You are currently viewing ANS SUPERFAST 2@10

ANS SUPERFAST 2@10

୧. ଆଜି ରାଜ୍ୟରୁ ୨୪୫ କରୋନା ଅକ୍ରାନ୍ତ ଚିହ୍ନଟ ଏବଂ ୨ ମୃତ ।
୨. ଆଜିଠାରୁ କରୋନା କଟକଣା ମଧ୍ୟରେ ଖୋଲିଲା ବାବା ଧବଳେଶ୍ୱରଙ୍କ ପୀଠ ଓ କଟକ ଚଣ୍ଡୀ ମନ୍ଦିର।

୩. ରାଜ୍ୟରେ ଆଜିଠାରୁ କୋଭିଡ କଟକଣା ମଧ୍ୟରେ ଖୋଲିଲା ସ୍କୁଲ ଏବଂ ସିନେମା ହଲ । ସ୍କୁଲ ଏବଂ ସିନେମା ହଲରେ ସାମାଜିକ ଦୂରତା, ମାସ୍କ, ସାନିଟାଇଜରକୁ ବାଧ୍ୟତାମୂଳକ କରାଯାଇଛି । ଏସଓପି ପାଳନ କରି ଶନିବାର ଓ ରବିବାର ମଧ୍ୟ ସ୍କୁଲରେ ପାଠପଢ଼ା ହେବ ।
୪.ଚଳିତ ବର୍ଷ କରୋନା କଟକଣା ଭିତରେ ପାଳିତ ହେବ ସାଧାରଣତନ୍ତ୍ର ଦିବସ । କେବଳ ୧୮ଟି ଦଳକୁ ପରେଡ୍‌ରେ ସାମିଲ ପାଇଁ ମିଳିଛି ଅନୁମତି । ଟେଲିଭିଜନ ମାଧ୍ୟମରେ ସାଧାରଣ ଜନତା ଦେଖିବେ ପରେଡ ।
୫. ଜାନୁଆରୀ ୯ରେ ସ୍ୱଚ୍ଛ ବିନ୍ଦୁସାଗର ପ୍ରକଳ୍ପର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

୬. ଜୈବିକ ସାର ‘ମୋ ଖତ’ ବିକ୍ରୟର ଶୁଭାରମ୍ଭ କଲେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ।

୭. ଭଦ୍ରକ ଜିଲ୍ଲା ତିହିଡ଼ି ବଜାରରେ ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୧୦ରୁ ଊର୍ଦ୍ଧ୍ବ ଦୋକାନ ଘର । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ।
୮. ଭଦ୍ରକ ଜିଲ୍ଲା ବନ୍ତରେ ୧୧ ଗ୍ରାମ ବ୍ରାଉନସୁଗାର ଜବତ କଲା ବନ୍ତ ପୋଲିସ । ଚଢ଼ାଉ ବେଳେ ଜଣଙ୍କୁ ଗିରଫ କରିଛି ପୋଲିସ ।

୯. କନ୍ଧମାଳ ଜିଲ୍ଲା ଚକାପାଦ ଥାନା ଅନ୍ତର୍ଗତ ଲେଙ୍ଗେରିମୁଣ୍ଡା ଗାଁ ନିକଟ ଜଙ୍ଗଲରେ ମାଓବାଦୀଙ୍କ ସହ ‘ଏସ୍ଓଜି’ ଓ କନ୍ଧମାଳ ‘ଡିଭିଏଫ୍’ ମିଳିତ ବାହିନୀର ଭିଷଣ ଗୁଳି ବିନିମୟ, ଘଟଣାସ୍ଥଳରୁ ବିପୁଳ ମାଓ ସାମଗ୍ରୀ ଉଦ୍ଧାର ।
୧୦. ମାଙ୍କଡ଼ ଭୟରେ ଛାତରୁ ପଡ଼ି ୬୭ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ । ଏଭଳି ଅଭାବନୀୟ ଘଟଣା ଘଟିଛି ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ବ୍ଲକ୍ ଅନ୍ତର୍ଗତ ପଇଡ଼ପାଟଣା ଗ୍ରାମରେ ।

ଅନ୍ୟମାନଙ୍କୁ ଜଣାନ୍ତୁ।