You are currently viewing ANS SUPERFAST 2@10

ANS SUPERFAST 2@10

୧. ଆଜି ରାଜ୍ୟରୁ ୧୧ କରୋନା ଆକ୍ରାନ୍ତ ଚିହ୍ନଟ |
୨. ଆଜି ରୁକୁଣା ରଥଯାତ୍ରା, ଭକ୍ତଙ୍କ ଗହଣରେ ରଥାରୂଢ଼ ହୋଇ ମାଉସୀ ଘରକୁ ଯିବେ ପ୍ରଭୁ ଲିଙ୍ଗରାଜ, ଅପରାହ୍ଣ ୩ଟା ୩୦ରେ ରଥ ଟଣା ହେବ |
୩. ଆଜି କେନ୍ଦୁଝରରେ ଘଟଗାଁ ମା’ ତାରିଣୀଙ୍କ ଚଇତି ପର୍ବ, ୧୫ ତାରିଖ ଯାଏଁ ଚାଲିବ ଏହି ପର୍ବ |
୪. ଭୁବନେଶ୍ୱରର ମହାନଗର ନିଗମର ପ୍ରଥମ ମହିଳା ମେୟର ଭାବେ ଶପଥ ନେଲେ ସୁଲୋଚନା ଦାସ, ଶପଥ ପାଠ କରାଇଲେ ପୌର ପ୍ରଶାସକ ନିର୍ଦ୍ଦେଶକ ସଂଗ୍ରାମଜିତ ନାୟକ ।
୫. ଭୁବନେଶ୍ୱର ମହାନଗର ନିଗମର ଡେପୁଟି ମେୟର ହେଲେ ମଞ୍ଜୁଲତା କହଁର, ୨୨ ନମ୍ବର ଓ୍ୱାର୍ଡର ମହିଳା କର୍ପୋରେଟର ହେଉଛନ୍ତି ମଞ୍ଜୁଲତା |
୬. ଏପ୍ରିଲ ୧୨ରେ ଛତିଶା ନିଯୋଗ ବୈଠକ, ଚନ୍ଦନ ଯାତ୍ରା ଓ ଅକ୍ଷୟ ତୃତୀୟା ନେଇ ହେବ ଆଲୋଚନା |
୭. ଚନ୍ଦକା ମୁଣ୍ଡାସାହି ନିକଟରେ ଥିବା ଜଙ୍ଗଲରେ ଯବାନମାନଙ୍କର ନକ୍ସଲ ବିରୋଧୀ ଟ୍ରେନିଂ ଚାଲିଥିଲାବେଳେ ଅଘଟଣ, ହାତୀ ଆକ୍ରମଣରେ ୮୮ ବିଏସଏଫ ବାଟାଲିୟନର ୬ଜଣ ଯବାନ ଆହତ |
୮. ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ଏରେଣ୍ଡ୍ର। ଗାଁରେ ଅଭାବନୀୟ ଘଟଣା, ନଦୀରେ ବୁଡି ଜଣେ ମୃତ ।
୯. ଢେଙ୍କନାଳ ଜିଲ୍ଲା ତଣ୍ଡିମୁଣ୍ଡା ଗାଁରେ ନିକଟରେ ଗଛରେ ପିଟିହେଲା କାର, ଡ୍ରାଇଭର ମୃତ |
୧୦. ଆସନ୍ତା ୧୩ ତାରିଖ ପରେ ରାଜ୍ୟରେ ତାତି ବଢ଼ିବ, ୨ଡିଗ୍ରୀ ଯାଏ ବଢ଼ିବ ତାପମାତ୍ରା ।

ଅନ୍ୟମାନଙ୍କୁ ଜଣାନ୍ତୁ।