ANS SUPERFAST [email protected]
- 1. ଆଜି ରାଜ୍ୟରେ ୧୦୧୮ କରୋନା ପଜିଟିଭ ଚିହ୍ନଟ ଏବଂ ୧୨ ମୃତ ।
2. ଆଜି ଧନତେରସ । ରାଜ୍ୟର ସମସ୍ତ ଗହଣା ଦୋକାନରେ ଲାଗିଛି ଭିଡ ।
3. ଚଳିତ ବର୍ଷ ସିଂହଦ୍ୱାର ସମ୍ମୁଖରେ ଜଳିବନି କାଉଁରିଆ କାଠି । ଏଭଳି କଟକଣା ଲଗାଇଛି ଜିଲ୍ଲା ପ୍ରଶାସନ ।
4. ବାଣ ଫୁଟାଇବା ଏବଂ ବିକ୍ରି ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ଜାରି କରାଯାଇଥିବା ବେଳେ ରାଉରକେଲା ବନ୍ଧମୁଣ୍ଡା ଥାନା ଅଞ୍ଚଳ ୪ଟି ବାଣ ଗୋଦାମ ଉପରେ ଚଢ଼ାଉ କରି ବିପୁଳ ପରିମାଣର ବାଣ ଜବତ କରିଛି ପୋଲିସ ।
5. ଆସନ୍ତା ମାସରୁ ଆରମ୍ଭ ହେବ ଶ୍ରୀମନ୍ଦିର ସେବାୟତ ପରିବାରର ଜନଗଣନା। ସାମାଜିକ ଓ ଅର୍ଥନୈତିକ ଆଧାରରେ କରାଯିବ ଏହି ସର୍ଭେ ।
6. ନିଖୋଜ ୪ ବର୍ଷ ଶିଶୁ କନ୍ୟାର ମୃତଦେହ ଆଜି ସକାଳୁ ଏକ ନାଳରୁ ଉଦ୍ଧାର କରାଯାଇଛି। ଏପରି ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ଅଞ୍ଚଳରେ ।
7. ଚାକିରି କରାଇ ଦେବା ନାଁରେ ଓ ଅନ୍ୟାନ୍ୟ କାମ କରାଇ ଦେବାକୁ ପ୍ରତିଶ୍ରୁତି ଦେଇ ଲୁଟ। ଗିରଫ କରିଛି ପୁଲିସ୍,ନାଁ କାହ୍ନୁ ପ୍ରଧାନ ଘର ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ପ୍ରଧାନସାହିରେ।
8. ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଲେ ମୟୁରଭଞ୍ଜ କପ୍ତିପଦା ବିଦ୍ୟୁତ ବିଭାଗର କନିଷ୍ଠ ଯନ୍ତ୍ରୀ ଅଶ୍ୱିନୀ କୁମାର ଦାସ ।
9. ନୁଆଁପଡା ଜିଲ୍ଲାରେ କମିଛି ମାଓ ବର୍ବରତା । ଏଭଳି ସୁଚନା ଦେଇଛନ୍ତି ଦକ୍ଷିଣ ପଶ୍ଚିମାଞ୍ଚଳ ରେଞ୍ଜର ଡିଆଇଜି ସାଫିନ୍ ଅହମ୍ମଦ କେ ।
10. ପୁଣି ଘୁଞ୍ଚିଲା ଏକକ ପିଜି ପ୍ରବେଶିକା ପରୀକ୍ଷା ଫଳ । ୨୧ରେ ପ୍ରକାଶ ପାଇବ ମେରିଟ ଲିଷ୍ଟ ।