ANS SUPERFAST [email protected]
୧. ଆଜି ରାଜ୍ୟରେ ୪୩୪ କରୋନା ପଜିଟିଭ ଚିହ୍ନଟ ଏବଂ ୫ ମୃତ ।
୨. ଅଫଲାଇନ୍ରେ ହେବ ମାଟ୍ରିକ୍ ଓ +୨ ପରୀକ୍ଷା । ଏନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।
୩. ଏଣିକି କରୋନା ଆକ୍ରାନ୍ତଙ୍କ ଘରେ ଲାଗିବନି ପୋଷ୍ଟର । ଏନେଇ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ଶାସନ ସଚିବ ।
୪. ବରଗଡ଼ ଜିଲ୍ଲା କଟାପାଲିରୁ ବରଯାତ୍ରୀକୁ ନେଇ ଛତିଶଗଡ଼ ଯାଉଥିବା ଏକ ବୋଲେରୋକୁ ଧକ୍କା ଦେଲା ଟ୍ରକ, ୩ ମୃତ ।
୫. ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ମୁରିବାହାର ରେଂଜର ପ୍ରଶାନ୍ତ ନାୟକଙ୍କ ଘରେ ରେଡ୍ କରିଛି ଭିଜିଲାନ୍ସ, ୩ଟି ସ୍ଥାନରେ ଚଢାଉ ।
୬. ଭଦ୍ରକ ଗ୍ରାମାଞ୍ଚଳ ଥାନା ରାଣୀତାଲ ବଜାରରେ ଗହଣା ଦୋକାନରେ ସୁନା ଲୁଟୁଥିବା ୩ ମହିଳା ଲୁଟେରାଙ୍କୁ ଗିରଫ କରିଛି ପୋଲିସ ।
୭. କେନ୍ଦୁଝର ଜିଲ୍ଲାର ଯୋଡ଼ା ସହର ରେ୧୧ ହାତୀଙ୍କ ତାଣ୍ଡବ । ଆକ୍ରମଣରେ ଜଣେ ବୃଦ୍ଧ ମୃତ ।
୮. ବାଲେଶ୍ବରରେ ଲୁଟେରାଙ୍କ ଦୌରାତ୍ମ୍ୟ ରାତିଅଧରେ ୨ ଏଟିଏମ୍ ଲୁଟ ।
୯. କୋରାପୁଟ ଜିଲ୍ଲା ଜୟପୁର ସହରତଳି ଗାଁରେ ଶୀତ ଦିନରେ ଦେଖିବାକୁ ମିଳିଛି ପାଣି ସମସ୍ୟା । ହଇରାଣ ହେଉଛନ୍ତି ଗ୍ରାମବାସୀ ।
୧୦. ୧୫ ଡିଗ୍ରୀ ତଳେ ରାଜ୍ୟର ୧୮ ସହର । ସୋନପୁର ସବୁଠାରୁ ଥଣ୍ଡା ସହର ।