You are currently viewing ANS SUPERFAST 2@10

ANS SUPERFAST 2@10

୧. ଆଜି ରାଜ୍ୟରେ ୪୮୦ କରୋନା ଆକ୍ରାନ୍ତ ଚିହ୍ନଟ ଏବଂ ୬ ମୃତ ।
୨. କୋଣାର୍କ ମହୋତ୍ସବ ଉଦ୍ଘାଟିତ । ଭିଡ଼ିଓ କନଫରନେସିଂରେ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ ।
୩. ଚଳିତ ବର୍ଷ ୨୦୨୦ ‘ ଫେମିନା ମିସ ଇଣ୍ଡିଆ ଓଡିଶା’ ଟାଇଟଲ ଜିତିଛନ୍ତି ବଲାଙ୍ଗୀରର ଶୁଭଶ୍ରୀ ରାୟଗୁରୁ ।
୪. ଭିତରକନିକା ଜାତୀୟ ଉଦ୍ୟାନରେ କମିବାରେ ଲାଗିଛି ସ୍ତନ୍ୟପାୟୀ ପ୍ରାଣୀଙ୍କ ସଂଖ୍ୟା । ଗତ ବର୍ଷ ତୁଳନାରେ ଚଳିତ ବର୍ଷ ୨୦୧ ପ୍ରାଣୀ କମିଥିିବା ଗଣନା ରିପୋର୍ଟରୁ ସୂଚନା ।

୫. ପରମ୍ପରାକୁ ଭାଙ୍ଗି ବାପାଙ୍କ ଶବକୁ କାନ୍ଧ ଦେଲେ ୪ ଝିଅ । ପୁଅଙ୍କ ପରି କଲେ ସବୁ କର୍ମ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଝାରସୁଗୁଡ଼ା ଜିଲ୍ଲା ଲଇକେରା ବ୍ଲକ କେନ୍ଦୁଡିହି ଗାଁରେ ।
୬. ବାଲିପାଟଣା ଅଞ୍ଚଳରେ ବାଇକ ଓ କାର ଧକ୍କାରେ ଆହତ ହୋଇଥିବା ବାଇକ ଆରୋହୀ ମୃତ । ଚିକିତ୍ସାଧିନ ଅବସ୍ଥାରେ ମୃତ ଘୋଷଣା କରିଛନ୍ତି ଡାକ୍ତର ।
୭. ଧର୍ମ ପରିବର୍ତ୍ତନ କରିଥିବାରୁ ମୃତ୍ୟୁ ପରେ ବୃଦ୍ଧଙ୍କ ଶବକୁ ଗାଁ ଶ୍ମଶାନରେ ମିଳୁନି ଜାଗା ଏନେଇ ଗ୍ରାମରେ ଉତ୍ତେଜନା ଲାଗି ରହିଛି । ଏପରି ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ବ୍ଲକର ଚାଲାଣଗୁଡା ପଞ୍ଚାୟତର ଡୁଡିଗୁଡା ଗ୍ରାମରେ ।
୮. ଭିଜିଲାନ୍ସ ଜାଲରେ ପୁଣି ଜଣେ ବରିଷ୍ଠ କିରାଣି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ବରିଷ୍ଠ କିରାଣି ଦାଶଙ୍କ ଘର ସମେତ ୪ଟି ସ୍ଥାନରେ ଭିଜିଲାନ୍ସ ରେଡ ।

୯. ବାହାଘର ପୂର୍ବ ରାତିରେ ଗୁଳି ମାଡରେ ଗୁରୁତର ଯୁବକ। ବିବାହ ବେଦୀକୁ ଯିବା ପୂର୍ବରୁ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ଜିତେନ୍ଦ୍ର ବାରିକ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ମାଣିକପୁରରେ ।
୧୦. ରାଜ୍ୟରେ ଜାରି ରହିଛି ଶୀତର ଲହରୀ । ୧୫ ଡିଗ୍ରୀ ତଳେ ୧୭ଟି ସହର ।

ଅନ୍ୟମାନଙ୍କୁ ଜଣାନ୍ତୁ।