You are currently viewing ANS SUPERFAST 2@10

ANS SUPERFAST 2@10

୧. ଆଜି ରାଜ୍ୟରୁ ୩୨୫ କରୋନା ପଜିଟିଭ ଚିହ୍ନଟ ଏବଂ ୩ ମୃତ ।
୨. ଆସନ୍ତା କାଲିଠାରୁ ଶ୍ରୀମନ୍ଦିରରେ ଶ୍ରୀଜୀୟୁଙ୍କ ଦର୍ଶନ କରିପାରିବେ ପୁରୀ ଜିଲ୍ଲା ବାସି ।କୋଭିଡ ଗାଇଡ଼ ଲାଇନ ଅନୁସାରେ କେମିତି କରିବେ ସୁରୁଖୁରୁରେ ଦର୍ଶନ ସେ ନେଇ ଜିଲ୍ଲା ପ୍ରଶାସନ ପ୍ରସ୍ତୁତି ।
୩. ନୂଆବର୍ଷରୁ ନୂଆ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ନେବେ ବରିଷ୍ଠ ଆଇଏଏସ ସୁରେଶ ଚନ୍ଦ୍ର ମହାପାତ୍ର ।
୪. ବିଜେଡିରେ ସାଙ୍ଗଠନିକ ସ୍ଥରରେ ଅଦଳବଦଳ । ୫ ଉପସଭାପତି, ୧୦ ସମ୍ପାଦକ ଓ ଜଣେ କୋଷାଧ୍ୟକ୍ଷଙ୍କୁ ନିଯୁକ୍ତ ଦେଲେ ସଭାପତି ନବୀନ ପଟ୍ଟନାୟକ ।
୫. ଅସିତ ତ୍ରିପାଠୀ ହେଲେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ (WODC) ଅଧ୍ୟକ୍ଷ।
୬. ଗଞ୍ଜାମ ଜିଲ୍ଲାରେ କୋଭିଡ ରଥର ଶୁଭାରମ୍ଭ କରିଛନ୍ତି ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ। କରୋନା ସଚେତନତା ବାର୍ତ୍ତା ବାଣ୍ଟିବ ଏହି ରଥ ।
୭. ଗଞ୍ଜାମ ଜିଲ୍ଲାରେ ସରକାରୀ କର୍ମଚାରୀଙ୍କୁ ହେଡକ୍ବାର୍ଟର ଛାଡିବାକୁ ମନା, ବିନା ଅନୁମତିରେ ହେଡକ୍ବାର୍ଟର ନ ଛାଡ଼ିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ।ବ୍ରିଟେନରେ କୋରୋନା ନୂଆ ଷ୍ଟ୍ରେନ ଚିହ୍ନଟ ପରେ ଜିଲ୍ଲା ପ୍ରଶାସନର ନିଷ୍ପତ୍ତି ।
୮. ନିଆଁରେ ଜଳି ପାଉଁଶ ହୋଇଗଲା ଘର ଏବଂ ଏଥିରେ ଜୀବନ୍ତଦଗ୍ଧ ହୋଇଗଲେ ବ୍ୟକ୍ତି । ଏପରି ଏକ ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ନିଲିଗୁଡ଼ା ପଞ୍ଚାୟତର ପୁରୁଣା ନିଲିଗୁଡ଼ା ଗାଁରେ ।
୯. ରାଉରକେଲା ୨୧ ନମ୍ବର ସେକ୍ଟର ନିକଟରେ ଥିବା ରହମତ ନଗର ବସ୍ତିରେ ଦୁଇଟି ଟାୟାର ଗୋଦାମରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ ।
୧୦. ବର୍ଷ ଶେଷ ପର୍ଯ୍ୟନ୍ତ ଜାରି ରହିବ ଶୀତର ପ୍ରକୋପ । ବର୍ତ୍ତମାନ ସୁଦ୍ଧା ୧୦ ଡିଗ୍ରୀ ତଳେ ରାଜ୍ୟର ୧୧ ସହରର ପାରଦ । ପୂର୍ବାନୁମାନ କଲା ଆଞ୍ଚଳିକ ପାଣିପାଗ ବିଭାଗ।

ଅନ୍ୟମାନଙ୍କୁ ଜଣାନ୍ତୁ।