ANS SUPERFAST [email protected]
୧. ରାଜ୍ୟରେ କରୋନା ସଂକ୍ରମଣ କମିବାରେ ଲାଗିଛି । କିନ୍ତୁ ମୃତ୍ୟୁ ହାରରେ କୌଣସି ପରିବର୍ତ୍ତନ ନାହିଁ । ଆଜି ୫୫୦ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ, ୧୨ ମୁଣ୍ଡ ନେଇଛି କରୋନା ।
୨. ଆଜି ହେଉଛି ପବିତ୍ର ଧବଳେଶ୍ୱର ଓଷା । କରୋନା କଟକଣା ଭିତରେ ଭକ୍ତଶୂନ୍ୟ ହୋଇ ପୂଜା ପାଉଛନ୍ତି ବାବା ଧବଳେଶ୍ୱର ।
୩. ଲଗାତର ତିନିଥର ବିଧାନସଭା ସମ୍ମୁଖରେ ଆତ୍ମାହୁତି ଉଦ୍ୟମ । ଏତେ କଡ଼ା ସୁରକ୍ଷାବଳୟ ଭିତରେ ଏମିତି ଉଦ୍ୟମକୁ ସାଧାରଣରେ ନିନ୍ଦା ।
୪. କଟକ ଆଇଆଇଏଫଏଲ ଫାଇନାନ୍ସ କମ୍ପାନୀ ଲୁଟ୍ ଘଟଣାରେ ଆଉ ଦୁଇ ସୁନା ଦୋକାନୀ ଗିରଫ । ଏମାନେ ମୁଖ୍ୟ ଅଭିଯୁକ୍ତର ସହଯୋଗୀ ବୋଲି ପୋଲିସ ତରଫରୁ ସୂଚନା ।
୫. ଝାରସୁଗୁଡ଼ା ଜିଲ୍ଲା ବନହରପାଲି ପୋଲିସକୁ ମିଳିଛି ସଫଳତା । ନକଲି ନୋଟ କାରବାରରେ ୩ ଗିରଫ ।
୬. ସମ୍ବଲପୁରରେ ଜିପ୍ ଧକ୍କାରେ ଚାଲିଗଲା ୮ବର୍ଷ ନାବାଳକଙ୍କ ଜୀବନ । ରାସ୍ତାରେ ଛିଡ଼ା ହୋଇଥିବା ସମୟରେ ଧକ୍କା ଦେଇଥିଲା ଜିପ୍ ।
୭. ଢ଼େଙ୍କାନାଳ ଜିଲ୍ଲା ପର୍ଜଙ୍ଗ ଅଞ୍ଚଳରେ ଦନ୍ତା ହାତୀ ଆକ୍ରମଣରେ ୩ ଗୁରୁତର । ଏହାର ପ୍ରତିବାଦରେ ରାସ୍ତା ଅବରୋଧ କରିଥିଲେ ସ୍ଥାନୀୟ ବାସିନ୍ଦା ।
୮. ମହଙ୍ଗା ପଡ଼ିଲା ଯାତ୍ରୀବାହୀ ବସ୍ ଛାତରେ ମାଲ ନେବା, ୧୦ହଜାର ଟଙ୍କାର ଜରିମାନା ଆଦାୟ ।
୯. ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ଜଣେ ଯାତ୍ରୀଙ୍କଠାରୁ ୪ଶହ ଗ୍ରାମର ସୁନା ବିସ୍କୁଟ ଜବତ । ଜବତ ପରେ ଯାତ୍ରୀଙ୍କୁ କଷ୍ଟମ ବିଭାଗକୁ ହସ୍ତାନ୍ତର ।
୧୦. ରାଜ୍ୟରେ ଶୀତର ଲହରୀ । ୧୫ ଡିଗ୍ରୀ ତଳେ ୪ଟି ସହର । ସୋନପୁର ହେଉଛି ସବୁଠାରୁ ଶୀତଳ ସହର ।