You are currently viewing ANS SUPERFAST 2@10

ANS SUPERFAST 2@10

୧. ଆଜି ରାଜ୍ୟରେ ୩୪୯ କରୋନା ଆକ୍ରାନ୍ତ ଚିହ୍ନଟ, ୬ ମୃତ ।
୨. ପୁଣି ମହାପ୍ରସାଦ ପ୍ରତି ଅସମ୍ମାନ । ‘ପିଣ୍ଟରେଷ୍ଟ’ ଅନଲାଇନ କମ୍ପାନୀ ନାଁରେ ଆସିଛି ଅଭିଯୋଗ। ଏନେଇ ପୁରୀ ସିଂହଦ୍ୱାର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ସେବାୟତ ଶମ୍ଭୁନାଥ ଖୁଣ୍ଟିଆ ।
୩. କବି ସୀତାକାନ୍ତ ମହାପାତ୍ରଙ୍କୁ ପ୍ରଦାନ କରାଯିବ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଜାତୀୟ ପୁରସ୍କାର ।
୪. ପ୍ରସିଦ୍ଧ ଉର୍ଦ୍ଦୁ କବି ସିନ୍ କାଫ୍ ନିଜାମ୍ ପାଇବେ ୨୦୧୯ ବର୍ଷର ଗଙ୍ଗାଧର ଜାତୀୟ ସମ୍ମାନ । ଏନେଇ ସମ୍ବଲପୁର ବିଶ୍ବବିଦ୍ୟାଳୟରେ ଅନୁଷ୍ଠିତ ସିଣ୍ଡିକେଟ୍ ବୈଠକରେ ନିଷ୍ପତ୍ତି ନିଆଯାଇଛି ।
୫. ଜାନୁଆରୀ ୮ ରୁ ଆରମ୍ଭ ହେବ ଚିଲିକା ବାର୍ଡ ଫେଷ୍ଟିଭାଲ୍ ।

୬. ଓଡ଼ିଶା ୟୁନିଭର୍ସିଟି ସଂଶୋଧିତ ଆଇନକୁ ବିରୋଧ କରି ହାଇକୋର୍ଟରେ ପୁଣି ଥରେ ଦାଖଲ ହେଲା ରିଟ୍ ପିଟିଶନ୍ ।
୭. ଜାତୀୟ ଗ୍ରାମୀଣ ମେଧା ଅନ୍ବେଷଣ (ଏନ୍ଆର୍ଟିଏସ୍) ପରୀକ୍ଷା ୧୫ରେ ।
୮. ବାରହା ପାଇଁ ବିଛା ଯାଇଥିବା ବିଦ୍ୟୁତ୍ ଫାଶରେ ଲାଗି ଆଖି ବୁଜିଲେ ଯୁବକ । ଏଭଳି ଅଭାବନୀୟ ଘଟଣା ଘଟିଛି ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ବେତଗୋରଡ଼ି ନିକଟ ଜଙ୍ଗଲରେ ।

୯. ସୋନପୁର ଜିଲ୍ଲା ବିନିକାଠାରେ ଏକ ଚଳନ୍ତା ଟ୍ରକ୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର୍‌, ହେଲ୍ପର ।
୧୦. ପାରଳାଖେମୁଣ୍ଡିସ୍ଥିତ ମହେନ୍ଦ୍ର ତନୟା ନଦୀରୁ ମିଳିଲା ଅଚିହ୍ନା ମୃତଦେହ । ତଦନ୍ତ ଆରମ୍ଭ କରିଛି ପୋଲିସ

ଅନ୍ୟମାନଙ୍କୁ ଜଣାନ୍ତୁ।