You are currently viewing ANS SUPERFAST 2@10

ANS SUPERFAST 2@10

୧. ଆଜି ରାଜ୍ୟରେ ୬୪୪ କରୋନା ପଜିଟିଭ ଚିହ୍ନଟ ଏବଂ ୧୭ ମୃତ ।
୨. ଶ୍ରୀ ମନ୍ଦିରରେ ପଞ୍ଚୁକ ଆରମ୍ଭରୁ ଦେଖାଦେଇଛି ବିଭ୍ରାଟ । ପାଣିଆ ଆପଟ ମହାପ୍ରଭୁଙ୍କୁୁ ଛୁଇଁବା ପରେ ଚତୁର୍ଦ୍ଦା ମୂର୍ତ୍ତିଙ୍କୁ ମହାସ୍ନାନ ।
୩. ୫୬୮ କିଲୋ ୪୪୦ ଗ୍ରାମର ଗଞ୍ଜେଇ ଜବତ କରିଛି ନନ୍ଦପୁର ପୁଲିସ ।
୪. ଅନଗୁଳ ଜିଲ୍ଲା ଅନ୍ତର୍ଗତ ଛେଣ୍ଡିପଦା ଥାନା ଅଞ୍ଚଳ ଖମାର ଗ୍ରାମର ଜଣେ ମାନସିକ ବିକାରଗ୍ରସ୍ତ ବ୍ୟକ୍ତି ଘରେ ନିଆଁ ଲଗାଇବା ସହ ନିଜ ତଣ୍ଟି ଓ ପେଟକୁ କାଟି ପକାଇଛନ୍ତି।

୫. ସିଲିଂ ଫ୍ୟାନରେ ଫାଶୀ ଲଗାଇ ଜୀବନ ହାରିଲେ ୧୪ ବର୍ଷୀୟ ଛାତ୍ରୀ । ଏଭଳି ଅଭାବନୀୟ ଘଟଣା ଘଟିଛି ମଙ୍ଗଳପୁର ଥାନା ଅଞ୍ଚଳ କସପା ଗ୍ରାମପଞ୍ଚାୟତ ଅନ୍ତର୍ଗତ କମଲପୁର ଗ୍ରାମରେ ।
୬. କୁଟୁର ଜଙ୍ଗଲରେ ପୋଲିସ
ଏବଂ ମାଓବାଦୀ ମଧ୍ୟରେ ଗୁଳିବିନିମୟ । ପୁଲିସର ଏନକାଉଣ୍ଟରରେ ଜଣେ ହାର୍ଡକୋର ମାଓବାଦୀର ମୃତ୍ୟୁ ।
୭. କଟକରେ ଠାବ କରାଯାଇଛି ନକଲି ଘିଅ କାରଖାନା। ସଦର ଥାନା ଅଞ୍ଚଳର ଗବଗସ୍ତରେ ନକଲି ଘିଅ କାରଖାନା ଠାବ କରିଛି ପୋଲିସ ।
୮. କୋରାପୁଟ ଜିଲ୍ଲା ସୁନାବେଡ଼ା ବସଷ୍ଟାଣ୍ଡ ନିକଟରୁ ୩ଲକ୍ଷ ୨୮ ହଜାର ୩ଶହ ଟଙ୍କାର ଜାଲ ନୋଟ ଜବତ କରିଛି ସ୍ପେଶାଲ ଟାସ୍କ ଫୋର୍ସ । ୧ ଗିରଫ ।

୯. କଳାହାଣ୍ଡି ଜିଲ୍ଲାର ନର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଜଣେ ନାବାଳକର ମୃତ୍ୟୁକୁ ନେଇ ଉତ୍ତେଜନା । ଚିକିତ୍ସାରେ ଅବହେଳାରୁ ନାବାଳକର ମୃତ୍ୟୁ ହୋଇଥିବା ଅଭିଯୋଗ ।
୧୦. ଟ୍ରକ ମାଲିକ ସଂଘର ଧର୍ମଘଟ ଡକରା, ଆସନ୍ତା କାଲିଠାରୁ ବନ୍ଦ ରହିବ ୮ ଜିଲ୍ଲାରେ ପରିବହନ ।

ଅନ୍ୟମାନଙ୍କୁ ଜଣାନ୍ତୁ।