ANS SUPERFAST [email protected]

୧. ଆଜି ରାଜ୍ୟରୁ ୨୫୧ କରୋନା ପଜିଟିଭ ଚିହ୍ନଟ ଏବଂ ୪ ମୃତ ।
୨. ଆସନ୍ତାକାଲିଠାରୁ ଖୋଲିବ ଶ୍ରୀମନ୍ଦିର । ସମସ୍ତ ଜିଲ୍ଳାର ଭକ୍ତ ମହାପ୍ରଭୁଙ୍କ ଦର୍ଶନ କରିବାର ସୁଯୋଗ ପାଇପାରିବେ । ତେବେ ଅଧିକ ଜନଗହଳିକୁ ଦୃଷ୍ଟିରେ ରଖି ଗତକାଲି ଭଳି ଆଜି ମଧ୍ୟ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ରହିଛି ।
୩. ଦାନବାକ୍ସ ଭାଙ୍ଗି ମନ୍ଦିରରୁ ୨ଲକ୍ଷରୁ ଅଧିକ ଟଙ୍କା ଲୁଟିନେଲେ ଦୁର୍ବୁତ୍ତ । ଏଭଳି ଘଟଣା ଘଟିଛି ବଳରାମଗଡି ମେରାଇନ ଥାନା ଅନ୍ତର୍ଗତ ଗଙ୍ଗାମାତା ମନ୍ଦିରରେ

୪. ସାଧାରଣତନ୍ତ୍ର ଦିବସ ଅବସରରେ କଳାହାଣ୍ଡି ଜିଲ୍ଲା ‘ପ୍ରତିଭା’ ଅନୁଷ୍ଠାନର ବଜାସାଲ ନୃତ୍ୟକୁ ଜାତୀୟ ପରେଡରେ ପରିବେଷଣ କରିବା ପାଇଁ ମନୋନୀତ କରାଯାଇଛି ।
୫. ଇଣ୍ଡିଆ ପୋଷ୍ଟ ଓ ଫେମ୍ ଇଣ୍ଡିଆର ମିଳିତ ସର୍ଭେରେ ୨୦୨୦ ପାଇଁ ଦେଶର ସର୍ବଶ୍ରେଷ୍ଠ ସାଂସଦ ଭାବେ ମନୋନୀତ ହୋଇଛନ୍ତି ଅପରାଜିତା ଷଡଙ୍ଗୀ ।
୬. କୋଭିଡ କଟକଣା ଯୋଗୁ ଶିଶୁ ବିକାଶ ଯୋଜନା ଅଧିନରେ ଥିବା ସମସ୍ତ ଅଙ୍ଗନବାଡି କେନ୍ଦ୍ରକୁ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ କରାଯାଇଛି ।
୭. ଜାନୁଆରୀରୁ ୧୨ ତାରିଖରୁ ଝାରସୁଗୁଡ଼ାରୁ ମୁମ୍ବାଇ ଓ ବେଙ୍ଗାଲୁରୁକୁ ଉଡ଼ିବ ସ୍ପାଇସଜେଟ । ଏନେଇ ସୂଚନା ଦେଇଛନ୍ତି ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦର କର୍ତ୍ତୁପକ୍ଷ ।
୮. କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ କୃଷକମାନଙ୍କୁ ସମର୍ଥନ ଜଣାଇ ଚିଠି ଜାରି କରିଛନ୍ତି ମାଓବାଦୀ ।

୯. ଦାଦାବଟି ମାଗିବା ଅଭିଯୋଗରେ ଯୁବ ବିଜେଡି ସାଧାରଣ ସମ୍ପାଦକ ରାଜେଶ କୁମାର ଦାସଙ୍କୁ ଗିରଫ କରିଛି ପୋଲିସ।
୧୦. ଚେରମୂଳି ଔଷଧ ନ ଦେବାରୁ ବଇଦଙ୍କୁ ସଂଘବଦ୍ଧ ଆକ୍ରମଣ କରି ହତ୍ୟା କରିଛନ୍ତି ଦୁର୍ବୁତ୍ତା ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ନାରାୟଣପାଟଣା ଥାନା ଅନ୍ତର୍ଗତ ଖାଲୁଆ ଗାଁରେ।

Leave A Reply

Your email address will not be published.