You are currently viewing ANS SUPERFAST 2@10

ANS SUPERFAST 2@10

୧. ଆଜି ରାଜ୍ୟରେ ୩୪୩ କରୋନା ଆକ୍ରାନ୍ତ ଚିହ୍ନଟ ଏବଂ ୫ ମୃତ ।
୨. ଅର୍ବାନ ଗଭର୍ନାନ୍ସ ଇଣ୍ଡେକ୍ସ ୨୦୨୦ରେ ଓଡିଶା ଶ୍ରେଷ୍ଠ ରାଜ୍ୟ ଭାବେ ବିବେଚିତ । ସ୍ବେଚ୍ଛାସେବୀ ସଙ୍ଗଠନ ପ୍ରଜା ଫାଉଣ୍ଡେସନ ପକ୍ଷରୁ କରାଯାଇଥିଲା ଏହି ସର୍ଭେ ।
୩. ରାଜ୍ୟରେ ଜାନୁଆରୀ ମାସରେ ସ୍କୁଲ ଖୋଲିବା ନେଇ ଚିନ୍ତା କରୁଛନ୍ତି ଗଣଶିକ୍ଷା ବିଭାଗ କହିଲେ ମନ୍ତ୍ରୀ ସମୀର ଦାସ | ଦଶମ ରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଖୋଲିବ ସ୍କୁଲ ।
୪. ଭଦ୍ରକରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଭଦ୍ରକରେ ୧୨ ଘଣ୍ଟିଆ ବନ୍ଦ ଡାକରା ।
୫. ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ନୂଆଗାଁ ପଞ୍ଚାୟତ ଭାଲିଆସର ଗ୍ରାମ ଜଙ୍ଗଲରେ ହୋଇଥିବା ଗଞ୍ଜେଇ କ୍ଷେତରେ ଚଢ଼ାଉ । ନଷ୍ଟ କରାଯାଇଛି ପ୍ରାୟ ଏକ ହଜାର ଗଞ୍ଜେଇ ଗଛ ।
୬. ୫ ଦିନିକିଆ କ୍ରାଇମବ୍ରାଞ୍ଚ ରିମାଣ୍ଡରେ ଯିବେ ଆକାଶ ପାଠକ ।

୭. ଯଦୁପୁର ଗାଁରେ ପରୀର ପରିବାରକୁ ଭେଟିବା ପରେ ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଲେ ରାଜ୍ୟ ବିଜେପି ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ ।
୮. କାମାକ୍ଷାନଗର-ବିଜାଡିହ ନିକଟରେ ଘଟିଛି ଦୁର୍ଘଟଣା । ମୃତ୍ୟୁ ମୁଖରେ ବାପ ପୁଅ ।
୯. ସନ୍ତାନ ଜନ୍ମର ୨ ଦିନ ପରେ ପ୍ରସୂତିଙ୍କ ମୃତ୍ୟୁକୁ ନେଇ ଘରୋଇ ନର୍ସିଂ ହୋମରେ ଦେଖାଦେଇଛି ଉତ୍ତେଜନା। ଅବହେଳା ଯୋଗୁ ପ୍ରସୂତିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ।

୧୦. ରାଜ୍ୟରେ ଦିନକୁ ଦିନ ଖସୁଛି ପାରଦ । ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ଫୁଲବାଣୀରେ ୯.୫ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।