ANS SUPERFAST [email protected]
୧. ଆଜି ରାଜ୍ୟରେ ୪୧୮ କରୋନା ଆକ୍ରାନ୍ତ ଚିହ୍ନଟ ଏବଂ ୫ ମୃତ ।
୨. କୋଟି କୋଟି ଓଡ଼ିଆଙ୍କ ଆରାଧ୍ୟ ଦେବତା ପ୍ରଭୁ ଜଗନ୍ନାଥଙ୍କ ନିର୍ମାଲ୍ୟ ଅନ୍ଲାଇନ୍ ସାଇଟ୍ ଆମାଜନରେ ମିଳୁଥିବାରୁ ଆମାଜନ ଇଣ୍ତିଆ ବିରୋଧରେ ସିଂହଦ୍ୱାର ଥାନାରେ ଏତଲା ଦେଇଛନ୍ତି ଶ୍ରୀମନ୍ଦିର ସେବାୟତ ଶମ୍ବୁନାଥ ଖୁଣ୍ଟିଆ ।
୩. ରୋଗୀ ଦେଖୁଥିବା ବେଳେ ହୃଦ୍ଘାତରେ ଚାଲିଗଲେ ଡାକ୍ତର । ଡାକ୍ତର ହେଉଛନ୍ତି ଧର୍ମଶାଳା ଅଞ୍ଚଳର ସୁନାମଧନ୍ୟ ଡାକ୍ତର ରମେଶ ଚନ୍ଦ୍ର ସାହୁ(୬୬) ।
୪. ଜଗତପୁରରେ ଆଉ ଏକ ନକଲି ଘିଅ କମ୍ପାନି ଠାବ, ଏକ କୋଟିରୁ ଅଧିକ ଟଙ୍କାର ସାମଗ୍ରୀ ଜବତ ।
୫. ଗଜପତି ଜିଲ୍ଲା ଅଡ଼ବା ଥାନା ଦମାଦୁଆ ଗାଁ ନିକଟରେ ଦୁଇଟି ବାଇକ୍ ମୁହାଁମୁହିଁ ଧକ୍କା, ୩ ଗୁରୁତର ।
୬. ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ସହରର ଶ୍ରୀ କ୍ରିଷ୍ଣା ଜୁଏଲର୍ସରୁ ୩୫୦ ଗ୍ରାମ ସୁନା ଚୋରି ଯାହାର ମୂଲ୍ୟ ୧୭ ଲକ୍ଷରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି । ଦୁର୍ବୁତ୍ତମାନେ ପଛ ପଟ କାନ୍ଥ ଭାଙ୍ଗି ଲୁଟ କରିଥିବା ଅଭିଯୋଗ ।
୭. ସମ୍ବଲପୁର ବନଖଣ୍ଡ ସଦର ରେଞ୍ଜ ବସିଆପଡ଼ା ସେକ୍ସନ ଯାଦୁଲୋଇସିଂ ବିଟ ଅନ୍ତର୍ଗତ ବିଛଲୁ ଗ୍ରାମ୍ୟ ଜଙ୍ଗଲରେ ଏକ ଦନ୍ତା ହାତୀର ମୃତ ଶରୀର । ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ରେଞ୍ଜର ଶ୍ରୀ ଦାସ କହିଛନ୍ତି ।
୮. ସୁନ୍ଦରଗଡ଼ ଜିଲ୍ଲାର ଲହୁଣିପଡ଼ା ନିକଟସ୍ଥ କେନ୍ଦୁଡିକଟା ଠାରେ ଏକ ଦଶ ଚକିଆ ଟ୍ରକ୍ ଦୁର୍ଘଟଣା । ଚାଳକ ଗୁରୁତର ।
୯. କଳାହାଣ୍ଡି ବାଣିଜ୍ୟକର ବିଭାଗ ପକ୍ଷରୁ ଜିଏସ୍ଟି ଠକେଇ ଅଭିଯୋଗରେ ୨ଟି ଟ୍ରକ୍ ଅଟକ, ୩ ଲକ୍ଷ ୩୮ ହଜାର ୫୬ ଟଙ୍କା ଜୋରିମାନା ଆଦାୟ ।
୧୦. ଶୀତରେ ଥରୁଛି ଓଡ଼ିଶା। ରାଜ୍ୟର ୧୧ ସହରର ତାପମାତ୍ରା ୧୫ ଡିଗ୍ରୀ ତଳେ । ସୋନପୁର ରାଜ୍ୟର ସବୁଠୁ ଥଣ୍ଡା ସହର ।