ANS SUPERFAST [email protected]

୧. ଆଜି ରାଜ୍ୟରେ ୧୮୩ କରୋନା ଆକ୍ରାନ୍ତ ଚିହ୍ନଟ ଏବଂ ୨ ମୃତ ।
୨. ସରକାରଙ୍କ ଗାଇଡଲାଇନ ଅନୁଯାୟୀ ୮ରୁ ଖୋଲିବ ସ୍କୁଲ । ଜାନୁଆରୀ ୧୪ରୁ ନବମ ଓ ଏକାଦଶ ପାଇଁ, ଏବଂ ଫେବୃଆରୀ ୧ରୁ ସଭିଙ୍କ ପାଇଁ ଖୋଲିବ ସ୍କୁଲ । ଏନେଇ ସଂଘ ସଭାପତିଙ୍କ ସୂଚନା ।
୩. ଆସନ୍ତା ୬ରୁ ଖୋଲିବ ବରଗଡ଼ ଜିଲ୍ଲା ପାଇକମାଳର ପ୍ରସିଦ୍ଧ ନୃସିଂହନାଥ ମନ୍ଦିର । ପ୍ରଥମ ୭ ଦିନ କେବଳ ବରଗଡ଼ ଜିଲ୍ଲାର ଲୋକଙ୍କୁ ଦର୍ଶନ ପାଇଁ ଅନୁମତି । ଏନେଇ ବରଗଡ଼ ଜିଲ୍ଲାପାଳ ଜ୍ୟୋତିରଞ୍ଜନ ପ୍ରଧାନଙ୍କ ସୂଚନା ।
୪. ଓଡ଼ିଶା ହାଇକୋର୍ଟର ୩୨ତମ ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ଏସ୍. ମୁରଲୀଧର । ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲ୍ ।

୫. ଶ୍ରୀମନ୍ଦିରକୁ ୨୧ କିଗ୍ରା ରୂପା ଦାନ କରିଛନ୍ତି ମହାପ୍ରଭୁଙ୍କ ଭକ୍ତ ଶିବପ୍ରସାଦ ପଣ୍ଡା । ଭୁବନେଶ୍ୱର ନିବାସୀ ଶ୍ରୀ ପଣ୍ଡା ରବିବାର ପରିବାର ସଦସ୍ୟଙ୍କ ସହ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ କାର୍ଯ୍ୟାଳୟରେ ପହଞ୍ଚି ମହାପ୍ରଭୁଙ୍କ ପାଇଁ ରୂପା ଦାନ କରିଛନ୍ତି ।
୬. ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ତାରିଣୀ ମନ୍ଦିର ପରିସରରେ ବୁଲିଲା ଭାଲୁ । ଏହା ଦେଖି ସ୍ଥାନୀୟ ଲୋକଙ୍କ ମନରେ ଆତଙ୍କ ।

୭. ନୟାଗଡ଼ ଯଦୁପୁର ନାବାଳିକା ଦୁଷ୍କର୍ମ ଓ ହତ୍ୟା ଘଟଣା । ଅଭିଯୁକ୍ତ ସରୋଜର ନାର୍କୋ ଆନାଲିସିସ ଟେଷ୍ଟ ପାଇଁ କୋର୍ଟରେ ଆବେଦନ କଲା ଏସଆଇଟି ।
୮. ବରଗଡ଼ ଯୋଗୀନ୍ଦ୍ରନାଥପୁରରୁ ନିଖୋଜ ନାବାଳିକାର ଗାଁ ନିକଟ ଜଙ୍ଗଲରୁ ମୃତଦେହ ଉଦ୍ଧାର । ନାବାଳିକାକୁ ହତ୍ୟା କରାଯାଇଥିବା ଅନୁମାନ, ପୋଲିସର ତଦନ୍ତ ଜାରି ।

୯. କଟକ ଜିଲ୍ଲା ମାହାଙ୍ଗାରେ ବିଜେପି ନେତା ଓ ସହଯୋଗୀଙ୍କୁ ହତ୍ୟା ଘଟଣାରେ କଟକ ନଗର ବିଜେପି ପକ୍ଷରୁ ବାଦାମବାଡ଼ି ଛକରେ ବିକ୍ଷୋଭ ପ୍ରଦର୍ଶନ । ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଦାବି ।
୧୦. ଆଜିଠାରୁ ୩ ଦିନ ପାଇଁ ରାଜ୍ୟର ୧୧ଟି ଜିଲ୍ଲାରେ ଘନ କୁହୁଡ଼ି ସମ୍ଭାବନା । ଏନେଇ ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ ବିଭାଗ ।

Leave A Reply

Your email address will not be published.