You are currently viewing ANS SUPERFAST 2@10

ANS SUPERFAST 2@10

୧. ରାଜ୍ୟରେ କମିବାରେ ଲାଗିଛି କରୋନା ସଂକ୍ରମଣ । ସାବଧାନତା ଅବଲମ୍ବନ ନ କଲେ ଶୀତ ଦିନେ ବଢ଼ିପାରେ ସଂକ୍ରମଣର ମାତ୍ରା ।
୨. ବଲାଙ୍ଗୀର ଓ କୋରାପୁଟରେ ଖୋଲିବ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଆଞ୍ଚଳିକ କାର୍ଯ୍ୟାଳୟ । ଏନେଇ ସୂଚନା ଦେଲେ ଜଙ୍ଗଲ ଓ ପରିବେଶ
ମନ୍ତ୍ରୀ ବିକ୍ରମ କେଶରୀ ଆରୁକ୍ ।
୩. ଦାଦାବଟି ଆଦାୟ ଅଭିଯୋଗରେ ବନ୍ଧା ହେଲେ ଗ୍ୟାଙ୍ଗଷ୍ଟାର ରାଜା ଆଚାର୍ଯ୍ୟ । ଗିରଫ କରିଛି କମିଶନରେଟ ପୋଲିସ ।
୪. କଟକରେ କୁଖ୍ୟାତ ଡକାୟତ ଗ୍ୟାଙ୍ଗର ୪ ଗିରଫ । ସେମାନଙ୍କଠାରୁ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଜବତ ।
୫. ୨୦୧୫ରେ ପୁରୀ ଷ୍ଟେସନରେ ହୋଇଥିବା ଟ୍ରେନ ପୋଡି ମାମଲାରେ ଦଣ୍ଡା ଦେଶ । ଦୋଷୀ ସୁବାଷ ରାମଚନ୍ଦ୍ରଙ୍କୁ ୫ ବର୍ଷ କାରାଦଣ୍ଡ ।

୬. ବାଲେଶ୍ୱର ତିର୍ତ୍ତୋଲ ଉପନିର୍ବାଚନରେ ନାମାଙ୍କନ ଦାଖଲ ପରେ ଆଜି ପ୍ରର୍ଥୀ ପତ୍ର ଯାଞ୍ଚ ,ନଭେମ୍ବର ୩ରେ ମତଦାନ ଓ ୧୦ରେ ଜଣାପଡିବ ରେଜଲ୍ଟ ।
୭. ମାର୍ଚ୍ଚ ମାସରୁ ସୌରଶକ୍ତି ଆଲୋକରେ ଆଲୋକିତ ହେବ ସୂର୍ଯ୍ୟ ମନ୍ଦିର । ୨୦୨୧ ମାର୍ଚ୍ଚ ସୁଦ୍ଧା କାର୍ଯ୍ୟକାରୀ ହେବ ସମସ୍ତ ପ୍ରକଳ୍ପ ।

୮. ରାଜଧାନୀରେ ଯୁବକଙ୍କ ବ୍ଳେଡ ଆକ୍ରମଣରେ ୩ ଗୁରୁତର ଆହତ । ଘଟଣାର ତଦନ୍ତ କରୁଛି ମଞ୍ଚେଶ୍ୱର ପୋଲିସ ।
୯. ଶ୍ରୀମନ୍ଦିର ଖୋଲିବା ପ୍ରସଙ୍ଗ : ସମସ୍ତେ ଚାହାଁନ୍ତି ଅରୁଣ ସ୍ତମ୍ଭ ନିକଟରୁ ମିଳୁ ଦର୍ଶନ । କ୍ୟାମେରାରେ ଦର୍ଶନକୁ ପରିଚାଳନା କମିଟି ସଦସ୍ୟଙ୍କ ବିରୋଧ ।
୧୦. କେନ୍ଦ୍ରୀୟ ବଙ୍ଗୋପସାଗରରେ ବଢ଼ୁଛି ଲଘୁଚାପ ୧୯ରୁ ୨୧ ଯାଁଏ କିଛି ଜିଲ୍ଳାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା । ଦକ୍ଷିଣ ଓଡିଶାରେ ଭୂସ୍ଖଳନ ଏବଂ ବନ୍ୟା ପାଇଁ ସତର୍କ ରହିବାକୁ ଜିଲ୍ଳାପାଳଙ୍କୁ ନିର୍ଦ୍ଦେଶ ।

ଅନ୍ୟମାନଙ୍କୁ ଜଣାନ୍ତୁ।