସ୍ଥାନ ଯିବେ ୪୮ ଟି ପଶୁପକ୍ଷୀ ।

Leave A Reply

Your email address will not be published.