ANS SUPERFAST [email protected]

୧. ଆଜି ରାଜ୍ୟରେ ୪୦୯ କରୋନା ଆକ୍ରାନ୍ତ ଚିହ୍ନଟ ଏବଂ ୫ମୃ୍‌ତ ।
୨. ‘ମୋ ସ୍କୁଲ’ ଅଭିଯାନ ପ୍ରକଳ୍ପକୁ ୧୦.୭୫ କୋଟି ଟଙ୍କା ଅନୁମୋଦନ କରାଯାଇଛି । ଏହି ପ୍ରକଳ୍ପରେ ପ୍ରାୟ ୨୦ ହଜାର ଛାତ୍ରଛାତ୍ରୀଙ୍କୁ ସାମିଲ କରାଯାଇଛି । ଏନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ।
୩. କଟକ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ର ଶର୍ଯ୍ୟା ସଂଖ୍ୟା ୫୦୦କୁ ବୃଦ୍ଧି ।
୪. ଚାଷୀମାନଙ୍କ କ୍ବିଣ୍ଟାଲ୍ ପିଛା ଧାନ ସଂଗ୍ରହ ପରିମାଣ ବୃଦ୍ଧି, ଟୋକନ୍ ବ୍ୟବସ୍ଥାର ପ୍ରତ୍ୟାହାର ଓ ନୂତନ କୃଷି ନୀତିର ବିରୋଧ କରି କରିଛନ୍ତି ଆନ୍ଦୋଳନ ।
୫. ରାଜ୍ୟ ସରକାରଙ୍କ ଦ୍ୱାରା ଲକ୍ଷ ଧାର୍ଯ୍ୟ କାର୍ଯ୍ୟ ପୂରଣ କରିବାର ବିଫଳ ହେବା ଅଭିଯୋଗରେ ନିଲମ୍ବିତ ହେଲେ ଭଦ୍ରକ ଜିଲ୍ଲା ବାସୁଦେବପୁର ପୌରପାଳିକାର କାର୍ଯ୍ୟ ନିର୍ବାହୀ ଅଧିକାରୀ ଓ କନିଷ୍ଠ ଯନ୍ତ୍ରୀ ।

୬. ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ବଲାଙ୍ଗୀର ଜିଲ୍ଲା ମରିବାହଲ ଫରେଷ୍ଟ ରେଞ୍ଜର ଅଫିସର ପ୍ରଶାନ୍ତ କୁମାର ନାୟକଙ୍କୁ ଗିରଫ କରିଛି ଭିଜିଲାନ୍ସ ।
୭. ସୁବର୍ଣ୍ଣପୁର ଜିଲ୍ଲା ବିନିକାରେ ହାତୀ ଉପଦ୍ରବ, ଲୋକେ ଭୟଭୀତ ।
୮. ବଲାଙ୍ଗିର ସହର ଉପକଣ୍ଠ ଲଖପାଲିରେ ଥିବା ବିସ୍କୁଟ ହୋଲସେଲ ଦୋକାନରୁ ବନ୍ଧୁକ ମୁନରେ ଲୁଟି ନେଲେ ୩ ଲକ୍ଷ ଟଙ୍କା, ଥାନାରେ ଅଭିଯୋଗ ।
୯. ନୟାଗଡ଼ ଜିଲ୍ଲା ରଣପୁର ଥାନା ମଝିଆଖଣ୍ଡ ପଞ୍ଚାୟତର ତେଲିପାଟଣା ଗାଁରେ ବୃଦ୍ଧାଙ୍କୁ ହତ୍ୟା ଅଭିଯୋଗ । ମୃତକ ଜଣଙ୍କ ହେଲେ ବ୍ରଜ କିଶୋର ସାହୁ ବୟସ ୮୫ ବର୍ଷ ।
୧୦. ଡିସେମ୍ବର ୯ ପର‌୍ୟ୍ୟନ୍ତ ରାତିର ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବ ନାହିଁ । ୫ରୁ ୭ତାରିଖ ପର୍ଯ୍ୟନ୍ତ ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ଏଭଳି ସ୍ଥିତି ଲାଗି ରହିବ । ସୂଚନା ଦେଇଛି ଭୁବନେଶ୍ବର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

Leave A Reply

Your email address will not be published.