୧. ଆଜି ହେଉଛି ‘ଉତ୍କଳ ଦିବସ’ । ଓଡିଆଙ୍କ ଗର୍ବ ଓ ଗୌରବର ଦିନ । ୧୯୩୬ ମସିହା ଏପ୍ରିଲ ମାସ ୧ ତାରିଖରେ ସ୍ୱତନ୍ତ୍ର ପ୍ରଦେଶ ଭାବେ ଗଢ଼ିଉଠିଥିଲା ଓଡିଶା ।
୨. ପୁରୀ ମାଉସୀ ମା’ଙ୍କ ମନ୍ଦିରରୁ ଚୋରି । ତାଲା ଭାଙ୍ଗି ହୁଣ୍ଡିରୁ ଟଙ୍କା ଲୁଟ ସହ ମା’ଙ୍କ ଗହଣା ଲୁଟି ନେଇଛନ୍ତି ଦୁର୍ବୃତ୍ତ ।
୩. ଉତ୍କଳ ଦିବସ ଅବସରରେ ମୁକ୍ତିଲାଭ କଲା ‘ଏ ମାଟି ଓଡିଶା ଏ ଜାତି ଓଡ଼ିଆ’ ସଙ୍ଗୀତ । ଆଜି ରାଜଭବନରେ ରାଜ୍ୟପାଳ ଏହାର ଶୁଭ ଉନ୍ମୋଚନ କରିଛନ୍ତି ।
୪. ଆଜି ରାଜ୍ୟରୁ ୩୯୪ କରୋନା ପଜିଟିଭ ଚିହ୍ନଟ ।
୫. ପୁରୀ ଶ୍ରୀମନ୍ଦିର ଉତ୍ତର ଦ୍ବାର ନିକଟରେ ଟଙ୍କତୋରାଣି ବ୍ୟବସାୟୀଙ୍କୁ ହାଣିଲେ ୫ ଦୁର୍ବୃତ୍ତ । ପୁରୀ ମେଡିକାଲରେ ଭର୍ତ୍ତି, ୨ ଅଟକ ।
୬. ଆଜିଠାରୁ ରାଜ୍ୟରେ ୪୫ବର୍ଷରୁ ଅଧିକ ବୟସ୍କଙ୍କ ଟିକାକରଣ । ବିନା ରୋଗ ପ୍ରମାଣପତ୍ରରେ ଯୋଗ୍ୟ ବ୍ୟକ୍ତି ଟିକା ନେଇପାରିବେ ।
୭. ଭୁବନେଶ୍ବରରେ ମାସକରେ ହୋଇଛି ୮୫ ଲକ୍ଷ ଟଙ୍କାର ସାଇବର ଠକେଇ । ମାର୍ଚରେ ସାଇବର ଅପରାଧର ତଥ୍ୟ ଦେଲା କମିଶନରେଟ ପୋଲିସ ।
୮. ନିଆଁରେ ପୋଡ଼ି ହୋଇ ସ୍ତ୍ରୀ ଜୀବନ୍ତ ଦଗ୍ଧ, ସ୍ବାମୀ ସଂକଟାପନ୍ନ । ସ୍ବାମୀ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତରିତ ।ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ତାରସିଙ୍ଗି ତୁଳସୀପଲ୍ଲୀ ଗାଁରେ ।
୯. ପୁରୀ ଅଠରନଳା ନିକଟରେ ଟ୍ରାକ୍ଟର ଚକ ଫାଟି ଚାଳକ ମୃତ । ଚକରେ ପ୍ରେସର ଦେଉଥିବା ବେଳେ ଘଟିଛି ଏଭଳି ଅଘଟଣ ।
୧୦. ଆଜି ବି ରାଜ୍ୟରେ ପ୍ରବଳ ଗ୍ରୀଷ୍ମପ୍ରବାହ ଜାରି । ୪ଟା ଯାଏଁ ୪ଟା ଯାଏ ଖରାକୁ ନଯିବା ଲାଗି ପରାମର୍ଶ । ୨୧ଟି ଜିଲ୍ଲାକୁ ହିଟୱେଭ ସତର୍କତା ଜାରି କଲା ପାଣିପାଗ ବିଭାଗ ।
ତୁଟିଲାନି ବିବାଦ: ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ସହ ବନ୍ଦ ଏକ ନମ୍ବର ହାଟସୁନ୍ଦରଗଡ଼ ପରେ ପୁରୀ ଜିଲ୍ଲାରେ ସ୍କ୍ରବଟାଇଫସକୁ ନେଇ ଚିନ୍ତା, ୧୨୦ ପଜିଟିଭଆଜିଠୁ ଓ୍ବାର୍ମଅପ୍ ମ୍ୟାଚ୍, ବିଶ୍ୱକପ୍ ନେଇ କାଉଣ୍ଟଡାଉନ୍ଭୁବନେଶ୍ୱର ପରେ ପୁଣି ବାରିପଦାରେ ଶିଶୁ ବଦଳ ଅଭିଯୋଗ, DNA ଟେଷ୍ଟ ପାଇଁ ଦାବିପ୍ରକାଶ ପାଇବ ଆଜି ଶ୍ରୀମନ୍ଦିର ରତ୍ନଭଣ୍ଡାର ମାମଲାର ରାୟଦାନା ବାନ୍ଧୁଛି ଲଘୁଚାପ, ୩୦ ରୁ ପ୍ରବଳ ବର୍ଷା ଚିନ୍ତାରେ ଆମେରିକା, ଉ. କୋରିଆର ପରମାଣୁ ଶକ୍ତି ବୃଦ୍ଧିରାଜ୍ୟର ୧୫ ଜିଲ୍ଲା ଭୂକମ୍ପପ୍ରବଣ, ସୂଚନା ଦେଲେ ମନ୍ତ୍ରୀ ବିଧାନସଭାରେ ବାଚସ୍ପତିଙ୍କୁ ଫିଙ୍ଗିଲେ ଡାଲି, ନିଲମ୍ବିତ ହେଲେ ଦୁଇ ବିଜେପି ବିଧାୟକଶେଷ ନିଶ୍ବାସ ତ୍ୟାଗ କଲେ ଅଭିନେତା ମିଚେଲ୍ ଗାମ୍ବେନ୍