ANS SUPERFAST 2@10

୧. ଆଜି ରାଜ୍ୟରୁ ୨୩୪ କରୋନା ପଜିଟିଭ ଚିହ୍ନଟ ।
୨. ଉତ୍କଳ ଦିବସ ଅବସରରେ ଏସଆରସିଙ୍କ ପକ୍ଷରୁ ଜାରି ହେଲା ମାର୍ଗଦର୍ଶିକା । ସରକାରୀ କାର୍ଯ୍ୟକ୍ରମରେ ସର୍ବାଧିକ ୨୦୦ ଲୋକଙ୍କୁ ଅନୁମତି ।
୩. ଆସନ୍ତାକାଲି ରାଜ୍ୟର ବିଭିନ୍ନ ବାର୍ ଆସୋସିଏସନ ପାଇଁ ନିର୍ବାଚନ ବେଳେ ଗହଳି ରୋକିବାକୁ ସ୍ବାସ୍ଥ୍ୟ ବିଭାଗର ନିର୍ଦ୍ଦେଶ । କୋଭିଡ ନିୟମ କଡାକଡି ପାଳନ କରିବାକୁ ସବୁ ଜିଲ୍ଲାପାଳ, ଏସପି ଓ କମିସନରଙ୍କୁ ଚିଠି ଲେଖିଲେ ଏସଆରସି ପ୍ରଦୀପ୍ତ ମହାପାତ୍ର ।

୪. ଚଳିତ ବର୍ଷ ହୋଲିରେ ସାଂସ୍କୃତିକ କାର୍ଯ୍ୟକ୍ରମ ଉପରେ ରୋକ ଲଗାଇଛି କମିଶନରେଟ୍ ପୋଲିସ । ସରକାରୀ ନିୟମ ଅନୁଯାୟୀ ହୋଲି ଖେଳିବାକୁ କମିଶନରେଟ୍ ପୋଲିସ ପକ୍ଷରୁ ନିର୍ଦ୍ଦେଶ ।
୫. ବିଧାନସଭାରେ ଚାଷୀ ସମସ୍ୟା ପ୍ରସଙ୍ଗରେ କଂଗ୍ରେସର ହୋହଲ୍ଲା । ୩ଟି କୃଷି ଆଇନ ପ୍ରତ୍ୟାହାର ଓ ଚାଷୀଙ୍କ ସୁରକ୍ଷା ଦାବିରେ ହଟ୍ଟଗୋଳ, ଗୃହ ୪ଟା ଯାଏ ମୁଲତବୀ ।

୬. ଆଜି କୃଷକ ସଂଗଠନ ପକ୍ଷରୁ ସକାଳ ୬ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ଭାରତ ବନ୍ଦ ଡାକରା । ଓଡିଶାରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଭାରି ଯାନଚଳାଚଳ, ଦୋକାନ ବଜାର ବନ୍ଦ ।
୭. ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅନ୍ତର୍ଗତ ଗଡନୃସିଂହପ୍ରସାଦ ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ । ଜଳିଗଲା ୨୦ ବଖରା ଗୋଶାଳା ।

୮. ଭଦ୍ରକ ବାସୁଦେବପୁର ପୌରାଞ୍ଚଳର ଉଚ୍ଚଡିହା ଗାଁରେ ଅଗ୍ନିକାଣ୍ଡ, ଜଣେ ମହିଳା ଜୀବନ୍ତ ଦଗ୍ଧ । ଜଳିଗଲା ୪ ଟି ପରିବାରର ୧୨ ବଖରା ଘର ।
୯. ଭଦ୍ରକ ଚରମ୍ପା ଅଞ୍ଚଳରେ ୨ କିନ୍ନର ଗୋଷ୍ଠୀ ମୁହାଁମୁହିଁ, । ମାର୍ପିଟରେ ୨ କିନ୍ନର ଆହତ, ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି ।
୧୦. ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ରାଜ୍ୟରେ ୯ ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି ।

Leave A Reply

Your email address will not be published.