ANS SUPERFAST [email protected]
୧. ରାଜ୍ୟରେ ଆଜି ୭୪୯ କରୋନା ପଜିଟିଭ ଚିହ୍ନଟ ଏବଂ ୧୬ ମୃତ ।
୨. ବଦଳିଲେ ମାଲକାନଗିରି ଜିଲ୍ଳାପାଳ । ମନୀଷ ଅଗ୍ରୱାଲଙ୍କ ବଦଳରେ କାର୍ଯ୍ୟଭାର ହାତକୁ ନେଲେ ୱାଇ ବିଜୟ ।
୩. କୋରାପୁଟ ଜିଲ୍ଲାର ବୈପାରିଗୁଡ଼ା ମେନ୍ ରୋଡ଼ ସ୍ଥିତ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାର ଏଟିଏମକୁ ଭାଙ୍ଗି ଥିଲେ ମଧ୍ୟ ଲୁଟେରାମାନେ ଏଥିରେ ସଫଳ ହୋଇ ପାରିନଥିବା ଜଣାପଡ଼ିଛି।
୪. ସୁନ୍ଦରଗଡ଼ ଜିଲ୍ଲା କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ ପୁଟ୍ରିଖମନ ପଞ୍ଚାୟତର ହରପାଲି ଗାଁରେ ବଡ଼ଭାଇକୁ କାଠ ଫାଳିଆରେ ପିଟି ମାରିଲା ସାନଭାଇ ।
୫. ମୋବାଇଲ ଫାଟି ଜଣେ ୧ବର୍ଷର ଶିଶୁ କନ୍ୟା ଗୁରୁତର ଆହତ । ଏହି ଘଟଣା ଘଟିଛି କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ତଳ ବିଲାଂସିଲ ଗ୍ରାମରେ ।
୫. ୪୨ଟି ହାତୀ ନୀଳଗିରିକୁ ପ୍ରବେଶ କରି ବ୍ୟାପକ ଧାନଫସଲ ନଷ୍ଟ କରିଛନ୍ତି । ଏମାନେ ଝାଡଖଣ୍ଡରୁ ଆସିଥିବା ସୂଚନା ।
୬. କଟକ ଜିଲ୍ଲାର ନିଆଳି ବ୍ଲକ୍ ଅନ୍ତର୍ଗତ ବାହାରଣା ପଞ୍ଚାୟତର ବରିମୁଣ୍ଡେଇ ଗାଁ ନିକଟରେ କାକଟପୁର ବ୍ରାଞ୍ଚ କେନାଲର ବାମପାର୍ଶ୍ଵ ବନ୍ଧ ଭାଙ୍ଗି କୃତ୍ରିମ ବନ୍ୟା ପରିସ୍ଥିତି ଦେଖା ଦେଇଛି।
୭. ବ୍ୟକ୍ତିଗତ ସହାୟକ ଦେବୀ ନାରାୟଣ ପଣ୍ଡାଙ୍କୁ ହତ୍ୟା କରିଥିବା ଅଭିଯୋଗରେ ମାଲକାନଗିରି ଜିଲ୍ଲାପାଳଙ୍କ ସମେତ ୪ଜଣଙ୍କ ନାଁରେ ହତ୍ୟା ମାମଲା ରୁଜ୍ଜୁ କଲା ପୋଲିସ ।
୮. ନାଲକୋ ପ୍ଲାଣ୍ଟରୁ ବାହାରୁଥିବା ପାଉଁଶ ମିଶା ପାଣି ଅନୁଗୁଳ ନନ୍ଦିରା ଜଳ ପ୍ରଦୂଷିତ ହେବା ସହ ଏହି ଜୋର ବ୍ରାହ୍ମଣୀରେ ମିଶିଥିବାରୁ ବ୍ରାହ୍ମଣୀ ଜଳ ମଧ୍ୟ ପ୍ରଦୂଷିତ ହେଉଥିବା ଅଭିଯୋଗ ହୋଇଛି ।
୯. କାଶୀପୁର ସଦର ମହକୁମା ଅନ୍ତର୍ଗତ ହରିଜନ ସାହି ନିକଟସ୍ଥ ମୁଖ୍ୟ ରାସ୍ତାକଡ଼ରେ ଥିବା ଏକ ପୋଲ ତଳେ ଜଣ ବ୍ୟକ୍ତିଙ୍କ ମୃତ ଦେହକୁ ଆଜି କାଶୀପୁର ଥାନା ପକ୍ଷରୁ ଉଦ୍ଧାର କରାଯାଇଛି। ମୃତବ୍ୟକ୍ତି ଜଣକ ହେଲେ କାଶୀପୁର ଜାମୁଗୁଡ଼ା ସାହିର ।
୧୦. ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ଜୁରାବନ୍ଦ ପଞ୍ଚାୟତ ପହରିଆପଡ଼ାର ଟଙ୍କଧର ପହରିଆଙ୍କ ଘରୁ ଦୁଇ ଭରିସୁନା ଓ ୧ ଲକ୍ଷ ୧୦ ହଜାର ଟଙ୍କା ଡକାୟତି ।