You are currently viewing ANS SUPERFAST 2@10

ANS SUPERFAST 2@10

୧. ରାଜ୍ୟରେ କରୋନା ସଂକ୍ରମଣ କମିବାରେ ଲାଗିଛି, କିନ୍ତୁ ମୃତ୍ୟୁହାରରେ କୌଣସି ପରିବର୍ତ୍ତନ ନାହିଁ ।
୨. ସ୍କୁଲ ଫି ଛାଡ ସଂପର୍କିତ ମାମଲାର ଶୁଣାଣୀ ପରେ ସରକାରଙ୍କୁ ଜବାବ ତଲବ କରିଛନ୍ତି ହାଇକୋର୍ଟ ।
୩. ଲଘୁଚାପ ପାଇଁ ଗଜପତି ଜିଲ୍ଲା ପ୍ରଶାସନ ପ୍ରସ୍ତୁତ, ଭିଡିଓ ଜାରି କରି ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଲେ ଜିଲ୍ଲାପାଳ ।
୪. ଟଙ୍କା ପାଇଁ କାକା-ଖୁଡ଼ିଙ୍କୁ ମିଳିମିଶି ମାରିଥିଲେ ପୁତୁରା ଝିଆରି । ବ୍ରଜରାଜନଗର ଦମ୍ପତିଙ୍କ ହତ୍ୟାକାଣ୍ଡର ପର୍ଦ୍ଦାଫାଶ କଲା ପୁଲିସ । ୨ ପୁତୁରା ଏବଂ ୩ ଝିଆରିଙ୍କୁ ଗିରଫ କଲା ପୋଲିସ ।

୫. ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଜଟଣୀରେ ବୋମାମାଡ଼, ମହିଳାଙ୍କ ସମେତ ୨ଆହତ।
୬. ବିଶିଷ୍ଟ ରାଜନେତା ଶରତ କରଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦା ଦିଆଯାଇନପାରିବା ଘଟଣାକୁ ନିନ୍ଦା କରିଛନ୍ତି ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ।
୭. ବଲାଙ୍ଗୀର ସହର ଚନ୍ଦ୍ରଶେଖର ନଗର ପଡାର ଏକ ସରକାରୀ କ୍ୱାଟରରୁ ବୃଦ୍ଧ ଦମ୍ପତ୍ତିଙ୍କ ମୃତ ଦେହ ଉଦ୍ଧାର ।
୮. ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବନଖଣ୍ଡ ଅନ୍ତର୍ଗତ ଧଣ୍ଡାତୋପା ରେଞ୍ଜ ଜଙ୍ଗଲରୁ ସମ୍ବର ମାଂସ କାଟୁଥିବା ବେଳେ ବନ ବିଭାଗର ଚଢ଼ଉ, ଚାରି ଶିକାରୀ ଗିରଫ ।

୯. କୋରାପୁଟ ଓ ମାଲକାନଗିରି ସୀମାରୁ ବିପୁଳ ବିସ୍ଫୋରକ ଜବତ । ସର୍ଚ୍ଚ ଅପରେଶନ ବେଳେ ମାଟି ତଳୁ ମିଳିଲା ଡ୍ରମ ଭର୍ତ୍ତି ବିସ୍ଫୋରକ ।
୧୦. କେନ୍ଦ୍ରୀୟ ବଙ୍ଗୋପସାଗରରେ ଆଜି ଲଘୁଚାପ ସୃଷ୍ଟି ସମ୍ଭାବନା ରାଜ୍ୟରେ ୨୩ ଯାଏଁ ବର୍ଷା ପୂର୍ବାନୁମାନ । ୩ଦିନ ପର୍ଯ୍ୟନ୍ତୁ ଘରୁ ନବାହାରିବାକୁ ଗଞ୍ଜାମ ଜିଲ୍ଲା ପ୍ରଶାସନର ପରାମର୍ଶ ।

ଅନ୍ୟମାନଙ୍କୁ ଜଣାନ୍ତୁ।