ANS SUPERFAST [email protected]
୧. ଆଜି ରାଜ୍ୟରେ ୬୪୪ କରୋନା ଆକ୍ରାନ୍ତ ଏବଂ ୧୭ ମୃତ ।
୨. ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଶ୍ରୀମନ୍ଦିର ବଜେଟ୍ ଅନୁମୋଦନ ।
୩. ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ କମ ଛାତ୍ରଛାତ୍ରୀ ଥିବା ୧୫ ହଜାର ସ୍କୁଲକୁ ବନ୍ଦ କରିବା ନିଷ୍ପତ୍ତିକୁ ବିରୋଧ କରି ଗଣଶିକ୍ଷା ମନ୍ତ୍ରୀଙ୍କ ବହିଷ୍କାର ଦାବି କରିଛି ମହାସଂଘ ।
୪. ବିଧାନସଭାର ଶୀତକାଳୀନ ଅଧିବେଶନ ପାଇଁ ମନ୍ତ୍ରୀ, ବିଧାୟକ, ମନ୍ତ୍ରୀଙ୍କ କର୍ମଚାରୀ ଓ ବିଧାନସଭା କର୍ମଚାରୀମାନଙ୍କ କରୋନା ଟେଷ୍ଟ ଆରମ୍ଭ । ଏହି ଟେଷ୍ଟ ୩ ଦିନ ଧରି ଚାଲିବ ।
୫. ଭିତରକନିକା ଜାତୀୟ ଉଦ୍ୟାନରେ ପ୍ରବାହିତ ପାଟ୍ଟଶାଳା ନଦୀରୁ ୬ଫୁଟର ମାଈ କୁମ୍ଭୀର ଉଦ୍ଧାର ।
୬. ଢେଙ୍କାନାଳ ଜିଲ୍ଲାର ମୋଟଙ୍ଗା ଥାନା ଗଉଡ଼ କାଟେଣି ଛକ ନିକଟରେ ଏକ ଟ୍ରକ୍ ଜଣେ ବାଇକ ଚାଳକଙ୍କୁ ଚାପି ଦେଇଛି। ମୃତ ଜଗନ୍ନାଥ ଦାସ ଜଣେ ଖେଳ ଶିକ୍ଷକ ବୋଲି ଜଣାପଡ଼ିଛି।
୭. ଋଷିକୂଲ୍ୟା ମୁହାଣରେ ମାଛ ଧରୁଥିବା ବେଳେ ଆନ୍ଧ୍ର ପ୍ରଦେଶର ୮ଜଣ ମତ୍ସ୍ୟଜୀବୀଙ୍କୁ ଧରିଲା ବନ ବିଭାଗ, ଟ୍ରଲର ଓ ୨୫୯ କିଲୋଗ୍ରାମ୍ ମାଛ ଜବତ ।
୮. ଭୁବନେଶ୍ୱର ବରମୁଣ୍ଡାରେ ବାଘଛାଲ ପାଇଁ ଡିଲ ଚାଲୁଥିବା ବେଳେ ବାଘଛାଲ ସହ ଅଭିଯୁକ୍ତଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ ।
୯. ଜମି ରେଜିଷ୍ଟ୍ରେସନ ପାଇଁ ଲାଞ୍ଚ ନେଉଥିବା ସୁବର୍ଣ୍ଣପୁର ଜିଲ୍ଲା ତରଭା ତହସିଲଦାର ଗିରଫ ।
୧୦. ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ଥାନା ଅନ୍ତର୍ଗତ ମହୁଲି ଗ୍ରାମରେ ଜମିକୁ ନେଇ ଆରମ୍ଭ ହୋଇଥିବା ବିବାଦ ଯୋଗୁ ରକ୍ତପାତ ହୋଇ ୮ରୁ ଊର୍ଦ୍ଧ୍ୱ ବ୍ୟକ୍ତି ଆହତ ହେବା ସହ ୧ ଗୁରୁତର ।