You are currently viewing ANS SUPERFAST 2@10

ANS SUPERFAST 2@10

୧. ଆଜି ରାଜ୍ୟରୁ ୮୬୮୧ କରୋନା ଆକ୍ରାନ୍ତ ଚିହ୍ନଟ ଏବଂ ୧୪ ମୃତ ।
୨. ମେ’ ୧ରୁ ମେ’୧୫ ତାରିଖ ଯାଏ ବନ୍ଦ ରହିବ ନନ୍ଦନକାନ ପ୍ରାଣୀ ଉଦ୍ୟାନ ଓ ବଟାନିକାଲ ପାର୍କ ।
୩. ସୋମବାରଠାରୁ ଦିନ ୨ଟା ପରେ ବନ୍ଦ ରହିବ କଟକର ସମସ୍ତ ଦୋକାନ । ଏହି ନିୟମ ୧୮ ତାରିଖ ଯାଏଁ ବଳବତ୍ତର ରହିବ ।
୪. କୋରାପୁଟରେ ସମସ୍ତ ଧାର୍ମିକ ଅନୁଷ୍ଠାନ ବନ୍ଦ । ଆଜି ସଂଧ୍ୟା ୬ଟାରୁ ପରବର୍ତ୍ତୀ ନିର୍ଦେଶ ଯାଏ ବନ୍ଦ । କେବଳ ମନ୍ଦିରରେ ପାଳନ ହେବ ରୀତିନୀତି ।
୫. କୋଭିଡ କଟକଣା ଉଲଘଂନ ଅଭିଯୋଗରେ ନୟାପଲ୍ଲୀସ୍ଥିତ ଇନ୍ଦ୍ରଧନୁ ମାର୍କେଟ ୨୪ ଘଣ୍ଟା ପାଇଁ ସିଲ କଲା ବିଏମସି ।
୬. ପୁରୀ କୃଷ୍ଣପ୍ରସାଦ ବ୍ଲକର ଖିରିସାହି ଗାଁରେ ୭ ଜଣ ପଜିଟିଭ ଚିହ୍ନଟ ପରେ ଗାଁକୁ ଅନିର୍ଦ୍ଦିଷ୍ଟ କାଳ ଯାଏ କଣ୍ଟେନମେଣ୍ଟ ଜୋନ ଘୋଷଣା କଲା ପ୍ରଶାସନ ।
୭. ଭୁବନେଶ୍ବରରେ ବୋଲେରୋ ଲୁଟେରା ଗ୍ୟାଙ୍ଗର ୬ ଜଣଙ୍କୁ ଗିରଫ କଲା କମିଶନରେଟ ପୋଲିସ । ଭୁବନେଶ୍ବରରୁ ୧୦ ଦିନରେ ୮ଟି ବୋଲେରୋ ଲୁଟ୍ କରିଥିଲେ ଦୁର୍ବୁତ୍ତ।
୮. କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଲେ ଦମ୍ପତ୍ତି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ରଣପୁର ଥାନା ବେଗୁନିଆ ପାଟଣା ଗାଁରେ ।
୯. ମହିଳାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୁକ୍ତକୁ ପିଟି ପିଟି ମାରିଦେଲେ ସ୍ଥାନୀୟ ବାସିନ୍ଦା। ଏପରି ଅଭାବନୀୟ ଘଟଣା ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ଅଞ୍ଚଳରେ ।
୧୦. ରାଜ୍ୟରେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ କାଳବୈଶାଖୀ ଆଶଙ୍କା । ଘଡ଼ଘଡ଼ି, ବିଜୁଳି ସହ ବର୍ଷା ସାଙ୍ଗକୁ ୩୦ରୁ ୪୦ କିମି ବେଗରେ ପବନ ବହିବାର ସମ୍ଭାବନା ।

ଅନ୍ୟମାନଙ୍କୁ ଜଣାନ୍ତୁ।