You are currently viewing ANS SUPERFAST 2@10

ANS SUPERFAST 2@10

୧. ଏବେ ଦୁଇ ଦିନ ହେବ ରାଜ୍ୟରେ କରୋନା ସଂକ୍ରମଣ ୫୦୦ ତଳକୁ ଥିବାବେଳେ, ମୃତ୍ୟୁ ସଂଖ୍ୟାବି ୧୦ ଭିତରେ ରହିଛି ।
୨. ଆଜିଠୁ ରାଜ୍ୟରେ ଖୋଲିଛି ସମସ୍ତ ମେଡ଼ିକାଲ କଲେଜ । ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଦେଖି ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି ।
୩. କୋଭିଡ଼ ଗାଇଡ଼ଲାଇନ ଭିତରେ ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି ନେଇପାରନ୍ତି ଗଣଶିକ୍ଷା ବିଭାଗ ।
୪. ଝାରସୁଗୁଡ଼ାରେ ଜଳିଗଲା ମୋବାଇଲ ଦୋକାନ, ୩ଲକ୍ଷ ଟଙ୍କାର ସାମଗ୍ରୀ ଜଳି ଅଙ୍ଗାର ।
୫. ଢ଼େଙ୍କାନାଳ କପିଳାସ ସଂରକ୍ଷିତ ଜଙ୍ଗଲରୁ ବାହାର ଜିଲ୍ଲାକୁ ବଜ୍ରକାପ୍ତା ଚୋରା ଚାଲାଣ । ଦୁଇ ଅଭିଯୁକ୍ତ ଗିରଫ ଓ ଆଉ ଦୁଇଜଣ ଫେରାର ।
୬. ପିପିଲିରେ ଜମିବାଡ଼ି ବିବାଦକୁ ନେଇ ମହିଳାଙ୍କୁ ଆକ୍ରମଣ । ଘଟଣାର ଚିତ୍ର ସୋସିଆଲ ମିଡ଼ିଆରେ ଭାଇରାଲ ହେବାର ୨୪ ଘଣ୍ଟା ପରେବି ପୋଲିସ ନୀରବଦ୍ରଷ୍ଟା ।
୭. ନୟାଗଡ଼ ଜିଲ୍ଲା ଚର୍ଚ୍ଚିତ ପରୀ ହତ୍ୟା ଘଟଣାରେ ଏସଆଇଟି ତଦନ୍ତ ଆରମ୍ଭ । ତଦନ୍ତ ପାଇଁ ଆଇପିଏସ ଅଫିସର ଅରୁଣ ବୋଥ୍ରାଙ୍କୁ ଦାୟିତ୍ୱ ।
୮. ଆଜି ଛାଡ଼ଖାଇ । ଆମିଷ ଭୋଜନ ପାଇଁ ବଜାର ଗହଳି । କିନ୍ତୁ ଦୋକାନୀ କହୁଛନ୍ତି, ମଙ୍ଗଳବାର ପାଇଁ ଏତେଟା ହୋଇପାରିନି ବେପାର ।
୯. ସମ୍ବଲପୁରରେ ବିଦ୍ୟୁତ ସଂସ୍ପର୍ଶରେ ଆସି ଚାଲିଗଲା ଦନ୍ତାର ଜୀବନ । ଜମିରେ ବିଛାଯାଇଥିବା ୧୧ କେଭି ତାର ପାଇଁ ମୃତ୍ୟୁ ହୋଇଥିବା ଡିଏଫଓଙ୍କ ସୂଚନା ।
୧୦. ରାଜ୍ୟରେ ଖସିବାରେ ଲାଗିଛି ପାରଦ । ୧୦ଡିଗ୍ରୀ ତଳେ ୨ଟି ସହର ।

ଅନ୍ୟମାନଙ୍କୁ ଜଣାନ୍ତୁ।