You are currently viewing ANS SUPERFAST 2@10

ANS SUPERFAST 2@10

୧. ଆଜି ରାଜ୍ୟରେ ୧୪୭୪ କରୋନା ପଜିଟିଭ ଚିହ୍ନଟ ଓ ୧୨ ମୃତ ।
୨. ଚଳିତ ମାସରେ ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଖୋଲିବ ସ୍କୁଲ ସୂଚନା ଦେଲେ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ।
୩. କରୋନା ପାଇଁ ଚଳିତ ବର୍ଷ ରାଜ୍ୟ ଚଳଚ୍ଚିତ୍ର ଓ ଟେଲି ପୁରସ୍କାରକୁ ବନ୍ଦ କରିଦିଆଯାଇଛି ।
୪. କାର୍ତ୍ତିକ ମାସ , ହବିଷାଳୀଙ୍କ ପାଇଁ ୨୦ ଫୁଟ ଘୁଞ୍ଚାଗଲା ବ୍ୟାରିଗେଟ । ପାଖରୁ ମହାପ୍ରଭୁଙ୍କ ଦର୍ଶନ କରିବେ ଭକ୍ତ ।

୫. କରୋନା ସମୟରେ ଦୀପାବଳୀରେ ବାଣ ଫୁଟାଇବା ଉପରେ କଟକଣା । ନଭେମ୍ବର ୧୦ ରୁ ୩୦ ପର୍ଯ୍ୟନ୍ତ ବାଣ ଫୁଟାଇବା ଓ ବିକ୍ରି ହୋଇପାରିବ ନାହିଁ ।

୬. ବିଏସଏଫ ଓ ମାଛକୁଣ୍ଡ ପୋଲିସର ଚଢ଼ାଉରେ ଧରାପଡିଲା ଗଞ୍ଜେଇ ଚାଲାଣ ରାକେଟ । ଏକ କୋଟି ଟଙ୍କାର ଆଠ କୁଇଣ୍ଟାଲ ଗଞ୍ଜେଇ ଜବତ ।
୭. ଯାତ୍ରୀମାନଙ୍କଠୁ ନିର୍ଦ୍ଧାରିତ ଦରଠାରୁ ଅଧିକ ଭଡା ଆଦାୟ କଲେ ଏବଂ ପରମିଟ୍ ସର୍ତ୍ତର ଉଲଘଂନ କଲେ ନିଆଯିବ କାର୍ଯ୍ୟାନୁଷ୍ଠାନ । ଚେତାବନୀ ଦେଇଛନ୍ତି ରାଜ୍ୟ ସରକାର ।

୮. ତାଳଚେରରେ ବେଆଇନ ଭାବେ ଗଚ୍ଛିତ ଥିବା ଏକ ଟ୍ରକ ବାଣକୁ ଜବତ କଲା ପ୍ରଶାସନ ।
୯. କୋରାପୁଟ-ମାଲକାନଗିରି ସୀମାନ୍ତ ହନୁମାଲ ଗାଁ ନିକଟରୁ ଗଞ୍ଜେଇ ଭର୍ତ୍ତି ପିକଅପ୍ ଗାଡି,ଗୋଟିଏ ବନ୍ଧୁକ ଓ ୨ଟି ଜୀବନ୍ତ ଗୁଳିକୁ ଜବତ କରିଛି ପୋଲିସ,୨ ଅଭିଯୁକ୍ତ ଫେରାର ।
୧୦. କଳାହାଣ୍ଡି ଏସପିଙ୍କୁ ମାଓବାଦୀଙ୍କ ହତ୍ୟା ଧମକ ।

ଅନ୍ୟମାନଙ୍କୁ ଜଣାନ୍ତୁ।