ANS SUPERFAST [email protected]
- ଆଜି ରାଜ୍ୟରୁ ୨୩୪ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେପଟେ ରାଜ୍ୟରୁ ୩ ମୁଣ୍ଡ ନେଲା କରୋନା |
- ଆଜି ଠାରୁ ଖୋଲିଲା ଭଦ୍ରକ ଆରଡ଼ି ଆଖଣ୍ଡଳମଣି ମନ୍ଦିର |ପ୍ରଥମ ୨ଦିନ ସେବାୟତଙ୍କ ପରିବାର କରିବେ ଦର୍ଶନ |ଜାନୁଆରୀ ୩ରେ ସାଧାରଣ ଭକ୍ତ କରିବେ ଦର୍ଶନ |
- ଗଞ୍ଜାମ ଖଲ୍ଲିକୋଟ ମୁକ୍ତେଶ୍ଵର ମନ୍ଦିର ନିକଟରୁ ଲୁଟ୍ । ବନ୍ଧୁକ ଦେଖାଇ ୫ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ । ୩ ଦୁର୍ବୃତ୍ତ ବାଇକ୍ରେ ଆସି ୫ ଲକ୍ଷ ଟଙ୍କା ଲୁଟିନେଲେ |
- ବାଲେଶ୍ବର ସଦର ଥାନା ଖାନନଗର ନିକଟରେ ଘରୋଇ କମ୍ପାନି କ୍ୟାସିଅର ଅଶୋକ ଜେନାଙ୍କୁ ଗୁଳିମାଡ଼ । ଗୁଳିମାଡ଼ କରି ୩ ଲକ୍ଷ ୨୦ ହଜାର ଟଙ୍କା ଲୁଟିନେଲେ ଦୁର୍ବୃତ୍ତ । ବାଇକ୍ରେ ଆସି ୨ ଲୁଟେରା ଗୁଳିମାଡ଼ କରିଥିବା ସୂଚନା |
- ଭୁବନେଶ୍ୱର ଜିରୋ ନାଇଟ ସେଲିବ୍ରେସନରେ ଲାଗିଲା କଟକଣା |କଟକଣା ଲଗାଇଲା ଭୁବନେଶ୍ୱର ମହାନଗର ନିଗମ |
- ଆଜି ଠାରୁ ଖୋଲିଲା କେନ୍ଦୁଝର ଜିଲ୍ଲା ଖଣ୍ଡାଧାର ଜଳପ୍ରପାତ |ବୁଲାବୁଲି ପାଇଁ ଅନୁମତି ,ଭୋଜି ଭାତ ପାଇଁ ଅନୁମତି ନାହିଁ |କୋଭିଡ ଗାଇଡ଼ ଲାଇନ ଅନୁସାରେ ପର୍ଯ୍ୟଟକଙ୍କୁ ବୁଲାବୁଲି ପାଇଁ ଅନୁମତି ଦେଲେ ଜିଲ୍ଲା ପ୍ରଶାସନ |
- ଭିଜିଲାନ୍ସ ଜାଲରେ ୩ ସରକାରୀ କର୍ମଚାରୀ |ଆୟ ବର୍ହିଭୂତ ସମ୍ପତ୍ତି ରଖିଥିବା ଅଭିଯୋଗରେ ଏହି ଚଢ଼ାଉ ହୋଇଛି।
- ୬୨ ବ୍ରିଟେନ ଫେରନ୍ତାଙ୍କ ମିଳୁନି ପତ୍ତା|ଏନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି ।
- ଜାନୁଆରୀ ୩ରେ ଖୋଲିବାକୁ ଯାଉଛି ଗଞ୍ଜାମର ତାରାତାରିଣୀ ମନ୍ଦିର । କରୋନା କଟକଣାରେ ରହି ମା’ଙ୍କ ଦର୍ଶନ କରିପାରିବେ ଭକ୍ତ ।
- ବଡ଼ ଆସ୍ୱସ୍ତି: ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ବଢ଼ିଲା ଡିଏଲ, ଆରସି, ପରମିଟ ଆଦି ଯାନବାହନ ସଂକ୍ରାନ୍ତ କାଗଜପତ୍ରର ବୈଧତା ।