ANS SUPERFAST [email protected]
୧. ଆଜି ରାଜ୍ୟରେ ୫୯୪ କରୋନା ପଜିଟିଭ ଚିହ୍ନଟ ଏବଂ ୧୪ ମୃତ ।
୨. ଶ୍ରୀଜିଉଙ୍କ ଦୁର୍ଲଭ ନାଗାର୍ଜୁନ ବେଶ ସଂପନ୍ନ, ଶତାବ୍ଦୀର ପ୍ରଥମ ନାଗାର୍ଜୁନ ବେଶ ଦର୍ଶନରୁ ବଞ୍ଚିତ ଭକ୍ତ-ଶ୍ରଦ୍ଧାଳୁ ।
୩. କାର୍ଯ୍ୟରତ ଖବରଦାତାଙ୍କ ମୃତ୍ୟୁ ହେଲେ ସରକାର ୪ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରାଯିବ ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ପୂଚନା ଦିଆଯାଇଛି ।
୪. କ୍ୟାପିଟାଲ ହସ୍ପିଟାଲରେ ଖୋଲିଲା ଏମଆରଆଇ ବିଭାଗ । ଏଣିକି ପରୀକ୍ଷା ପାଇଁ ବାହାରକୁ ଯିବେ ନାହିଁ ରୋଗୀ । ହସ୍ପିଟାଲରେ ହେବ ପରୀକ୍ଷଣ ।
୫. ଯନ୍ତ୍ରୀ ଜଙ୍ଗଲରୁ ଧରାପଡିଲା ମାଓବାଦୀ। ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳରୁ ଯବାନମାନେ ମାଓବାଦୀକୁ ଧରିଛନ୍ତି । ଯବାନଙ୍କ ଗୁଳିମାଡରେ ଜଣେ ମାଓବାଦୀର ମୃତ୍ୟୁ ଏବଂ ଜଣେ ଆହତ ।
୬. ମେଘୁଆ ପାଗ ଯୋଗୁଁ ଚିନ୍ତାରେ ଚାଷୀ, ମଣ୍ଡିରେ ପଡ଼ିରହିଛି ୪୬ ଜଣ ଚାଷୀଙ୍କ ୬ ହଜାର୧୧୭ ବସ୍ତା ଧାନ ।
୭. ମିଳିଲା ନିଖୋଜ ଥିବା କଲେଜ ଛାତ୍ରଙ୍କ ମୃତ ଦେହ । ନାମକଣ୍ଡା ଗ୍ରାମ ନିକଟରୁ ଉଦ୍ଧାର । ଶବଟି ଭେଙ୍କଟପାଲମ ଠାରୁ ଭାସି ଭାସି ଆଜି ସକାଳେ ନାମକଣ୍ଡା ଗ୍ରାମ ନିକଟରେ ଲାଗିଥିବା ସୂଚନା ।
୮. ଭଦ୍ରକ: ମାନସିକ ବିକୃତ ମହିଳାଙ୍କୁ ଅସଦାଚରଣ କରି ଥାନାରେ ଅଟକ ୟୁକୋ ବ୍ୟାଙ୍କର କର୍ମଚାରୀ ।
୯. ମୌଳିକ ସୁବିଧାରୁ ବଞ୍ଚିତ ଚନ୍ଦନଖୁଣ୍ଟି, ଶୋଷ ମେଣ୍ଟାଉଛି ଚୁଆ ପାଣି । ଗ୍ରାମରେ ବାସ କରୁଛନ୍ତି ପ୍ରାୟ ୪୫ ପରିବାର ।
୧୦. ବୈତରଣୀ ନଦୀ ଉପରେ ନିର୍ମାଣାଧୀନ କାନପୁର ବୃହତ ଜଳସେଚନ ପ୍ରକଳ୍ପ ସମ୍ପୂର୍ଣ୍ଣ ହେବାରେ ପ୍ରତିବନ୍ଧକ ସାଜିଛି ଜାତୀୟ ରାଜପଥ କର୍ତ୍ତୃପକ୍ଷ(ଏନ୍ଏଚ୍ଏଆଇ) । ଅସନ୍ତୋଷ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।