You are currently viewing ANS SUPERFAST 2@10

ANS SUPERFAST 2@10

୧. ଆଜି ରାଜ୍ୟରୁ ୨୦୬ କରୋନା ଆକ୍ରାନ୍ତ ଚିହ୍ନଟ ଏବଂ ୧ ମୃତ ।
୨. ସ୍ବଚ୍ଛ ବିନ୍ଦୁସାଗର ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭର୍ଚୁଆଲରେ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ।

୩. ଓଡ଼ିଶାରେ ବାର୍ଡ଼୍ ଫ୍ଲୁର ଭୟ ନାହିଁ। ଆଜି ଏହି କଥା ସ୍ପଷ୍ଟ କରିଛି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ । ଭୟଭୀତ ନ ହୋଇ କୁକୁଡ଼ା ମାଂସ ଓ ଅଣ୍ଡାକୁ ଭଲ ଭାବେ ସିଝାଇ ଖାଇବାକୁ ବିଭାଗ ପକ୍ଷରୁ କୁହାଯାଇଛି ।
୪. ଭଦ୍ରକ ଜିଲ୍ଲା ଚାନ୍ଦବାଲିରେ ଭୟାବହ ଅଗ୍ନିକାଣ୍ଡ ଘଟିଥିବାର ସୂଚନା ମିଳିଛି। ୩ଟି ଗୋଦାମ ଜଳି ୩୦ଲକ୍ଷ ଟଙ୍କାରୁ ଅଧିକ ସମ୍ପତ୍ତି ନଷ୍ଟ ।
୫. ବାରହା ଶିକାର ପାଇଁ ବିଛାଇଥିବା ବିଦ୍ୟୁତ୍ ଜାଲରେ ପଡ଼ି ଯୁବକଙ୍କ ମୃତ୍ୟୁ ଘଟିଛି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଦେବଗଡ଼ ଜିଲ୍ଲା ରିଆମାଳ ବନାଞ୍ଚଳ ଅନ୍ତର୍ଗତ ଶ୍ୟାମପାଲି ଝରାନାଳି ଗ୍ରାମରେ ।
୬. କଟକ ଆଠଗଡ଼ ଖଣ୍ଡୁଆଳି ଗାଁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା । ଖଣ୍ଡୁଆଳି ଗାଁରେ ୧୬ ଜଣ ପଜିଟିଭ ଆସିବା ପରେ ୭ ଦିନ ପାଇଁ ଖଣ୍ଡୁଆଳି ଗାଁ କଣ୍ଟେନମେଣ୍ଟ ଜୋନ୍ ଘୋଷିତ ।
୭. କୋରାପୁଟ ଜିଲ୍ଲା ଜୟପୁର ସହର ଅପର୍ କୋଲାବ ମୁଖ୍ୟ କେନାଲ ବନ୍ଧ ଭୁଶୁଡ଼ି ଯାଇଛି। ଫଳରେ ଚାଷ ଜମିକୁ ପାଣି ମାଡ଼ିବାରେ ଲାଗିଛି ।
୮. ସ୍ୱାମୀସ୍ତ୍ରୀ କଳହରୁ ନିଜ ଦେହରେ କିରୋସିନୀ ଢାଳି ଆତ୍ମହତ୍ୟା କରିଛନ୍ତି ମହିଳା । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ବେହେରାମାଲ ଗାଁରେ ।
୯. ଯାଜପୁର ଜିଲ୍ଲା କାଳିଆପାଣି ଥାନା ଅନ୍ତର୍ଗତ ନଗଡ଼ା ରାସ୍ତାରେ ଗୁଳିକାଣ୍ଡ । ୩୦ ହଜାର ଲୁଟ୍, ଜଣେ ଚାଷୀ ମୃତ ।
୧୦. ଆସନ୍ତା ୨ ଦିନ ରାଜ୍ୟରେ ଘନ କୁହୁଡ଼ି, ଜାରି ହେଲା ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

ଅନ୍ୟମାନଙ୍କୁ ଜଣାନ୍ତୁ।