You are currently viewing ANS SUPERFAST 2@10

ANS SUPERFAST 2@10

୧. ଆଜି ରାଜ୍ୟରେ ୮୬୮ କରୋନା ପଜିଟିଭ ଚିହ୍ନଟ ଏବଂ ୧୫ ମୃତ ।
୨. ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକରେ ୨୦୨୦-୨୧ ଆର୍ଥିକବର୍ଷ ପାଇଁ ୧୫୪ କୋଟିର ବଜେଟ୍ ପ୍ରସ୍ତୁତ ହୋଇଥିବା ବେଳେ ପରିଚାଳନା କମିଟି ଏଥିରେ ମୋହର ମାରିଛି ।
୩. ୩ ବର୍ଷରୁ କମ୍ ବୟସର ଶିଶୁମାନଙ୍କ ଯତ୍ନ ଓ ଉଦ୍ଦୀପନାକୁ ଆଧାର କରି ସେମାନଙ୍କ ଶୈଶବର ବିକାଶ ପାଇଁ ମହିଳା ଓ ଶିଶୁବିକାଶ ଓ ମିସନ ଶକ୍ତି ବିଭାଗ ପକ୍ଷରୁ ‘ବାତ୍ସଲ୍ୟ’ କାର୍ଯ୍ୟକ୍ରମ
ଆରମ୍ଭ ହୋଇଛି।
୪. ୨୦୨୧ ବର୍ଷ ଜାନୁଆରୀ ୧୫ ତାରିଖରେ ପ୍ରକାଶ ପାଇବ ସଂଶୋଧିତ ଭୋଟର ତାଲିକା । ଏନେଇ ଜିଲ୍ଲାପାଳଙ୍କ ସହ ଆଲୋଚନା କଲେ ସିଇଓ ।

୫. କୋଭିଡ ଗାଇଡଲାଇନ ଅନୁସାରେ ଚାଲିବ ବିଧାନସଭା । ପ୍ରଶ୍ନକାଳ ବନ୍ଦ ରହିବ, ଆବଶ୍ୟକୀୟ କାଗଜ ପତ୍ର ଡାକ ଯୋଗେ ବିଧାୟକଙ୍କ ଘରକୁ ପଠାଯିବ ବୋଲି କହିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ।
୬. ରାଜଧାନୀ ସ୍ଥିତ ଆଦିତ୍ୟ ଅଶ୍ୱିନୀ ହସ୍ପିଟାଲରେ କରୋନା ସଂକ୍ରମିତ ହେଉଥିବା କରୋନା ଯୋଦ୍ଧାଙ୍କ ଚିକିତ୍ସା କରାଯିବ । ଏନେଇ ନିର୍ଦ୍ଦେଶ ଜାରି କରିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।
୭. ସ୍ୱାମୀ ସ୍ତ୍ରୀ ଝଗଡାର କରୁଣ ପରିସ୍ଥିତି । ଦେହରେ କିରୋସିନ ଢ଼ାଳି ଆତ୍ମହତ୍ୟା ଉଦ୍ୟମ କଲେ ପତ୍ନୀ ।
୮. ଆୟ ବର୍ହିଭୁକ୍ତ ସମ୍ପତ୍ତି ଠୁଳ ଅଭିଯୋଗ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଛନ୍ତି ତାଳଚେର ଗ୍ରାମ୍ୟ ଉନ୍ନୟନ ସହକାରୀ ଯନ୍ତ୍ରୀ ଚନ୍ଦ୍ରମଣି ସାହୁ ଏବଂ ୬ ଟି ସ୍ଥାନରେ ଚଢ଼ାଉ ।

୯. ରାଜମହଲ ଛକ ରାସ୍ତା ମଝିରେ ଜଣେ ଯୁବତୀ ସମସ୍ତଙ୍କ ସାମ୍ନାରେ ଯୁବଙ୍କୁ ପିଟି ମୁଣ୍ଡ ଫଟାଇଲେ ।
୧୦. ରାଜଧାନୀ ଭୁବନେଶ୍ବର ସମେତ ରାଜ୍ୟର କେତେକ ଅଞ୍ଚଳରେ ଘନ କୁହୁଡ଼ି ଦେଖିବାକୁ ମିଳିଥିଲା । ଆଗାମୀ କିଛି ଦିନ ମଧ୍ୟ କୁହୁଡ଼ି ଦେଖାଯାଇପାରେ ବୋଲି ଆଲୋଚନା ହେଉଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।