ANS SUPERFAST [email protected]
୧. ଆଜି ରାଜ୍ୟରେ ୭୩୦ କରୋନା ପଜିଟିଭ ଚିହ୍ନଟ ଏବଂ ୧୬ ମୃତ ।
୨. ଆଜିଠାରୁ ପଞ୍ଚୁକ ଆରମ୍ଭ । କୋଭିଡ ଲାଗି ଭକ୍ତଶୂନ୍ୟ ଶ୍ରୀମନ୍ଦିର । ଆଠଗଡ ଧବଳେଶ୍ୱରରେ ୧୪୪ ଧାରା ଜାରି କରିଛି ପ୍ରଶାସନ ।
୩. ଦିନକ ପରେ ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ । ତେବେ କରୋନା ମହାମାରୀ ଯୋଗୁଁ ଜିଲ୍ଲା ବାହାର ଲୋକଙ୍କୁ ପୁରୀ ନ ଆସିବା ଲାଗି ଅନୁରୋଧ କରିଛି ଜିଲ୍ଲା ପ୍ରଶାସନ ।
୪. କାର୍ତ୍ତିକ ପୁର୍ଣ୍ଣିମା ଲାଗି ଡଙ୍ଗା ଭସାଇବା ଏବଂ ବୁଡ ପକାଇବା ଉପରେ କଟକଣା ଲଗାଇଛନ୍ତି ସରକାର ।
୫. କରୋନା ମହାମାରୀ ଯୋଗୁ ଚଳିତ ଶିକ୍ଷା ବର୍ଷରେ ପାଠପଢ଼ା ହୋଇପାରି ନଥିବା ବେଳେ ପରୀକ୍ଷାକୁ ନେଇ ଦ୍ୱନ୍ଦ୍ୱରେ ରହୁଛନ୍ତି ଛାତ୍ରଛାତ୍ରୀ । ଦଶମ ଓ ଯୁକ୍ତ ୨ ପରୀକ୍ଷା ନିମନ୍ତେ ଜାତୀୟ ସ୍ତରରେ ଏକ ଗାଇଡଲାଇନ୍ ପ୍ରସ୍ତୁତ କରିବାକୁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ।
୬. ଓଡ଼ିଶାରେ ଦ୍ୱିତୀୟ ଏମ୍ସ ପ୍ରତିଷ୍ଠା ପାଇଁ କେନ୍ଦ୍ର ସ୍ଵ।ସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ । ସୁନ୍ଦରଗଡ଼ ଜିଲ୍ଲାରେ ଏମ୍ସ ପ୍ରତିଷ୍ଠା ପାଇଁ ଦାବି ।
୭. ରାଜ୍ୟରେ ହେବାକୁ ଥିବା ଆରଏସଏସର ଅଖିଳ ଭାରତୀୟ କାର୍ଯ୍ୟକାରୀ ମଣ୍ଡଳରେ ଯୋଗ ଦେବା ଲାଗି ୩ ଦିନ ଓଡିଶା ଆସିଛନ୍ତି ମୋହନ ଭାଗବତ ।
୮. ଅନୁଗୁଳ ଜିଲ୍ଲା ପିଙ୍ଗୁଆ ଗ୍ରାମ ଦେଇ ଯାଇଥିବା ରେଳ ଲାଇନ୍ରେ ଆତ୍ମହତ୍ୟା କରିଛନ୍ତି ମହିଳା ।
ମୃତ ମହିଳା ହେଉଛନ୍ତି ୫୪ ବର୍ଷୀୟ ଗୀତାଞ୍ଜଳି ରାଉତ ।
୯. ଥାନା ଭିତରେ ପୁଲିସର ଥାର୍ଡ ଡିଗ୍ରୀ ଅଭିଯୋଗ । ଅଭିଯୋଗ ଆଣିଛନ୍ତି କେନ୍ଦୁଝର ଜିଲ୍ଲା କାମେଶ୍ୱରପୁରର ପାଟଣା ଗ୍ରାମର ଲୋକେ ।
୧୦. ରାଜ୍ୟରେ ବଢ଼ିବାରେ ଲାଗିଛି ଶୀତ । କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ି ରାଜ୍ୟର ସବୁଠାରୁ ଶୀତୁଆ ସ୍ଥାନ ପାଲଟିଛି। ଦାରିଙ୍ଗବାଡ଼ିର ଗତକାଲି ସର୍ବନିମ୍ନ ତାପମାତ୍ରା ୯ ଡିଗ୍ରୀ ।