You are currently viewing ANS SUPERFAST 2@10

ANS SUPERFAST 2@10

୧. ଆଜି ରାଜ୍ୟରେ ୧୪୪୯ କରୋନା ପଜିଟିଭ ଚିହ୍ନଟ ଏବଂ ୧୫ ମୃତ ।
୨. ଓଡ଼ିଶାରେ ନିଯୁକ୍ତିର ବଡ଼ ସମ୍ଭାବନା : ୯୨ ହଜାର ୭୧୩ କୋଟିର ୫ଟି ମେଗା ପ୍ରକଳ୍ପରେ ପୁଞ୍ଜି ନିବେଶ ପ୍ରସ୍ତାବକୁ ଅନୁମତି । ରାଜ୍ୟରେ ୩୧ ହଜାର ୯୭୯ ନିଯୁକ୍ତି ସମ୍ଭାବନା ।
୩. ମନ୍ଦିର ଖୋଲିବା ଦାବିରେ ଓଡିଶା ସେବାୟତ ସଂଘର ଆନ୍ଦୋଳନ, ରାମ ମନ୍ଦିର ସାମ୍ନାରେ ପ୍ରତିବାଦ । ମନ୍ଦିର ନ ଖୋଲା ଗଲେ ପ୍ରତି ପରିବାରକୁ ୨୦,୦୦୦ ଟଙ୍କା ସାହାର୍ଯ୍ୟ ଦାବି କଲେ ସେବାୟତ ।

୪. ଦୈନିକ ସାଢ଼େ ୪ ଘଣ୍ଟା ବସିବ ବିଧାନସଭାର ଶୀତ ଅଧିବେଶନ ।
୫. ଚଳିତ ମାସରେ ସ୍କୁଲ ଖୋଲିବା ନିଷ୍ପତ୍ତି ନେଇ ଆସିଛି ବଡ ପରିବର୍ତ୍ତନ । ନଭେମ୍ବରରେ ଖୋଲିବ ନାହିଁ ସ୍କୁଲ, ସୂଚନା ଦେଲେ ଗଣ ଶିକ୍ଷା ମନ୍ତ୍ରୀ ସମିର ରଞ୍ଜନ ଦାସ ।
୬. ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଚତୁଃପାର୍ଶ୍ବରୁ ଉଚ୍ଛେଦ ପ୍ରସଂଗ: ହାଇକୋର୍ଟ କହିଲେ- ଜମି ହରାଇଥିବା ବ୍ୟକ୍ତିଙ୍କୁ ୬ ସପ୍ତାହ ଭିତରେ ବିବାଦ ନଥିବା ଜମି ଦିଅ ।

୭. ଦଶ ବର୍ଷ ବ୍ୟବଧାନରେ ସ୍ତ୍ରୀକୁ ଖୋଜି ଖୋଜି ପାଇଲା ସ୍ୱାମୀ । ଏମିତି ଘଟଣା ଦେଖିବାକୁ ମିଲିଛି ପୁରୀରେ ।
୮. ବାଣୀବିହାର କ୍ୟାମ୍ପସରେ ଜଣେ ଶ୍ରମିକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତ ଶ୍ରମିକ ଜଣକ ବୁଧୁରାମ ସିଂ । ତାଙ୍କୁ ଛୁରା ଭୁସି ହତ୍ୟା କରାଯାଇଥିବା ସନ୍ଦେହ ।
୯. ସବୁଆଡେ ବୁଲିବୁଲି ଲୁଟ କରୁଥିବା ଦୁଇ ଅପରାଧିକୁ ଗିରଫ କରିଛି କମିଶନରେଟ ପୋଲିସ । ପଟିଆ ସ୍ଥିତ ପିଏନବି ଏଟିଏମ ଲୁଟ ଘଟଣାରେ ଥିଲେ ସଂପୃକ୍ତ ।

୧୦. ହାତୀଙ୍କ ସହ ସେଲ୍ଫି ନେଲେ ହେବ କାର୍ଯ୍ୟାନୁଷ୍ଠାନ । ସବୁ ରେଞ୍ଜରଙ୍କୁ ଚିଠି ଲେଖି ଜଣାଇଛନ୍ତି ଆଠଗଡ ଡିଏଫଓ ।

ଅନ୍ୟମାନଙ୍କୁ ଜଣାନ୍ତୁ।